୨୫ ମିନିଟ ବିଳମ୍ବ ହୋଇଥିଲେ ମୁଁ ବଞ୍ଚି ନ ଥାନ୍ତି: ଶେଖ ହସିନା ୱାଜେଦ୍

The Sakala Picture
Published On

ନୂଆଦିଲ୍ଲୀ: ନିଜ ଦେଶରୁ ପଳାଇ ଆସି ବର୍ତ୍ତମାନ ଭାରତରେ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ୱାଜେଦ୍ ୨୦୨୪ ଅଗଷ୍ଟ ୫ ତାରିଖର ଘଟଣାକ୍ରମକୁ ମନେ ପକାଇ ନିଜ ଦୁଃଖ ବଖାଣିଛନ୍ତି। ବାଂଲାଦେଶରେ ବିକ୍ଷୋଭ ପରେ ତାଙ୍କ ଉପରେ କିଭଳି ମରଣାନ୍ତକ ଆକ୍ରମଣ ହୋଇଥିଲା ଏବଂ ତାଙ୍କୁ ମାରିଦେବାକୁ ରାଜନୈତିକ ସ୍ତରରେ ଷଡ଼ଯନ୍ତ୍ର କରାଯାଇଥିଲା ତାହାକୁ ହସିନା ସାମ୍ନାକୁ ଆଣିଛନ୍ତି। ସେ ଆଲ୍ଲାଙ୍କ କୃପାରୁ ବଞ୍ଚି ଯାଇଥିବା କହିଛନ୍ତି । ୨୦୦୪ ଅଗଷ୍ଟ ୫ରେ […]

ନୂଆଦିଲ୍ଲୀ: ନିଜ ଦେଶରୁ ପଳାଇ ଆସି ବର୍ତ୍ତମାନ ଭାରତରେ ଆଶ୍ରୟ ନେଇଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ୱାଜେଦ୍ ୨୦୨୪ ଅଗଷ୍ଟ ୫ ତାରିଖର ଘଟଣାକ୍ରମକୁ ମନେ ପକାଇ ନିଜ ଦୁଃଖ ବଖାଣିଛନ୍ତି। ବାଂଲାଦେଶରେ ବିକ୍ଷୋଭ ପରେ ତାଙ୍କ ଉପରେ କିଭଳି ମରଣାନ୍ତକ ଆକ୍ରମଣ ହୋଇଥିଲା ଏବଂ ତାଙ୍କୁ ମାରିଦେବାକୁ ରାଜନୈତିକ ସ୍ତରରେ ଷଡ଼ଯନ୍ତ୍ର କରାଯାଇଥିଲା ତାହାକୁ ହସିନା ସାମ୍ନାକୁ ଆଣିଛନ୍ତି। ସେ ଆଲ୍ଲାଙ୍କ କୃପାରୁ ବଞ୍ଚି ଯାଇଥିବା କହିଛନ୍ତି । ୨୦୦୪ ଅଗଷ୍ଟ ୫ରେ ହସିନା ନିଜ ଦେଶ ଛାଡି ଅପ୍ରତ୍ୟାଶିତ ଭାବେ ଭାରତ ପଳାଇ ଆସିଥିଲା ବେଳେ ସେହି ଦିନ ହିଁ ବାଂଲାଦେଶର କୋଟାଲିପଡ଼ାରେ ହୋଇଥିବା ଗ୍ରେନେଡ୍ ଆକ୍ରମଣରେ ତାଙ୍କୁ ଟାର୍ଗେଟ କରାଯାଇଥିଲା । ଯେଉଁଥିରେ ୨୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ସେ ଆହତ ହୋଇଥିଲେ। ଯଦି ୨୦ ରୁ ୨୫ ମିନିଟ ବିଳମ୍ବ ହୋଇଥାଆନ୍ତା ତେବେ ସେ ଆଜି ନ ଥାନ୍ତେ ବୋଲି ଅଡିଓ ମେସେଜରେ ହସିନା କହିଛନ୍ତି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ଉଲ୍ଲେଖଯୋଗ୍ୟ ଯେ, ୨୦୨୪ରେ ବାଂଲାଦେଶରେ ହସିନା ସରକାରଙ୍କ ବିରୋଧରେ ବ୍ୟାପକ ଆନ୍ଦୋଳନ ଚାଲିବା ସହିତ ଦେଶର ସବୁ ପ୍ରାନ୍ତରରେ ବିକ୍ଷୋଭ, ହିଂସା ବଢିଥିଲା। ହିଂସାରେ ଶତାଧିକ ଲୋକଙ୍କ ମୃତ୍ୟୁ ହେବା ସହିତ ଶହ ଶହ ଲୋକ ଆହତ ହୋଇଥିଲେ। ତେବେ ୨୦୨୪ ଅଗଷ୍ଟ ୫ରେ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଭିତରେ ପଶିବାକୁ ଉଦ୍ୟମ କରିବା ପୂର୍ବରୁ ଶେଖ ହସିନା ସେନା ହେଲିକପ୍ଟରରେ ଭାରତ ଚାଲି ଆସିଥିଲେ। ତାଙ୍କ ସହ ତାଙ୍କ ଭଉଣୀ ମଧ୍ୟ ଭାରତରେ ଆଶ୍ରୟ ନେଇଛନ୍ତି । କିନ୍ତୁ ଏହାମଧ୍ୟରେ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଲାଗି ବାଂଲାଦେଶର ଅନ୍ତରୀଣ ସରକାର ଦୁଇଥର ଭାରତକୁ ଚିଠି ଲେଖିସାରିଛନ୍ତି। କିନ୍ତୁ ଭାରତ ସରକାର ହସିନାଙ୍କ ପ୍ରତ୍ୟର୍ପଣ ନେଇ ମୁହଁ ଖୋଲି ନଥିଲା ବେଳେ ହସିନାଙ୍କ ଭିସା ଅବଧି ବଢାଇ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର