ସଙ୍ଗୀନ ହେଉଛି ବାଂଲାଦେଶ ସ୍ଥିତି: ୭ ମାସରେ ବନ୍ଦ ହେଲାଣି ୧୪୦ ପୋଷାକ କାରଖାନା…

The Sakala Picture
Published On

ଢାକା: ବାଂଲାଦେଶ ପୋଷାକ ଉଦ୍ୟୋଗ ଏବେ ଭୟଙ୍କର ସଙ୍କଟ ଦେଇ ଗତି କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ିବାର ୭ ମାସ ମଧ୍ୟରେ ଏହି ଶିଳ୍ପ ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ସମୟ ମଧ୍ୟରେ ୧୪୦ରୁ ଅଧିକ ପୋଷାକ କାରଖାନା ବନ୍ଦ ହୋଇଗଲାଣି। ଏଥିଯୋଗୁଁ ଲକ୍ଷାଧିକ ଶ୍ରମିକ ବେକାର ହୋଇ ଯାଇଛନ୍ତି। କେବଳ ଗାଜିପୁର, ସାୱର, ନାରାୟଣଗଞ୍ଜ ଏବଂ ନର୍ସିଂଦିରେ ୫୦ରୁ ଅଧିକ କାରଖାନା ସମ୍ପୂର୍ଣ୍ଣ ଏବଂ ଆଉ […]

ଢାକା: ବାଂଲାଦେଶ ପୋଷାକ ଉଦ୍ୟୋଗ ଏବେ ଭୟଙ୍କର ସଙ୍କଟ ଦେଇ ଗତି କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ିବାର ୭ ମାସ ମଧ୍ୟରେ ଏହି ଶିଳ୍ପ ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ସମୟ ମଧ୍ୟରେ ୧୪୦ରୁ ଅଧିକ ପୋଷାକ କାରଖାନା ବନ୍ଦ ହୋଇଗଲାଣି। ଏଥିଯୋଗୁଁ ଲକ୍ଷାଧିକ ଶ୍ରମିକ ବେକାର ହୋଇ ଯାଇଛନ୍ତି। କେବଳ ଗାଜିପୁର, ସାୱର, ନାରାୟଣଗଞ୍ଜ ଏବଂ ନର୍ସିଂଦିରେ ୫୦ରୁ ଅଧିକ କାରଖାନା ସମ୍ପୂର୍ଣ୍ଣ ଏବଂ ଆଉ ୪୦ଟି ଅସ୍ଥାୟୀ ଭାବେ ବନ୍ଦ ରହିଛି। ଅନ୍ୟପକ୍ଷରେ ଆର୍ଥିକ ସ୍ଥିତି ଭୁଶୁଡି ଯାଇଥିବାରୁ ଆଉ କିଛି କମ୍ପାନୀ ଶ୍ରମିକଙ୍କୁ ଦରମା ଦେଇପାରୁ ନାହାନ୍ତି। ଅନେକ ଶ୍ରମିକ ୨ରୁ ୧୪ ମାସ ହେଲା ଦରମା ପାଇନାହାନ୍ତି। ଏଥିଯୋଗୁଁ ସେମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି। ଇଦ୍‌ ପାଖେଇ ଆସୁଥିବାବେଳେ ସ୍ଥିତି ଆହୁରି ଖରାପ ହେବାକୁ ବସିଛି। ଆହୁରି ଅଧିକ କାରଖାନା ବନ୍ଦ ହେବାର ଆଶଙ୍କା ରହିଛି। ଏହା ସତ୍ତ୍ବେ ସରକାର ଏବଂ କମ୍ପାନୀ ମାଲିକ କୌଣସି ପଦକ୍ଷେପ ନେଉନାହାନ୍ତି। ଆର୍ଥିକ ମାନ୍ଦାବସ୍ଥା ଏବଂ ରାଜନୈତିକ ଅସ୍ଥିରତା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି। ଶେଖ୍‌ ହସିନାଙ୍କ ଦଳ ଅୱାମୀ ଲିଗ୍‌ର ଅଧିକାଂଶ ନେତା ଏହି ସବୁ କାରଖାନାର ମାଲିକ ଥିଲେ। ହସିନାଙ୍କ ପରେ ଏହି ମାଲିକମାନେ ଭୟରେ ଦେଶ ଛାଡ଼ି ପଳାଇଛନ୍ତି। ତେଣୁ କମ୍ପାନୀ ବନ୍ଦ ହୋଇଯାଇଛି ବୋଲି କୁହାଯାଉଛି। ରିପୋର୍ଟ ଅନୁଯାୟୀ ଦେଶର ପୋଷାକ ଉଦ୍ୟୋଗକୁ ମିଳିଥିବା ୨୦ ପ୍ରତିଶତ ଅର୍ଡର ଅନ୍ୟ ଦେଶକୁ ଦିଆଯାଇଛି। ଏହି ସବୁ ଅର୍ଡର ଭାରତ, ଭିଏତନାମ, ଶ୍ରୀଲଙ୍କା, ଇଣ୍ଡୋନେସିଆ ଏବଂ ପାକିସ୍ତାନକୁ ମିଳୁଛି।

ଆହୁରି ପଢ଼ନ୍ତୁ: ଦୁବାଇରେ କାହିଁକି ରାସ୍ତାରେ କୁକୁର ଛାଡି ପଳାଉଛନ୍ତି ଲୋକେ? ସାମ୍ନାକୁ ଆସିଲା ଚିନ୍ତାଜନକ ସତ୍ୟ

25 Mar 2025 By The Sakala

https://www.thesakala.in/national-international/140-garment-factories-shut-down-in-7-months-in-bangladesh/article-39556
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର