ଆସନ୍ତା ସପ୍ତାହରେ ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ

The Sakala Picture
Published On

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ। ବ୍ଲିଙ୍କନ ଜୁଲାଇ ୨୭ରେ ଭାରତ ଗସ୍ତରେ ଆସିବେ। ଏହା ତାଙ୍କର ଦୁଇ ଦିନିଆ ଗସ୍ତ ହୋଇଥିବା ବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଜଣାପଡିଛି। ତେବେ ଭାରତୀୟ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହ ବ୍ଲିଙ୍କନଙ୍କ ସାକ୍ଷାତ ଆଲୋଚନାରେ ଆଞ୍ଚଳିକ […]

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ। ବ୍ଲିଙ୍କନ ଜୁଲାଇ ୨୭ରେ ଭାରତ ଗସ୍ତରେ ଆସିବେ। ଏହା ତାଙ୍କର ଦୁଇ ଦିନିଆ ଗସ୍ତ ହୋଇଥିବା ବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଜଣାପଡିଛି। ତେବେ ଭାରତୀୟ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହ ବ୍ଲିଙ୍କନଙ୍କ ସାକ୍ଷାତ ଆଲୋଚନାରେ ଆଞ୍ଚଳିକ ଓ ବୈଶ୍ୱିକ ଦ୍ୱିପାକ୍ଷିକ ବିଷୟରେ ବିସ୍ତୃତ ଆଲୋଚନା ହେବ ବୋଲି ତାଙ୍କ ଲୋକସମ୍ପର୍କ ଅଧିକାରୀ ନିଡ ପ୍ରାଇସ୍‌ କହିଛନ୍ତି।

ଆହୁରି ପଢ଼ନ୍ତୁ: ଉତ୍ତର କୋରିଆର ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ: ସମୁଦ୍ର ଆଡ଼କୁ ମାଡ଼ କଲା ୧୦ଟି ବାଲାଷ୍ଟିକ ମିସାଇଲ୍

ଏ ସମ୍ପର୍କରେ ଆଜି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ଆଫଗାନିସ୍ତାନରେ ତାଲିବାନର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରହିଥିବା ବେଳେ ଆମେରିକା ସେନା ପ୍ରତ୍ୟାହୃତ କରିବାରେ ଲାଗିଛି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଆଫଗାନିସ୍ତାନ ପଡ଼ୋଶୀ ଭାରତର ସହାୟତା ଲୋଡ଼ିବ ବୋଲି ଚର୍ଚ୍ଚା ହେଉଛି। ଏସବୁ ଭିତରେ ହିଁ ଆମେରିକାର ବୈଦେଶିକ ମନ୍ତ୍ରୀ ବ୍ଲିନକେନ୍‌ ଭାରତ ଆସୁଛନ୍ତି।

ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ଲିନକେନ୍‌ ଜୁଲାଇ ୨୭ ଓ ୨୮ ତାରିଖ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ବ୍ଲିନକେନ୍‌ ଦେଶର ବୈଦେଶିକ ମନ୍ତ୍ରୀ ହୋଇଥିଲେ। ଏହି ଦାୟିତ୍ୱ ଗ୍ରହଣ କରିବା ପରେ ସେ ପ୍ରଥମଥର ଭାରତ ଆସୁଛନ୍ତି।

23 Jul 2021 By The Sakala

ଆସନ୍ତା ସପ୍ତାହରେ ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ। ବ୍ଲିଙ୍କନ ଜୁଲାଇ ୨୭ରେ ଭାରତ ଗସ୍ତରେ ଆସିବେ। ଏହା ତାଙ୍କର ଦୁଇ ଦିନିଆ ଗସ୍ତ ହୋଇଥିବା ବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଜଣାପଡିଛି। ତେବେ ଭାରତୀୟ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହ ବ୍ଲିଙ୍କନଙ୍କ ସାକ୍ଷାତ ଆଲୋଚନାରେ ଆଞ୍ଚଳିକ ଓ ବୈଶ୍ୱିକ ଦ୍ୱିପାକ୍ଷିକ ବିଷୟରେ ବିସ୍ତୃତ ଆଲୋଚନା ହେବ ବୋଲି ତାଙ୍କ ଲୋକସମ୍ପର୍କ ଅଧିକାରୀ ନିଡ ପ୍ରାଇସ୍‌ କହିଛନ୍ତି।

ଏ ସମ୍ପର୍କରେ ଆଜି ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ଆଫଗାନିସ୍ତାନରେ ତାଲିବାନର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରହିଥିବା ବେଳେ ଆମେରିକା ସେନା ପ୍ରତ୍ୟାହୃତ କରିବାରେ ଲାଗିଛି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଆଫଗାନିସ୍ତାନ ପଡ଼ୋଶୀ ଭାରତର ସହାୟତା ଲୋଡ଼ିବ ବୋଲି ଚର୍ଚ୍ଚା ହେଉଛି। ଏସବୁ ଭିତରେ ହିଁ ଆମେରିକାର ବୈଦେଶିକ ମନ୍ତ୍ରୀ ବ୍ଲିନକେନ୍‌ ଭାରତ ଆସୁଛନ୍ତି।

ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ଲିନକେନ୍‌ ଜୁଲାଇ ୨୭ ଓ ୨୮ ତାରିଖ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ବ୍ଲିନକେନ୍‌ ଦେଶର ବୈଦେଶିକ ମନ୍ତ୍ରୀ ହୋଇଥିଲେ। ଏହି ଦାୟିତ୍ୱ ଗ୍ରହଣ କରିବା ପରେ ସେ ପ୍ରଥମଥର ଭାରତ ଆସୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର