ଆଜିଠୁ ସଂସଦର ବଜେଟ ଅଧିବେଶନ, ଉଭୟ ସଦନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

The Sakala Picture
Published On

ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ୍‌ ଅଧିବେଶନ। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ସଦନକୁ ସମ୍ବୋଧିତ କରିବା ପରେ ଏହି ଅଧିବେଶନ ଆରମ୍ଭ ହେବା ସହିତ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ। ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ। ଦରବୃଦ୍ଧି, ବେକାରୀ ଏବଂ ଚାଷୀ ସମସ୍ୟାକୁ ନେଇ ପୂର୍ବରୁ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିଥିଲା ବେଳେ ଏହି […]

ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ୍‌ ଅଧିବେଶନ। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ସଦନକୁ ସମ୍ବୋଧିତ କରିବା ପରେ ଏହି ଅଧିବେଶନ ଆରମ୍ଭ ହେବା ସହିତ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ। ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ। ଦରବୃଦ୍ଧି, ବେକାରୀ ଏବଂ ଚାଷୀ ସମସ୍ୟାକୁ ନେଇ ପୂର୍ବରୁ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିଥିଲା ବେଳେ ଏହି ବଜେଟର ରୂପରେଖ କିଭଳି ହେବ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ତେବେ ଏହି ଅଧିବେଶନରେ ଦରବୃଦ୍ଧି, ଚାଷୀ ସମସ୍ୟା ଏବଂ ମହାକୁମ୍ଭ ଦୁର୍ଘଟଣାକୁ ନେଇ ବିରୋଧୀ କେନ୍ଦ୍ରକୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି। କେନ୍ଦ୍ର ସରକାର ଏହି ଅଧିବେଶନରେ ୱାକଫ୍ ବିଲ ସଂପର୍କରେ ସଂସଦୀୟ ଯୁଗ୍ମ କମିଟି (ଜେପିସି) ଦେଇଥିବା ରିପୋର୍ଟ ଗୃହରେ ଉପସ୍ଥାପନ କରିବା ପରେ ଏକ ନୂଆ ବିଲ୍‌ ଆଣିପାରନ୍ତି ବୋଲି କୁହାଯାଉଛି। ଏହି ବିଲକୁ ନେଇ ମଧ୍ୟ ସଂସଦ ସରଗରମ ରହିବ। କାରଣ ଜେପିସି ୱାକଫ୍‌ ବିଲକୁ ଅନୁମୋଦନ ଦେଇଥିଲେ ହେଁ ଏହି ବିଲ୍‌ର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ବିରୋଧୀଙ୍କ ପକ୍ଷରୁ ଦିଆଯାଇଥିବା ୪୪ଟି ସଂଶୋଧନ ପ୍ରସ୍ତାବକୁ ଜେପିସି ଅଗ୍ରାହ୍ୟ କରିଦେଇଥିଲା ବେଳେ ଏନଡିଏ ପକ୍ଷରୁ ଦିଆଯାଇଥିବା ୧୪ଟି ପ୍ରସ୍ତାବକୁ ଗ୍ରହଣ କରିଥିଲା। ଏହାକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ନିଶାଣ କରିବେ ବୋଲି କୁହାଯାଉଛି। ଇତିମଧ୍ୟରେ ଗୁରୁବାର ଜେପିସି ପକ୍ଷରୁ ଲୋକସଭାରେ ୱାକଫ୍‌ ରିପୋର୍ଟ ଦାଖଲ କରାଯାଇଛି। ୱାକଫ ସମେତ କେନ୍ଦ୍ର ସରକାର ଏହି ଅଧÒବେଶନରେ ୧୬ଟି ବିଲ୍‌ ଆଣିବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: ଜନ୍ତର ମନ୍ତରରେ CJP ର ବିକ୍ଷୋଭ: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ ରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ତାରିଖ ଯାଏ ଚାଲିବ। ମଧ୍ୟବର୍ତ୍ତୀକାଳୀନ ଅବସର ସମୟରେ ବିଭିନ୍ନ ମନ୍ତ୍ରାଳୟର ଷ୍ଟାଣ୍ଡିଂ କମିଟି ବୈଠକ ସହିତ ‘ ଏକ ରାଷ୍ଟ୍ର ଏକ ନିର୍ବାଚନ’ ବିଲକୁ ନେଇ ମଧ୍ୟ ଆଉ ଏକ ଯୁଗ୍ମ ସଂସଦୀୟ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ସେନାକୁ ତ୍ରୁଟିପୂର୍ଣ୍ଣ ଗୋଳାବାରୁଦ ଯୋଗାଣ ଯୋଗୁଁ ୬୨.୧୦ କୋଟି କ୍ଷତି, 'ଧନୁଷ' ପ୍ରକଳ୍ପ ବିଳମ୍ବ ନେଇ PAC ର ଉଦ୍‌ବେଗ

31 Jan 2025 By The Sakala

ଆଜିଠୁ ସଂସଦର ବଜେଟ ଅଧିବେଶନ, ଉଭୟ ସଦନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ୍‌ ଅଧିବେଶନ। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ସଦନକୁ ସମ୍ବୋଧିତ କରିବା ପରେ ଏହି ଅଧିବେଶନ ଆରମ୍ଭ ହେବା ସହିତ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ। ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ। ଦରବୃଦ୍ଧି, ବେକାରୀ ଏବଂ ଚାଷୀ ସମସ୍ୟାକୁ ନେଇ ପୂର୍ବରୁ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିଥିଲା ବେଳେ ଏହି ବଜେଟର ରୂପରେଖ କିଭଳି ହେବ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ତେବେ ଏହି ଅଧିବେଶନରେ ଦରବୃଦ୍ଧି, ଚାଷୀ ସମସ୍ୟା ଏବଂ ମହାକୁମ୍ଭ ଦୁର୍ଘଟଣାକୁ ନେଇ ବିରୋଧୀ କେନ୍ଦ୍ରକୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି। କେନ୍ଦ୍ର ସରକାର ଏହି ଅଧିବେଶନରେ ୱାକଫ୍ ବିଲ ସଂପର୍କରେ ସଂସଦୀୟ ଯୁଗ୍ମ କମିଟି (ଜେପିସି) ଦେଇଥିବା ରିପୋର୍ଟ ଗୃହରେ ଉପସ୍ଥାପନ କରିବା ପରେ ଏକ ନୂଆ ବିଲ୍‌ ଆଣିପାରନ୍ତି ବୋଲି କୁହାଯାଉଛି। ଏହି ବିଲକୁ ନେଇ ମଧ୍ୟ ସଂସଦ ସରଗରମ ରହିବ। କାରଣ ଜେପିସି ୱାକଫ୍‌ ବିଲକୁ ଅନୁମୋଦନ ଦେଇଥିଲେ ହେଁ ଏହି ବିଲ୍‌ର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ବିରୋଧୀଙ୍କ ପକ୍ଷରୁ ଦିଆଯାଇଥିବା ୪୪ଟି ସଂଶୋଧନ ପ୍ରସ୍ତାବକୁ ଜେପିସି ଅଗ୍ରାହ୍ୟ କରିଦେଇଥିଲା ବେଳେ ଏନଡିଏ ପକ୍ଷରୁ ଦିଆଯାଇଥିବା ୧୪ଟି ପ୍ରସ୍ତାବକୁ ଗ୍ରହଣ କରିଥିଲା। ଏହାକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ନିଶାଣ କରିବେ ବୋଲି କୁହାଯାଉଛି। ଇତିମଧ୍ୟରେ ଗୁରୁବାର ଜେପିସି ପକ୍ଷରୁ ଲୋକସଭାରେ ୱାକଫ୍‌ ରିପୋର୍ଟ ଦାଖଲ କରାଯାଇଛି। ୱାକଫ ସମେତ କେନ୍ଦ୍ର ସରକାର ଏହି ଅଧÒବେଶନରେ ୧୬ଟି ବିଲ୍‌ ଆଣିବାକୁ ଯାଉଛନ୍ତି।

ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ ରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ତାରିଖ ଯାଏ ଚାଲିବ। ମଧ୍ୟବର୍ତ୍ତୀକାଳୀନ ଅବସର ସମୟରେ ବିଭିନ୍ନ ମନ୍ତ୍ରାଳୟର ଷ୍ଟାଣ୍ଡିଂ କମିଟି ବୈଠକ ସହିତ ‘ ଏକ ରାଷ୍ଟ୍ର ଏକ ନିର୍ବାଚନ’ ବିଲକୁ ନେଇ ମଧ୍ୟ ଆଉ ଏକ ଯୁଗ୍ମ ସଂସଦୀୟ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp