ଗଭୀର କୂଅ ଭିତରେ ପଡ଼ି ଫସିଗଲେ ୩୦ରୁ ଅଧିକ ଲୋକ, ୪ ଜଣଙ୍କ ମୃତ୍ୟୁ

The Sakala Picture
Published On

ଭୋପାଳ: ଗଭୀର କୂଅ ଭିତରେ ପଡିଗଲେ ପ୍ରାୟ ୩୦ ରୁ ଅଧିକ ଲୋକ । କୂଅ ଭିତରେ ଶ୍ବାସରୁଦ୍ଧ ହୋଇ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଏପରି ଏକ ବଡ ଧରଣର ଅଘଟଣ ଘଟିଛି ମଧ୍ୟ ପ୍ରଦେଶର ବିଦିଶା ଜିଲ୍ଲା ଅନ୍ତର୍ଗତ ଗଂଜବାସୌଦାରେ । ଗତ ଗୁରୁବାର ରାତିରେ କୂଅରେ ଖସିପଡିଥିବା ଏକ ଝିଅକୁ ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳରେ ଛିଡା ହୋଇଥିବା କିଛି […]

ଭୋପାଳ: ଗଭୀର କୂଅ ଭିତରେ ପଡିଗଲେ ପ୍ରାୟ ୩୦ ରୁ ଅଧିକ ଲୋକ । କୂଅ ଭିତରେ ଶ୍ବାସରୁଦ୍ଧ ହୋଇ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଏପରି ଏକ ବଡ ଧରଣର ଅଘଟଣ ଘଟିଛି ମଧ୍ୟ ପ୍ରଦେଶର ବିଦିଶା ଜିଲ୍ଲା ଅନ୍ତର୍ଗତ ଗଂଜବାସୌଦାରେ । ଗତ ଗୁରୁବାର ରାତିରେ କୂଅରେ ଖସିପଡିଥିବା ଏକ ଝିଅକୁ ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳରେ ଛିଡା ହୋଇଥିବା କିଛି ଲୋକ ହଠାତ୍ ମାଟି ଧସିବା କାରଣରୁ କୂଅରେ ପଡ଼ିଯାଇଥିଲେ । ସେଥିମଧ୍ୟରୁ ୧୯ ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କୂଅଟି ପ୍ରାୟ ୫୦ ଫୁଟ ଗଭୀର ଏବଂ ଏଥିରେ ଜଳ ପ୍ରାୟ ୨୦ ଫୁଟ ରହିଛି ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ସୂଚନା ଅନୁସାରେ, ଲାଲପଠାର ଗ୍ରାମର ଏକ କୂଅରେ ଜଣେ ୧୪ ବର୍ଷର ନାବାଳିକା ପଡି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ କୂଅ ନିକଟରେ ଜମା ହୋଇଥିଲେ ଅନେକ ଲୋକ । ଦୁର୍ଭାଗ୍ୟବସତଃ ଏହି ସମୟରେ ମାଟି ଭୁସୁଡି ପଡିଥିଲା । ଯାହାଫଳରେ କୂଅରେ ପ୍ରାୟ ୩୦ ରୁ ଅଧିକ ଲୋକ ପଡିଯାଇଥିଲେ ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ ଓ ସ୍ଥାନୀୟ ପୋଲିସ ନିୟୋଜିତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଜିଲ୍ଲାପାଳ ଓ ଏସପିଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହା ସହିତ ଆହତ ଲୋକଙ୍କୁ ମାଗଣାରେ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର