ବାଂଲାଦେଶରେ ପୁଣି ବଢୁଛି ରାଜନୈତିକ ଅସ୍ଥିରତା, ସେନା ହାତକୁ ଚାଲିଯିବ କି କ୍ଷମତା !

The Sakala Picture
Published On

ଢାକା : ୨୦୨୪ରେ ଶେଖ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପରେ ଅନ୍ତରୀଣ ସରକାର ମୁଖ୍ୟ ଭାବେ ନୋବେଲ ବିଜେତା ମହମ୍ମଦ ୟୁନୁସ୍ ଦାୟିତ୍ବ ନେଇଥିଲେ। ହସିନା ପଦ ଛାଡିବା ପୂର୍ବରୁ ପ୍ରାୟ ୪ ମାସ ଧରି ବାଂଲାଦେଶରେ ଲାଗି ରହିଥିବା ହିଂସା ଏବଂ ଅସ୍ଥିରତା ବନ୍ଦ ହେବା ସହିତ ସାନି ନିର୍ବାଚନ କରାଯାଇ ରାଜନୈତିକ ସ୍ଥିରତା ଅଣାଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଇତିମଧ୍ୟରେ ୮ ମାସ ବିତିଥିଲେ ମଧ୍ୟ ବାଂଲାଦେଶ ସ୍ଥିତିରେ ସେଭଳି […]

ଢାକା : ୨୦୨୪ରେ ଶେଖ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପରେ ଅନ୍ତରୀଣ ସରକାର ମୁଖ୍ୟ ଭାବେ ନୋବେଲ ବିଜେତା ମହମ୍ମଦ ୟୁନୁସ୍ ଦାୟିତ୍ବ ନେଇଥିଲେ। ହସିନା ପଦ ଛାଡିବା ପୂର୍ବରୁ ପ୍ରାୟ ୪ ମାସ ଧରି ବାଂଲାଦେଶରେ ଲାଗି ରହିଥିବା ହିଂସା ଏବଂ ଅସ୍ଥିରତା ବନ୍ଦ ହେବା ସହିତ ସାନି ନିର୍ବାଚନ କରାଯାଇ ରାଜନୈତିକ ସ୍ଥିରତା ଅଣାଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଇତିମଧ୍ୟରେ ୮ ମାସ ବିତିଥିଲେ ମଧ୍ୟ ବାଂଲାଦେଶ ସ୍ଥିତିରେ ସେଭଳି କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଯାଇ ନାହିଁ। ବରଂ ବେଳକୁ ବେଳ ସ୍ଥିତି ଆହୁରି ସଙ୍ଗିନ ହେବାରେ ଲାଗିଛି। ସ୍ଥିତି ଏଭଳି ହୋଇଛି ଯେ, କୌଣସି ମୁହୂର୍ତ୍ତରେ ସେନା ହାତକୁ କ୍ଷମତା ଚାଲିଯିବାର ଆଶଙ୍କାକୁ ବି ଏଡାଇ ଦିଆଯାଇ ପାରୁନାହିଁ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ବର୍ତ୍ତମାନ ଢାକାରେ ବିଭିନ୍ନ କଠୋରବାଦୀ ଇସ୍‌ଲାମିକ ସଙ୍ଗଠନ ପକ୍ଷରୁ ଭାରତ ବିରୋଧୀ ବିକ୍ଷୋଭ ଓ ଶୋଭାଯାତ୍ରାକୁ ନେଇ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା ବେଳେ ସେନା ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଗୋଟିଏ ପକ୍ଷରେ ସେନା ବିରୋଧରେ ଛାତ୍ର ନେତା ନାହିଦ ଇସଲାମଙ୍କ ନବଗଠିତ ନ୍ୟାସନାଲ ସିଟିଜେନ ପାର୍ଟି (ଏନସିପି)ଗମ୍ଭୀର ଅଭିଯୋଗ ଆଣିଛି। ଶେଖ ହାସିନାଙ୍କ ଦଳ ଆୱାମୀ ଲିଗ୍ ନୂଆ ନାମକରଣ କରାଯାଇ ଏହି ଦଳକୁ ପୁଣି ବାଂଲାଦେଶ ରାଜନୀତିରେ ସକ୍ରିୟ କରିବାକୁ ସେନା ପ୍ରସ୍ତାବ ଦେଇଥିବା ଦଳୀୟ ନେତା ଅଭିଯୋଗ କରିଛନ୍ତି। ଆୱାମୀ ଲିଗ୍‌କୁ ପୁଣି କ୍ଷମତାକୁ ଫେରାଇ ଆଣିବା ପାଇଁ ପ୍ରୟାସ କରାଯାଉଛି ବୋଲି ନାହିଦ କହିଛନ୍ତି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

କେବଳ ସେତିକି ନୁହେଁ , ଭାରତ ସହାୟତାରେ ସେନା ବାଂଲାଦେଶରେ ଭିନ୍ନ କାର୍ଯ୍ୟକ୍ରମ ଚଳାଇଛି ବୋଲି ଦଳ କହିଛି। ଏହା ବ୍ୟତୀତ ପାଲେଷ୍ଟାଇନରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ଭାରତରେ ମୁସଲମାନଙ୍କ ଉପରେ ଆକ୍ରମଣକୁ ନିନ୍ଦା କରି କେତେକ ଗୋଷ୍ଠୀ ହିଂସା ଭିଆଇବା ପାଇଁ ମସୁଧା କରୁଥିବା ଜଣାପଡ଼ିବା ପରେ ଢାକା ସମେତ ଅନ୍ୟ କେତେକ ପ୍ରମୁଖ ସହରରେ ସେନା ହାଇଆଲର୍ଟରେ ରହିଛି। କେବଳ ସେତିକି ନୁହେଁ, ସେନା ବିରୋଧରେ ମଧ୍ୟ ଖୋଲାଖୋଲି ଭାବେ ଆନ୍ଦୋଳନ କରିବାକୁ କିଛି ଗୋଷ୍ଠୀ ପ୍ରସ୍ତୁତ ହେଉଥିବା ସୂଚନା ମିଳିବା ପରେ ସଭର ସ୍ଥିତ ବାଂଲାଦେଶ ସେନାର ସବୁଠୁ ଶକ୍ତିଶାଳୀ ଡିଭିଜନକୁ ଢାକାରେ ମୁତୟନ କରାଯାଇଛି। ସେନା ପକ୍ଷରୁ ଢାକାର ବିଭିନ୍ନ ରାସ୍ତା ଓ ଗଳିକନ୍ଦିରେ ପାଟ୍ରୋଲିଂ ବୃଦ୍ଧି କରାଯାଇଥିଲା ବେଳେ ବିଭିନ୍ନ ସଂଗଠନର କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିବା କୁହାଯାଇଛି। ଅନ୍ୟପକ୍ଷରେ ମେଡିକାଲ ସେବା ଏବଂ ବିଦ୍ୟୁତ୍‌ ଶକ୍ତି ପାଇଁ ବାଂଲାଦେଶ ସର୍ବାଧିକ ଭାବେ ଭାରତ ଉପରେ ନିର୍ଭର କରୁଥିବାରୁ ବାଂଲାଦେଶ ସେନା ମୁଖ୍ୟ ମାପିଚୁପି ଭାରତ ବିରୋଧୀ କାର୍ଯ୍ୟକଳାପକୁ ନେଇ ପଦକ୍ଷେପ ଗ୍ରହଣ କରୁଥÒବା କୁହାଯାଉଛି। ଏଭଳି ସ୍ଥିତିରେ ବାଂଲାଦେଶ ପୁଣି ରାଜନୈତିକ ଅସ୍ଥିରତା ଭିତରକୁ ଟାଣି ହୋଇଯିବାର ଆଶଙ୍କା ବଢାଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର