ବିଜୟ ମାଲ୍ୟା ଦେବାଳିଆ ଘୋଷିତ

The Sakala Picture
Published On

ନୂଆଦିଲ୍ଲୀ : ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସୋମବାର ବ୍ରିଟେନ କୋର୍ଟ ଦେବାଳିଆ ଘୋଷଣା କରିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବ୍ୟାଙ୍କଗୁଡିକ ଦ୍ବାରା ମାଲ୍ୟାଙ୍କ ସମ୍ପତ୍ତି ଜବତ ପାଇଁ ବାଟ ଫିଟିଯାଇଛି। ଏହାଫଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଦ୍ୱାରା ପରିଚାଳିତ ଭାରତୀୟ ବ୍ୟାଙ୍କଗୁଡିକର କନ୍‌ସୋର୍ଟିୟମ୍‌ ପାଇଁ ଋଣ ଅସୁଲି ପଥ ପରିଷ୍କାର ହୋଇଯାଇଛି। ଲଣ୍ଡନରେ ହାଇକୋର୍ଟର ଚାନ୍‌ସେରି ଡିଭିଜନ୍‌ ଦ୍ବାରା ଏକ ଭର୍ଚୁଆଲ୍ ଶୁଣାଣି ସମୟରେ ମୁଖ୍ୟ ଇନ୍ସଲଭେନ୍ସି […]

ନୂଆଦିଲ୍ଲୀ : ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସୋମବାର ବ୍ରିଟେନ କୋର୍ଟ ଦେବାଳିଆ ଘୋଷଣା କରିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବ୍ୟାଙ୍କଗୁଡିକ ଦ୍ବାରା ମାଲ୍ୟାଙ୍କ ସମ୍ପତ୍ତି ଜବତ ପାଇଁ ବାଟ ଫିଟିଯାଇଛି। ଏହାଫଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଦ୍ୱାରା ପରିଚାଳିତ ଭାରତୀୟ ବ୍ୟାଙ୍କଗୁଡିକର କନ୍‌ସୋର୍ଟିୟମ୍‌ ପାଇଁ ଋଣ ଅସୁଲି ପଥ ପରିଷ୍କାର ହୋଇଯାଇଛି। ଲଣ୍ଡନରେ ହାଇକୋର୍ଟର ଚାନ୍‌ସେରି ଡିଭିଜନ୍‌ ଦ୍ବାରା ଏକ ଭର୍ଚୁଆଲ୍ ଶୁଣାଣି ସମୟରେ ମୁଖ୍ୟ ଇନ୍ସଲଭେନ୍ସି ଏବଂ କମ୍ପାନୀ କୋର୍ଟ (ଆଇସିସି) ଜଜ୍ ମାଇକେଲ୍ ବ୍ରିଗ୍‌ସ୍ ବ୍ରିଟେନ୍‌ ସମୟ ୩ଟା ୪୨ ମିନିଟ୍‌ରେ ତାଙ୍କ ରାୟରେ ମାଲ୍ୟାଙ୍କୁ ଦେବାଳିଆ ବିଚାର କରୁଥିବା କହିଥିଲେ। ୬୫ ବର୍ଷିଆ ବ୍ୟବସାୟୀ ବ୍ରିଟେନରେ ଜାମିନରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ବ୍ରିଟେନ୍‌ ପଳାୟନ କରିଥିବା ମାଲ୍ୟାଙ୍କ ବିରୋଧରେ ବର୍ତ୍ତମାନ ଭାରତରେ ଚାଲିଥିବା କିଙ୍ଗଫିସର ଏୟାରଲାଇନ୍ସର ସହ ଜଡିତ ୯୦୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ମାମଲାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଯାଞ୍ଚ କରାଯାଉଛି। ଏହି ମଦ ସମ୍ରାଟ ପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ଚାଲିଥିବା ମାମଲାରେ ହାରିଯାଇଛନ୍ତି। ବ୍ରିଟେନ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ତାଙ୍କୁ ଅନୁମତି ଦିଆଯାଇ ନ ଥିବାରୁ ମାଲ୍ୟାଙ୍କୁ ଭାରତକୁ ପଠାଇବା ଚୂଡାନ୍ତ ହୋଇଥିବା ଇଡି ପୂର୍ବରୁ କହିଛି। ବ୍ୟାଙ୍କ ଅଫ୍ ବରୋଦା (ବିଓବି), କର୍ପୋରେସନ୍ ବ୍ୟାଙ୍କ, ଫେଡେରାଲ୍ ବ୍ୟାଙ୍କ ଲିମିଟେଡ୍, ଆଇଡିବିଆଇ ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ଜାମ୍ମୁ କାଶ୍ମୀର ବ୍ୟାଙ୍କ, ପଞ୍ଜାବ ଆଣ୍ଡ ସିନ୍ଦ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ମହୀଶୂର , ୟୁକୋ ସମେତ ଦେଶର ୧୩ଟି ବ୍ୟାଙ୍କକୁ ନେଇ ଏସବିଆଇ ନେତୃତ୍ୱାଧୀନ କନ୍‌ସୋର୍ଟିୟମ୍ ଗଠନ କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର