ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବଡ଼ ବିପଦ, ଫୁଟବଲ୍‌ ପଡ଼ିଆ ଆକାରର ଏକ ଗ୍ରହାଣୁ କ୍ଷୀପ୍ର ଗତିରେ ଛୁଟି ଆସୁଛି…

The Sakala Picture
Published On

ନୂଆଦିଲ୍ଲୀ: ପୃଥିବୀ ଆଡକୁ ବଡ଼ ବିପଦ ମାଡ଼ି ଆସୁଛି। ଫୁଟବଲ୍‌ ପଡ଼ିଆ ଆକାରର ଏକ ଗ୍ରହାଣୁ କ୍ଷୀପ୍ର ଗତିରେ ଛୁଟି ଆସୁଛି। ଏହାର ନାମ ‘୨୦୨୪ ୱାଇଆର-୪’ ରହିଛି। ଏହା ୨୦୩୨ରେ ଡିସେମ୍ବର ୨୨ରେ ପୃଥିବୀ ସହ ଧକ୍କା ହୋଇପାରେ ବୋଲି କୁହାଯାଉଛି। ମାତ୍ର ପୃଥିବୀ ଉପରେ ଏହାର ପ୍ରଭାବକୁ ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ଦାବି କରୁଛନ୍ତି। ଏହାର କୌଣସି ପ୍ରଭାବ ପୃଥିବୀ ଉପରେ ପଡ଼ିବ ନାହିଁ ବୋଲି କିଛି ବୈଜ୍ଞାନିକ କହୁଥିବାବେଳେ ଆଉ କିଛି […]

ନୂଆଦିଲ୍ଲୀ: ପୃଥିବୀ ଆଡକୁ ବଡ଼ ବିପଦ ମାଡ଼ି ଆସୁଛି। ଫୁଟବଲ୍‌ ପଡ଼ିଆ ଆକାରର ଏକ ଗ୍ରହାଣୁ କ୍ଷୀପ୍ର ଗତିରେ ଛୁଟି ଆସୁଛି। ଏହାର ନାମ ‘୨୦୨୪ ୱାଇଆର-୪’ ରହିଛି। ଏହା ୨୦୩୨ରେ ଡିସେମ୍ବର ୨୨ରେ ପୃଥିବୀ ସହ ଧକ୍କା ହୋଇପାରେ ବୋଲି କୁହାଯାଉଛି। ମାତ୍ର ପୃଥିବୀ ଉପରେ ଏହାର ପ୍ରଭାବକୁ ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ଦାବି କରୁଛନ୍ତି। ଏହାର କୌଣସି ପ୍ରଭାବ ପୃଥିବୀ ଉପରେ ପଡ଼ିବ ନାହିଁ ବୋଲି କିଛି ବୈଜ୍ଞାନିକ କହୁଥିବାବେଳେ ଆଉ କିଛି ଆଂଶିକ ପ୍ରଭାବ ପଡ଼ିବ ବୋଲି କହିଛନ୍ତି। ଆମେରିକା ମହାକାଶ ଏଜେନ୍ସି ନାସା ପକ୍ଷରୁ ଏହି ଗ୍ରହାଣୁର ଭିଡିଓ ଜାରି କରାଯାଇଛି। ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ ଏହି ଗ୍ରହାଣୁ ଯୋଗୁଁ ପୃଥିବୀ ଉପରେ କୌଣସି ପ୍ରଭାବ ପଡ଼ି ନ ପାରେ। ଏହା ଧକ୍କା ହେବାର ସମ୍ଭାବନା ୧.୮ ପ୍ରତିଶତରୁ ୨.୩ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାର ଆକାର ପାଖାପାଖି ୩୦୦ ଫୁଟ (୯୦ ମିଟର) ହୋଇପାରେ । ଫୁଟବଲ ପଡ଼ିଆ ଆକାରର ଏହି ଗ୍ରହାଣୁ ସମଗ୍ର ସହରକୁ ଧ୍ବଂସ କରିପାରେ।

ଆହୁରି ପଢ଼ନ୍ତୁ: ଜନ୍ତର ମନ୍ତରରେ CJP ର ବିକ୍ଷୋଭ: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍ଏ) ଅନୁଯାୟୀ ୨୦୩୨ ଡିସେମ୍ବର ୨୨ରେ ଏହି ଗ୍ରହାଣୁ ପୃଥିବୀର ଅତି ନିକଟତର ହେବ। ଏହା ପୃଥିବୀ ଦେଇ ସୁରକ୍ଷିତ ଭାବେ ଅତିକ୍ରମ କରିବାର ୯୯ ପ୍ରତିଶତ ସମ୍ଭାବନା ରହିଛି । ଟୋରିନୋ ଇମ୍ପାକ୍ଟ ହାଜର୍ଡ ସ୍କେଲରେ ଏହାର ରେଟିଂ ୩ ରହିଛି। ଏହି ସ୍କେଲ୍ ୦ରୁ ୧୦ ପର୍ଯ୍ୟନ୍ତ ରହିଲେ କୌଣସି ବିପଦ ନ ଥାଏ।

ଆହୁରି ପଢ଼ନ୍ତୁ: ନିଟ୍‌ ପେପର ଲିକ୍ ଓ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ: ସଂସଦ ବାହାରେ କଳା ପୋଷାକରେ ବିରୋଧୀ ସାଂସଦଙ୍କ ପ୍ରତିବାଦ

ସୂଚନାଯୋଗ୍ୟ ଯେ, ୧୯୦୮ ମସିହାରେ ସାଇବେରିଆର ତୁଙ୍ଗୁସ୍କା ଜଙ୍ଗଲରେ ଏକ ବଡ଼ ଗ୍ରହାଣୁ ବିସ୍ଫୋରଣ ହୋଇଥିଲା। ଏଥିରେ ୮୩୦ ବର୍ଗ ମାଇଲ (୨୧୫୦ ବର୍ଗ କିମି) ଅଞ୍ଚଳ ଧ୍ବଂସ ହୋଇ ଯାଇଥିଲା।

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ 'ଗଣତନ୍ତ୍ରର ବିଜୟ' କହିଲା CJP

08 Feb 2025 By The Sakala

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବଡ଼ ବିପଦ, ଫୁଟବଲ୍‌ ପଡ଼ିଆ ଆକାରର ଏକ ଗ୍ରହାଣୁ କ୍ଷୀପ୍ର ଗତିରେ ଛୁଟି ଆସୁଛି…

ନୂଆଦିଲ୍ଲୀ: ପୃଥିବୀ ଆଡକୁ ବଡ଼ ବିପଦ ମାଡ଼ି ଆସୁଛି। ଫୁଟବଲ୍‌ ପଡ଼ିଆ ଆକାରର ଏକ ଗ୍ରହାଣୁ କ୍ଷୀପ୍ର ଗତିରେ ଛୁଟି ଆସୁଛି। ଏହାର ନାମ ‘୨୦୨୪ ୱାଇଆର-୪’ ରହିଛି। ଏହା ୨୦୩୨ରେ ଡିସେମ୍ବର ୨୨ରେ ପୃଥିବୀ ସହ ଧକ୍କା ହୋଇପାରେ ବୋଲି କୁହାଯାଉଛି। ମାତ୍ର ପୃଥିବୀ ଉପରେ ଏହାର ପ୍ରଭାବକୁ ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ଦାବି କରୁଛନ୍ତି। ଏହାର କୌଣସି ପ୍ରଭାବ ପୃଥିବୀ ଉପରେ ପଡ଼ିବ ନାହିଁ ବୋଲି କିଛି ବୈଜ୍ଞାନିକ କହୁଥିବାବେଳେ ଆଉ କିଛି ଆଂଶିକ ପ୍ରଭାବ ପଡ଼ିବ ବୋଲି କହିଛନ୍ତି। ଆମେରିକା ମହାକାଶ ଏଜେନ୍ସି ନାସା ପକ୍ଷରୁ ଏହି ଗ୍ରହାଣୁର ଭିଡିଓ ଜାରି କରାଯାଇଛି। ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ ଏହି ଗ୍ରହାଣୁ ଯୋଗୁଁ ପୃଥିବୀ ଉପରେ କୌଣସି ପ୍ରଭାବ ପଡ଼ି ନ ପାରେ। ଏହା ଧକ୍କା ହେବାର ସମ୍ଭାବନା ୧.୮ ପ୍ରତିଶତରୁ ୨.୩ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାର ଆକାର ପାଖାପାଖି ୩୦୦ ଫୁଟ (୯୦ ମିଟର) ହୋଇପାରେ । ଫୁଟବଲ ପଡ଼ିଆ ଆକାରର ଏହି ଗ୍ରହାଣୁ ସମଗ୍ର ସହରକୁ ଧ୍ବଂସ କରିପାରେ।

ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍ଏ) ଅନୁଯାୟୀ ୨୦୩୨ ଡିସେମ୍ବର ୨୨ରେ ଏହି ଗ୍ରହାଣୁ ପୃଥିବୀର ଅତି ନିକଟତର ହେବ। ଏହା ପୃଥିବୀ ଦେଇ ସୁରକ୍ଷିତ ଭାବେ ଅତିକ୍ରମ କରିବାର ୯୯ ପ୍ରତିଶତ ସମ୍ଭାବନା ରହିଛି । ଟୋରିନୋ ଇମ୍ପାକ୍ଟ ହାଜର୍ଡ ସ୍କେଲରେ ଏହାର ରେଟିଂ ୩ ରହିଛି। ଏହି ସ୍କେଲ୍ ୦ରୁ ୧୦ ପର୍ଯ୍ୟନ୍ତ ରହିଲେ କୌଣସି ବିପଦ ନ ଥାଏ।

ସୂଚନାଯୋଗ୍ୟ ଯେ, ୧୯୦୮ ମସିହାରେ ସାଇବେରିଆର ତୁଙ୍ଗୁସ୍କା ଜଙ୍ଗଲରେ ଏକ ବଡ଼ ଗ୍ରହାଣୁ ବିସ୍ଫୋରଣ ହୋଇଥିଲା। ଏଥିରେ ୮୩୦ ବର୍ଗ ମାଇଲ (୨୧୫୦ ବର୍ଗ କିମି) ଅଞ୍ଚଳ ଧ୍ବଂସ ହୋଇ ଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର