କୋଭିଡ ଯୋଗୁଁ ଦେଶ ଛଟପଟ ହେଉଥିବା ବେଳେ : କେନ୍ଦ୍ର କହୁଛି ଅକ୍ସିଜେନ ଅଭାବରୁ ଯାଇନି ଗୋଟିଏ ବି ଜୀବନ

The Sakala Picture
Published On

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ସରକାରଙ୍କ ବୟାନ ସମସ୍ତଙ୍କୁ ବ୍ୟଥିତ କରିଛି । କରୋନାର ଦ୍ବିତୀୟ ଲହରରେ ଅକ୍ସିଜେନ୍ ଅଭାବରୁ ଜଣଙ୍କର ବି ମୃତ୍ୟୁ ହୋଇନି , ଏ କଥା କହିଛନ୍ତି କେନ୍ଦ୍ର ସରକାର । ଏଥିରୁ ସ୍ପଷ୍ଟ ହୋଇଛି, କୋଭିଡ ଯୋଗୁଁ ଦେଶ ଛଟପଟ ହେଉଥିବା ବେଳେ ଆଖି ବୁଜି ଦେଇଥିଲେ କେନ୍ଦ୍ର ସରକାର । ଯଦି ଆଖି ଖୋଲା ରଖିଥାନ୍ତେ, ତାହେଲେ ପ୍ରକୃତ ଘଟଣା ନିଶ୍ଚୟ ଦେଖିପାରିଥାନ୍ତେ । ଯଦି ଅକ୍ସିଜେନରେ କାହାରି ମୃତ୍ୟୁ ହୋଇନି […]

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ସରକାରଙ୍କ ବୟାନ ସମସ୍ତଙ୍କୁ ବ୍ୟଥିତ କରିଛି । କରୋନାର ଦ୍ବିତୀୟ ଲହରରେ ଅକ୍ସିଜେନ୍ ଅଭାବରୁ ଜଣଙ୍କର ବି ମୃତ୍ୟୁ ହୋଇନି , ଏ କଥା କହିଛନ୍ତି କେନ୍ଦ୍ର ସରକାର । ଏଥିରୁ ସ୍ପଷ୍ଟ ହୋଇଛି, କୋଭିଡ ଯୋଗୁଁ ଦେଶ ଛଟପଟ ହେଉଥିବା ବେଳେ ଆଖି ବୁଜି ଦେଇଥିଲେ କେନ୍ଦ୍ର ସରକାର । ଯଦି ଆଖି ଖୋଲା ରଖିଥାନ୍ତେ, ତାହେଲେ ପ୍ରକୃତ ଘଟଣା ନିଶ୍ଚୟ ଦେଖିପାରିଥାନ୍ତେ । ଯଦି ଅକ୍ସିଜେନରେ କାହାରି ମୃତ୍ୟୁ ହୋଇନି ତାହାଲେ ସତ କହୁଛି କିଏ । ଜୁଇରେ ଜଳୁଥିବା ଶବ ମିଛ କହୁଛି ନା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଅକ୍ସିଜେନ୍ ଅଭାବରୁ ଦିଲ୍ଲୀବାସୀ କିଭଳି କଲବଲ ହେଉଥିଲେ ତାହା ସାରା ଦେଶବାସୀ ଜାଣନ୍ତି, ତେବେ କେନ୍ଦ୍ର ସରକାର ରଖିଥିବା ଏହି ତଥ୍ୟ କେତେଦୂର ସତ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କଂଗ୍ରେସ ନେତା କେ.ସି ବେଣୁଗୋପାଳ ଳିଖିତ ଆକାରରେ ଜାଣିବାକୁ ଚାହିଁଥିଲେ ଦ୍ବିତୀୟ ଲହରରେ ଦେଶରେ କେତେ ଜଣ ଅକ୍ସିଜେନ୍ ଅଭାବରୁ ପ୍ରାଣ ହରାଇଛନ୍ତି ।

ଆହୁରି ପଢ଼ନ୍ତୁ: ବିଚାରପତିଙ୍କ ଟେବୁଲ୍ ଉପରେ ମୃତ ଭ୍ରୂଣ ରଖିଲେ ବ୍ୟକ୍ତି: ମଧ୍ୟପ୍ରଦେଶ ହାଇକୋର୍ଟରେ ଚାଞ୍ଚଲ୍ୟ, ମାଗିଲେ ଇଚ୍ଛାମୃତ୍ୟୁ

କେନ୍ଦ୍ର ରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ଭାରତୀ ପାଓ୍ବାରଙ୍କ ଉତ୍ତର ଥିଲା, ଦେଶରେ କେହି ଜଣେ ବି ଅକ୍ସିଜେନ୍ ଅଭାବରୁ ପ୍ରାଣ ହରାଇନାହାଁନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ରିପୋର୍ଟ ହିଁ ଏଭଳି କହୁଥିବା କହିଛନ୍ତି କେନ୍ଦ୍ର ରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଏଠିବି ରାଜ୍ୟ ଉପରେ ସମସ୍ତ ଦୋଷ ଲଦି ଦେଇଛନ୍ତି କେନ୍ଦ୍ର ସରକାର । ଏଥିରୁ ସ୍ପଷ୍ଟ ଅନୁମେୟ କେନ୍ଦ୍ର ସରକାର ଦେଶର ସ୍ବାସ୍ଥ୍ୟସେବାକୁ କେତେ ବ୍ୟଥିତ । ଯଦି ଅକ୍ସିଜେନ ପାଇଁ କାହାର ଜୀବନ ଯାଇନି, ତାହେଲେ ହେଲେ ଅକ୍ସିଜେନ ପାଇଁ ଏତେ ଘମାଘୋଟ କାହିଁକି ଚାଲିଥିଲା । କାହିଁକି ରୋଗୀଙ୍କ ପାଇଁ ଗ୍ରୀନ୍‌ କରିଡର ମାଧ୍ୟମରେ ଅକ୍ସିଜେନ ପଠାଇବା ବ୍ୟବସ୍ଥା କରାଗଲା । କାହିଁକି ପିଏମ କେୟାର ଫଣ୍ଡରୁ ଅକ୍ସିଜେନ ପ୍ଲାଣ୍ଟ ଖୋଲିବା ପାଇଁ ଅର୍ଥ ଦିଆଗଲା । ସଂସଦରେ କେନ୍ଦ୍ର ସରକାରଙ୍କ ଏଭଳି ବୟାନ କରୋନାରେ ଜୀବନ ଯାଇଥିବା ଲୋକଙ୍କ ପରିବାର ପ୍ରତି ଘୋର ଅପମାନ ବୋଲି ବିରୋଧୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରାଜଗଡ଼ରେ ଲୋମହର୍ଷଣକାରୀ ଘଟଣା: ବୃଦ୍ଧା ଜେଜେମା’ଙ୍କୁ ଦୁଷ୍କର୍ମ ପରେ ନାତିର ବର୍ବର କାଣ୍ଡ, ନାକ ଓ ଜିଭ କାଟି କଲା ହତ୍ୟା

21 Jul 2021 By The Sakala

କୋଭିଡ ଯୋଗୁଁ ଦେଶ ଛଟପଟ ହେଉଥିବା ବେଳେ : କେନ୍ଦ୍ର କହୁଛି ଅକ୍ସିଜେନ ଅଭାବରୁ ଯାଇନି ଗୋଟିଏ ବି ଜୀବନ

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ସରକାରଙ୍କ ବୟାନ ସମସ୍ତଙ୍କୁ ବ୍ୟଥିତ କରିଛି । କରୋନାର ଦ୍ବିତୀୟ ଲହରରେ ଅକ୍ସିଜେନ୍ ଅଭାବରୁ ଜଣଙ୍କର ବି ମୃତ୍ୟୁ ହୋଇନି , ଏ କଥା କହିଛନ୍ତି କେନ୍ଦ୍ର ସରକାର । ଏଥିରୁ ସ୍ପଷ୍ଟ ହୋଇଛି, କୋଭିଡ ଯୋଗୁଁ ଦେଶ ଛଟପଟ ହେଉଥିବା ବେଳେ ଆଖି ବୁଜି ଦେଇଥିଲେ କେନ୍ଦ୍ର ସରକାର । ଯଦି ଆଖି ଖୋଲା ରଖିଥାନ୍ତେ, ତାହେଲେ ପ୍ରକୃତ ଘଟଣା ନିଶ୍ଚୟ ଦେଖିପାରିଥାନ୍ତେ । ଯଦି ଅକ୍ସିଜେନରେ କାହାରି ମୃତ୍ୟୁ ହୋଇନି ତାହାଲେ ସତ କହୁଛି କିଏ । ଜୁଇରେ ଜଳୁଥିବା ଶବ ମିଛ କହୁଛି ନା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଅକ୍ସିଜେନ୍ ଅଭାବରୁ ଦିଲ୍ଲୀବାସୀ କିଭଳି କଲବଲ ହେଉଥିଲେ ତାହା ସାରା ଦେଶବାସୀ ଜାଣନ୍ତି, ତେବେ କେନ୍ଦ୍ର ସରକାର ରଖିଥିବା ଏହି ତଥ୍ୟ କେତେଦୂର ସତ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କଂଗ୍ରେସ ନେତା କେ.ସି ବେଣୁଗୋପାଳ ଳିଖିତ ଆକାରରେ ଜାଣିବାକୁ ଚାହିଁଥିଲେ ଦ୍ବିତୀୟ ଲହରରେ ଦେଶରେ କେତେ ଜଣ ଅକ୍ସିଜେନ୍ ଅଭାବରୁ ପ୍ରାଣ ହରାଇଛନ୍ତି ।

କେନ୍ଦ୍ର ରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ଭାରତୀ ପାଓ୍ବାରଙ୍କ ଉତ୍ତର ଥିଲା, ଦେଶରେ କେହି ଜଣେ ବି ଅକ୍ସିଜେନ୍ ଅଭାବରୁ ପ୍ରାଣ ହରାଇନାହାଁନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ରିପୋର୍ଟ ହିଁ ଏଭଳି କହୁଥିବା କହିଛନ୍ତି କେନ୍ଦ୍ର ରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଏଠିବି ରାଜ୍ୟ ଉପରେ ସମସ୍ତ ଦୋଷ ଲଦି ଦେଇଛନ୍ତି କେନ୍ଦ୍ର ସରକାର । ଏଥିରୁ ସ୍ପଷ୍ଟ ଅନୁମେୟ କେନ୍ଦ୍ର ସରକାର ଦେଶର ସ୍ବାସ୍ଥ୍ୟସେବାକୁ କେତେ ବ୍ୟଥିତ । ଯଦି ଅକ୍ସିଜେନ ପାଇଁ କାହାର ଜୀବନ ଯାଇନି, ତାହେଲେ ହେଲେ ଅକ୍ସିଜେନ ପାଇଁ ଏତେ ଘମାଘୋଟ କାହିଁକି ଚାଲିଥିଲା । କାହିଁକି ରୋଗୀଙ୍କ ପାଇଁ ଗ୍ରୀନ୍‌ କରିଡର ମାଧ୍ୟମରେ ଅକ୍ସିଜେନ ପଠାଇବା ବ୍ୟବସ୍ଥା କରାଗଲା । କାହିଁକି ପିଏମ କେୟାର ଫଣ୍ଡରୁ ଅକ୍ସିଜେନ ପ୍ଲାଣ୍ଟ ଖୋଲିବା ପାଇଁ ଅର୍ଥ ଦିଆଗଲା । ସଂସଦରେ କେନ୍ଦ୍ର ସରକାରଙ୍କ ଏଭଳି ବୟାନ କରୋନାରେ ଜୀବନ ଯାଇଥିବା ଲୋକଙ୍କ ପରିବାର ପ୍ରତି ଘୋର ଅପମାନ ବୋଲି ବିରୋଧୀ କହିଛନ୍ତି ।

https://www.thesakala.in/national-international/no-deaths-due-to-lack-of-oxygen-specifically-reported/article-3964
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର