କୋଲକାତାେର ପୁଣି ଲଜ୍ଜା; ଆଇନ କଲେଜରେ ଜଣେ ଯୁବତୀଙ୍କୁ ତିନି ଜଣ ଗଣଦୁଷ୍କର୍ମ କରିବଥିବା ଅଭିଯୋଗ….

The Sakala Picture
Published On

କୋଲକାତା: କୋଲକାତା କଲେଜରେ ପୁଣି ଗଣଦୁଷ୍କର୍ମ ଅଭିଯୋଗ। କଲେଜ ଭିତରେ ଜଣେ ଯୁବତୀଙ୍କୁ ତିନି ଜଣ ଗଣଦୁଷ୍କର୍ମ କରିବା ଘଟଣା ପଶ୍ଚିମ ବଙ୍ଗରେ ପୁଣି ହଟଚମଟ ସୃଷ୍ଟି କରିଛି। ଏହି ଜଘନ୍ୟ କାଣ୍ଡରେ ଶାସକ ତୃଣମୂଳ କଂଗ୍ରେସର ଜଣେ ଛାତ୍ର ନେତା ସାମିଲ ଥିବାର ଅଭିଯୋଗ ହୋଇଛି। ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି। ୬ ମାସ ତଳେ କୋଲକାତାର ଆରଜି କର ମେଡିକାଲ କଲେଜରେ ବହୁଚର୍ଚ୍ଚିତ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ […]

କୋଲକାତା: କୋଲକାତା କଲେଜରେ ପୁଣି ଗଣଦୁଷ୍କର୍ମ ଅଭିଯୋଗ। କଲେଜ ଭିତରେ ଜଣେ ଯୁବତୀଙ୍କୁ ତିନି ଜଣ ଗଣଦୁଷ୍କର୍ମ କରିବା ଘଟଣା ପଶ୍ଚିମ ବଙ୍ଗରେ ପୁଣି ହଟଚମଟ ସୃଷ୍ଟି କରିଛି। ଏହି ଜଘନ୍ୟ କାଣ୍ଡରେ ଶାସକ ତୃଣମୂଳ କଂଗ୍ରେସର ଜଣେ ଛାତ୍ର ନେତା ସାମିଲ ଥିବାର ଅଭିଯୋଗ ହୋଇଛି। ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି। ୬ ମାସ ତଳେ କୋଲକାତାର ଆରଜି କର ମେଡିକାଲ କଲେଜରେ ବହୁଚର୍ଚ୍ଚିତ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଥିବା ବେଳେ କଲେଜରେ ଆଉ ଏକ ଗଣଦୁଷ୍କର୍ମ ଘଟଣା କଲେଜ କ୍ୟାମ୍ପସରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: 'ଆପଣ ଗୁଗଲରେ ଅଶ୍ଳୀଳ ଭିଡିଓ ଦେଖିଛନ୍ତି...': କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମହିଳାଙ୍କଠାରୁ ୪.୫୦ ଲକ୍ଷ ଟଙ୍କାର ସାଇବର ଠକେଇ

ଯୁବତୀଙ୍କ ଏଫ୍‌ଆଇଆର ଅନୁସାରେ ଏହି ତିନି ଅଭିଯୁକ୍ତ ହେଲେ ମନୋଜିତ ମିଶ୍ର (୩୧), ଜୈବ ଅହମଦ (୧୯) ଏବଂ ପ୍ରମିତ ମୁଖାର୍ଜୀ (୨୦)। ମନୋଜିତ ହେଉଛି ପୂର୍ବତନ ଛାତ୍ର ଏବଂ ସେ ତୃଣମୂଳ ଛାତ୍ର କଂଗ୍ରେସର ସ୍ଥାନୀୟ ସାଧାରଣ ସଂପାଦକ ଥିବା ବେଳେ ଅନ୍ୟ ଦୁଇ ଜଣ ହେଉଛନ୍ତି ଛାତ୍ର। ସେମାନଙ୍କୁ ଗିରଫ କରାଯିବା ସହିତ ସେମାନଙ୍କର ମୋବାଇଲ ଫୋନ୍ ଜବତ କରାଯାଇଛି। ଏହି ଗଣଦୁଷ୍କର୍ମ ଗତ ୨୫ ତାରିଖରେ ଦକ୍ଷିଣ କୋଲକାତା ଆଇନ କଲେଜରେ ଘଟିଛି।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁରେ ବେଆଇନ ପଥର କ୍ୱାରୀ ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ, ୫ ଜଣଙ୍କ ନାମରେ ମାମଲା

ପୁଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ ପୀଡ଼ିତା (୨୪) ବୁଧବାର ଦିନ ପରୀକ୍ଷା ଫର୍ମ ପୂରଣ ଲାଗି କଲେଜକୁ ଆସିଥିଲେ। ସେ କଲେଜ ଛାତ୍ର ସଂଘ ରୁମରେ ବସିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର (୩୧) ତାଙ୍କ ପାଖକୁ ଆସି ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା। ଏଥିରେ ସେ ରାଜି ନହେବାରୁ ତାଙ୍କୁ ଦୁଷ୍କର୍ମ କରିବାକୁ ଧମକ ଦେଇଥିଲା ।  ଏହାକୁ ନେଇ ଯୁକ୍ତିତର୍କ ହେବାପରେ ମୁଖ୍ୟ ଅଭିଯୁକ୍ତ ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଡାକିଥିଲା। ସେମାନେ ଆସିବା ପରେ ଯୁବତୀଙ୍କୁ କଲେଜର ସିକୁରିଟି ଗାର୍ଡ ରୁମକୁ ନେଇ ବାହାରୁ ତାଲା ପକାଇଦେଇଥିଲେି ଯୁବତୀଙ୍କ ବିରୋଧ ସତ୍ତ୍ବେ ମନୋଜିତ ତାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ଅନ୍ୟ ଦୁଇ ଜଣ ଏହାର ଭିଡିଓ ରେକର୍ଡିଂ କରିଥିଲେ। ପ୍ରାଣ ବିକଳରେ ଯୁବତୀ ଜଣକ ବାହାରକୁ ଆସିବା ବେଳେ ତାଙ୍କୁ ସେମାନେ ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଅନୁପ୍ରବେଶକାରୀଙ୍କୁ ଗ୍ରହଣ କରିବାକୁ ବାଂଲାଦେଶର ମନା

ଏହି ଅଭିଯୋଗ ପରେ କୋଲକାତାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୁକ୍ତମାନଙ୍କୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ବିଭିନ୍ନ ଦଳ ଓ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି। ପୁଲିସ ତୁରନ୍ତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଇତିମଧ୍ୟରେ ତୃଣମୂଳ କଂଗ୍ରେସ ଏହି ଘଟଣାର ନିନ୍ଦା କରିଛି। ପାର୍ଟିର ଜଣେ ନେତା କହିଛନ୍ତି, ଦଳର ଛା୍ତ୍ର ନେତା ଏମିତି ଜଘନ୍ୟ କାଣ୍ଡ ଘଟାଇବେ ବୋଲି କେହି କଳ୍ପନା ବି କରିନଥିଲେ। ଏଭଳି କାଣ୍ଡରେ ଯିଏବି ସଂପୃକ୍ତ ଥାଉନା କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ ଯେ ଆରଜି କର ହସ୍ପିଟାଲ୍‌‌ରେ ଗତବର୍ଷ ଅଗଷ୍ଟ ୮ ତାରିଖ ରାତିରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରାଯାଇଥିଲା। ଗୋଟିଏ ଦିନପରେ ସେମିନାର ହଲ୍‌‌ରେ ତାଙ୍କର ମୃତଦେହ ମିଳିଥିଲା। ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟକୁ ମୃତ୍ୟୁ ପର୍ଯ୍ୟନ୍ତ ଅର୍ଥାତ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ।

28 Jun 2025 By The Sakala

କୋଲକାତାେର ପୁଣି ଲଜ୍ଜା; ଆଇନ କଲେଜରେ ଜଣେ ଯୁବତୀଙ୍କୁ ତିନି ଜଣ ଗଣଦୁଷ୍କର୍ମ କରିବଥିବା ଅଭିଯୋଗ….

କୋଲକାତା: କୋଲକାତା କଲେଜରେ ପୁଣି ଗଣଦୁଷ୍କର୍ମ ଅଭିଯୋଗ। କଲେଜ ଭିତରେ ଜଣେ ଯୁବତୀଙ୍କୁ ତିନି ଜଣ ଗଣଦୁଷ୍କର୍ମ କରିବା ଘଟଣା ପଶ୍ଚିମ ବଙ୍ଗରେ ପୁଣି ହଟଚମଟ ସୃଷ୍ଟି କରିଛି। ଏହି ଜଘନ୍ୟ କାଣ୍ଡରେ ଶାସକ ତୃଣମୂଳ କଂଗ୍ରେସର ଜଣେ ଛାତ୍ର ନେତା ସାମିଲ ଥିବାର ଅଭିଯୋଗ ହୋଇଛି। ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି। ୬ ମାସ ତଳେ କୋଲକାତାର ଆରଜି କର ମେଡିକାଲ କଲେଜରେ ବହୁଚର୍ଚ୍ଚିତ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ କ୍ରୋଧର ବାତାବରଣ ସୃଷ୍ଟି ହୋଇଥିବା ବେଳେ କଲେଜରେ ଆଉ ଏକ ଗଣଦୁଷ୍କର୍ମ ଘଟଣା କଲେଜ କ୍ୟାମ୍ପସରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

ଯୁବତୀଙ୍କ ଏଫ୍‌ଆଇଆର ଅନୁସାରେ ଏହି ତିନି ଅଭିଯୁକ୍ତ ହେଲେ ମନୋଜିତ ମିଶ୍ର (୩୧), ଜୈବ ଅହମଦ (୧୯) ଏବଂ ପ୍ରମିତ ମୁଖାର୍ଜୀ (୨୦)। ମନୋଜିତ ହେଉଛି ପୂର୍ବତନ ଛାତ୍ର ଏବଂ ସେ ତୃଣମୂଳ ଛାତ୍ର କଂଗ୍ରେସର ସ୍ଥାନୀୟ ସାଧାରଣ ସଂପାଦକ ଥିବା ବେଳେ ଅନ୍ୟ ଦୁଇ ଜଣ ହେଉଛନ୍ତି ଛାତ୍ର। ସେମାନଙ୍କୁ ଗିରଫ କରାଯିବା ସହିତ ସେମାନଙ୍କର ମୋବାଇଲ ଫୋନ୍ ଜବତ କରାଯାଇଛି। ଏହି ଗଣଦୁଷ୍କର୍ମ ଗତ ୨୫ ତାରିଖରେ ଦକ୍ଷିଣ କୋଲକାତା ଆଇନ କଲେଜରେ ଘଟିଛି।

ପୁଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ ପୀଡ଼ିତା (୨୪) ବୁଧବାର ଦିନ ପରୀକ୍ଷା ଫର୍ମ ପୂରଣ ଲାଗି କଲେଜକୁ ଆସିଥିଲେ। ସେ କଲେଜ ଛାତ୍ର ସଂଘ ରୁମରେ ବସିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର (୩୧) ତାଙ୍କ ପାଖକୁ ଆସି ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା। ଏଥିରେ ସେ ରାଜି ନହେବାରୁ ତାଙ୍କୁ ଦୁଷ୍କର୍ମ କରିବାକୁ ଧମକ ଦେଇଥିଲା ।  ଏହାକୁ ନେଇ ଯୁକ୍ତିତର୍କ ହେବାପରେ ମୁଖ୍ୟ ଅଭିଯୁକ୍ତ ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ଡାକିଥିଲା। ସେମାନେ ଆସିବା ପରେ ଯୁବତୀଙ୍କୁ କଲେଜର ସିକୁରିଟି ଗାର୍ଡ ରୁମକୁ ନେଇ ବାହାରୁ ତାଲା ପକାଇଦେଇଥିଲେି ଯୁବତୀଙ୍କ ବିରୋଧ ସତ୍ତ୍ବେ ମନୋଜିତ ତାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ଅନ୍ୟ ଦୁଇ ଜଣ ଏହାର ଭିଡିଓ ରେକର୍ଡିଂ କରିଥିଲେ। ପ୍ରାଣ ବିକଳରେ ଯୁବତୀ ଜଣକ ବାହାରକୁ ଆସିବା ବେଳେ ତାଙ୍କୁ ସେମାନେ ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ଅଭିଯୋଗ ପରେ କୋଲକାତାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୁକ୍ତମାନଙ୍କୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ବିଭିନ୍ନ ଦଳ ଓ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି। ପୁଲିସ ତୁରନ୍ତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ଇତିମଧ୍ୟରେ ତୃଣମୂଳ କଂଗ୍ରେସ ଏହି ଘଟଣାର ନିନ୍ଦା କରିଛି। ପାର୍ଟିର ଜଣେ ନେତା କହିଛନ୍ତି, ଦଳର ଛା୍ତ୍ର ନେତା ଏମିତି ଜଘନ୍ୟ କାଣ୍ଡ ଘଟାଇବେ ବୋଲି କେହି କଳ୍ପନା ବି କରିନଥିଲେ। ଏଭଳି କାଣ୍ଡରେ ଯିଏବି ସଂପୃକ୍ତ ଥାଉନା କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ ଯେ ଆରଜି କର ହସ୍ପିଟାଲ୍‌‌ରେ ଗତବର୍ଷ ଅଗଷ୍ଟ ୮ ତାରିଖ ରାତିରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରାଯାଇଥିଲା। ଗୋଟିଏ ଦିନପରେ ସେମିନାର ହଲ୍‌‌ରେ ତାଙ୍କର ମୃତଦେହ ମିଳିଥିଲା। ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟକୁ ମୃତ୍ୟୁ ପର୍ଯ୍ୟନ୍ତ ଅର୍ଥାତ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର