ଖରାପ ସିବିଲ ସ୍କୋର ପାଇଁ ମିଳିଲାନି ଚାକିରି

The Sakala Picture
Published On

ନୂଆଦିଲ୍ଲୀ: ଖରାପ ସିବିଲ ସ୍କୋର ଅନେକ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଥାଏ। ତେବେ ସିବିଲ ସ୍କୋର ଖରାପ ଥିଲେ ଆପଣ ସରକାରୀ ଚାକିରି ପାଇ ନ ପାରନ୍ତି। ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ପି. କାର୍ତ୍ତିକେୟନ ନାମକ ଜଣେ ଯୁବକଙ୍କ ନିଯୁକ୍ତି ରଦ୍ଦ କରାଯାଇଛି। କାର୍ତ୍ତିକେୟନ ଏସବିଆଇର ପରୀକ୍ଷା ପାସ୍ କରିଥିଲେ, ମାତ୍ର ତାଙ୍କର ସିବିଲ ସ୍କୋର ଖରାପ ଥିବା କାରଣରୁ ତାଙ୍କୁ ଚାକିରି ମିଳିନଥିଲା। ସବୁଠାରୁ ବଡ଼ କଥା ହେଉଛି […]

ନୂଆଦିଲ୍ଲୀ: ଖରାପ ସିବିଲ ସ୍କୋର ଅନେକ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଥାଏ। ତେବେ ସିବିଲ ସ୍କୋର ଖରାପ ଥିଲେ ଆପଣ ସରକାରୀ ଚାକିରି ପାଇ ନ ପାରନ୍ତି। ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ପି. କାର୍ତ୍ତିକେୟନ ନାମକ ଜଣେ ଯୁବକଙ୍କ ନିଯୁକ୍ତି ରଦ୍ଦ କରାଯାଇଛି। କାର୍ତ୍ତିକେୟନ ଏସବିଆଇର ପରୀକ୍ଷା ପାସ୍ କରିଥିଲେ, ମାତ୍ର ତାଙ୍କର ସିବିଲ ସ୍କୋର ଖରାପ ଥିବା କାରଣରୁ ତାଙ୍କୁ ଚାକିରି ମିଳିନଥିଲା। ସବୁଠାରୁ ବଡ଼ କଥା ହେଉଛି ମାଡ୍ରାସ ହାଇକୋର୍ଟ ଏସବିଆଇର ଏହି ନିଷ୍ପତ୍ତିକୁ ଠିକ୍ ବୋଲି ଦର୍ଶାଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଏହି ମାମଲାରୁ ଏହା ସ୍ପଷ୍ଟ ହେଉଛି ଯେ, ଏବେ ସରକାରୀ ଚାକିରି ଓ ବଡ଼ ସଂଗଠନ ଶିକ୍ଷାଗତ ଯୋଗ୍ୟତା ସହ ବିତ୍ତୀୟ ବ୍ୟବହାର ମଧ୍ୟ ଯାଞ୍ଚ କରୁଛନ୍ତି। ତେଣୁ ଆପଣ ଯଦି ସରକାରୀ ଚାକିରି କରିବାକୁ ଇଚ୍ଛୁକ, ତେବେ ଠିକ୍ ସମୟରେ ଲୋନ ଓ କ୍ରେଡିଟ କାର୍ଡର ପେମେଣ୍ଟ କରିବା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଅଟେ। ଏକ ସ୍ବଚ୍ଛ ସିବିଲ ସ୍କୋର ଆପଣଙ୍କ କ୍ୟାରିୟର ପାଇଁ ବହୁତ ବେନିଫିଟ୍ ହୋଇପାରେ। ଯୁବକଙ୍କୁ ଆପଏଣ୍ଟମେଣ୍ଟ ଲେଟର ମିଳିସାରିଥିଲା, ମାତ୍ର ପରେ ଏସବିଆଇ ତରଫରୁ ତାଙ୍କର ନିଯୁକ୍ତି ରଦ୍ଦ କରିଦିଆଯାଇଥିଲା। ଯଦି ଜଣଙ୍କର ସିବିଲ ସ୍କୋର ୮୦୦-୯୦୦ ଭିତରେ ଥାଏ, ତେବେ ତାହାକୁ ଏକ୍ସଲାଣ୍ଟ ବର୍ଗରେ ରଖାଯାଇଥାଏ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର