ସୀମାରେ ଗର୍ଜିଲା ଅର୍ଜୁନ ଟ୍ୟାଙ୍କ୍, ଭୟଭୀତ ପାକିସ୍ତାନ !

The Sakala Picture
Published On

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆକ୍ସନ ମୋଡ଼ରେ।  ଅନ୍ୟପଟେ ଭାରତୀୟ ସେନା ସହିତ ନୌସେନା ଏବଂ ବାୟୁସେନା ଯେ କୌଣସି ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଭାରତର ଏହି କଠୋର ମନୋଭାବ ଦେଖି ଆତଙ୍କବାଦୀଙ୍କ ପୃଷ୍ଠପୋଷକ ପାକିସ୍ତାନରେ ଚହଳ ପଡ଼ିଛି। ତେବେ ପାକିସ୍ତାନ ଉପରେ ଆଟାକ ପୂର୍ବରୁ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ କରିଛି। ଯାହା ପାକିସ୍ତାନକୁ ଅଧିକ ଛାନିଆ କରିଦେଇଛି। ଭାରତୀୟ ସେନା ନିଜର ପ୍ରସ୍ତୁତିକୁ ଜୋରଦାର କରିବା […]

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆକ୍ସନ ମୋଡ଼ରେ।  ଅନ୍ୟପଟେ ଭାରତୀୟ ସେନା ସହିତ ନୌସେନା ଏବଂ ବାୟୁସେନା ଯେ କୌଣସି ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଭାରତର ଏହି କଠୋର ମନୋଭାବ ଦେଖି ଆତଙ୍କବାଦୀଙ୍କ ପୃଷ୍ଠପୋଷକ ପାକିସ୍ତାନରେ ଚହଳ ପଡ଼ିଛି। ତେବେ ପାକିସ୍ତାନ ଉପରେ ଆଟାକ ପୂର୍ବରୁ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ କରିଛି। ଯାହା ପାକିସ୍ତାନକୁ ଅଧିକ ଛାନିଆ କରିଦେଇଛି। ଭାରତୀୟ ସେନା ନିଜର ପ୍ରସ୍ତୁତିକୁ ଜୋରଦାର କରିବା ସହ ଆନ୍ତର୍ଜାତୀୟ ସୀମାରେ ବୃହତ୍ ସାମରିକ ଅଭ୍ୟାସ କରିଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ସେନା ପାକିସ୍ତାନ ସୀମା ନିକଟରେ ଘାତକ ଅର୍ଜୁନ ଟ୍ୟାଙ୍କ ସହ ଅଭ୍ୟାସ କରିଛି। ଆଉ ଏପରି ଦେଖି ପାକିସ୍ତାନର ନିଦ ହଜିଯାଇଛି। ଏହା ଦେଖି ପାକିସ୍ତାନରେ ଆତଙ୍କ ଓ ବିଚଳିତ ପରିବେଶ ସୃଷ୍ଟି ହୋଇଛି। ଭାରତୀୟ ସେନା ନିଜର ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ କରିବା ପାଇଁ ବୃହତ୍ ପଦକ୍ଷେପ ନେଇଛି। ଜୟସଲମେର ସୀମାରେ ସେନା ଅର୍ଜୁନ ଟ୍ୟାଙ୍କ ସହ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିଛି। ସେନା ଜବାନମାନେ ଅର୍ଜୁନ ଟ୍ୟାଙ୍କ ସହ ଯୁଦ୍ଧାଭ୍ୟାସ କରିଛନ୍ତି। ଏହି ଅଭ୍ୟାସ ପାକିସ୍ତାନ ସୀମା ନିକଟରେ ହୋଇଛି। ଏହି ଖବର ଏପରି ସମୟରେ ଆସିଛି ଯେତେବେଳେ ପାକିସ୍ତାନୀ ସେନାର ମୁଜାଫରାବାଦରେ ବୃହତ୍ ଗତିବିଧି ଦେଖାଯାଇଛି। ଜଣାପଡ଼ିଛି ଯେ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା (ଏଲଓସି)ରେ ଜବାନମାନଙ୍କୁ ଏକତ୍ର କରିବାରେ ଲାଗିଛି। ଭାରତ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ନିଜର ପ୍ରଥମ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଆତଙ୍କବାଦୀମାନଙ୍କୁ, ତାଙ୍କ ପୃଷ୍ଠପୋଷକଙ୍କୁ ଏବଂ ସମର୍ଥକଙ୍କୁ ପିଛା କରାଯିବ ଏବଂ ବିଶ୍ୱର ଯେ କୌଣସି କୋଣରେ ସେମାନଙ୍କଠାରୁ ପ୍ରତିଶୋଧ ନିଆଯିବ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର