ଆମେରିକାରେ ମଝି ଆକାଶରେ ବିମାନ ଦୁର୍ଘଟଣା: ସମସ୍ତ ୬୭ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ

The Sakala Picture
Published On

ଓ୍ବାଶିଂଟନ: ଆମେରିକାରେ ଆଜି ମଝି ଆକାଶରେ ଘଟିଥିବା ବିମାନ ଦୁର୍ଘଟଣାରେ ସମସ୍ତ ୬୭ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବିମାନ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣା ପରେ ବିମାନଟି ୩ ଖଣ୍ଡ ହୋଇଯାଇଥିଲା । ବିମାନରେ ମୋଟ ୬୭ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୬୭ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥଇଥିବା ନେଇ ୱାଶିଂଟନ ଫାୟାର ଚିଫ୍ ସୂଚନା ଦେଇଛନ୍ତି । ଆମେରିକାର ୱାଶିଂଟନ ଡିସିରେ ରିଗାନ ନ୍ୟାସନାଲ […]

ଓ୍ବାଶିଂଟନ: ଆମେରିକାରେ ଆଜି ମଝି ଆକାଶରେ ଘଟିଥିବା ବିମାନ ଦୁର୍ଘଟଣାରେ ସମସ୍ତ ୬୭ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବିମାନ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣା ପରେ ବିମାନଟି ୩ ଖଣ୍ଡ ହୋଇଯାଇଥିଲା । ବିମାନରେ ମୋଟ ୬୭ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୬୭ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥଇଥିବା ନେଇ ୱାଶିଂଟନ ଫାୟାର ଚିଫ୍ ସୂଚନା ଦେଇଛନ୍ତି । ଆମେରିକାର ୱାଶିଂଟନ ଡିସିରେ ରିଗାନ ନ୍ୟାସନାଲ ଏୟାରପୋର୍ଟ ନିକଟରେ ଏକ ଯାତ୍ରୀବାହୀ ବିମାନ ଓ ଆର୍ମି ହେଲିକପ୍ଟର ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା । ଧକ୍କା ପରେ ବିମାନ ଓ ହେଲିକପ୍ଟର ଖଣ୍ଡ ବିଖଣ୍ଡିତ ହୋଇ ନଦୀକୁ ଖସି ପଡ଼ିଥିଲା ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ସୂଚନାଯୋଗ୍ୟ, ବିମାନଟି ଆମେରିକାର ୱାଶିଂଟନର ରୋନାଲ୍ଡ ରିଗାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା। ଆମେରିକାନ୍ ଏୟାରଲାଇନ୍ସର ବିମାନ ୫୩୪୨ କାନସାସର ୱିଚିଟାରୁ ୬୦ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ମେମ୍ବରଙ୍କୁ ନେଇ ଉଡ଼ାଣ ଭରିଥିଲା। ବିମାନ ବନ୍ଦର ନିକଟକୁ ଆସୁଥିବା ବେଳେ ପ୍ରଶିକ୍ଷଣ ଅଭିଯାନରେ ଥିବା ବ୍ଲାକ୍ ହକ୍ ହେଲିକପ୍ଟର ସହ ବିମାନଟି ଧକ୍କା ଖାଇଥିଲା। ହେଲିକପ୍ଟରରେ ଥିବା ୩ ଜଣ ଯବାନଙ୍କ ମୃତ୍ୟୁ ମଧ୍ୟ ନିଶ୍ଚିତ ହୋଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର