ଗୁଜରାଟରେ ଗୁଡ଼ି ଆତଙ୍କ: ୧୫ ମୃତ, ୨୦୦ ଆହତ

The Sakala Picture
Published On

ଅହମଦାବାଦ: ଗୁଜରାଟରେ ମକର ସଂକ୍ରାନ୍ତି ଅବସରରେ ଗୁଡ଼ି ଉଡ଼ା ଯାଇଛି। ମାତ୍ର ଏହି ଗୁଡି ଖୁସି ପରିବର୍ତ୍ତେ ଦୁଃଖ ଦେଇଯାଇଛି। ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଗୁଡ଼ି ଉଡ଼ାଇବା ଜନିତ ଅଘଟଣରେ ରାଜ୍ୟରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ୨୦୦ରୁ ଅଧିକ ମଧ୍ୟ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନିରୁ ୫ ବର୍ଷର ୨ ଶିଶୁ ସାମିଲ ଅଛନ୍ତି। ମାଞ୍ଝା ସୂତା ପାଇଁ ଅଧିକାଂଶ ମୃତାହତ ହୋଇଛନ୍ତି। ଏହି ସୂତା ପାଇଁ ଗାନ୍ଧୀଧାମରେ ୧୦ ମାସର […]

ଅହମଦାବାଦ: ଗୁଜରାଟରେ ମକର ସଂକ୍ରାନ୍ତି ଅବସରରେ ଗୁଡ଼ି ଉଡ଼ା ଯାଇଛି। ମାତ୍ର ଏହି ଗୁଡି ଖୁସି ପରିବର୍ତ୍ତେ ଦୁଃଖ ଦେଇଯାଇଛି। ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଗୁଡ଼ି ଉଡ଼ାଇବା ଜନିତ ଅଘଟଣରେ ରାଜ୍ୟରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ୨୦୦ରୁ ଅଧିକ ମଧ୍ୟ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନିରୁ ୫ ବର୍ଷର ୨ ଶିଶୁ ସାମିଲ ଅଛନ୍ତି। ମାଞ୍ଝା ସୂତା ପାଇଁ ଅଧିକାଂଶ ମୃତାହତ ହୋଇଛନ୍ତି। ଏହି ସୂତା ପାଇଁ ଗାନ୍ଧୀଧାମରେ ୧୦ ମାସର ଶିଶୁ ଗୁରୁତର ଆହତ ହୋଇଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ସୂଚନା ଅନୁଯାୟୀ ସୌରାଷ୍ଟ୍ର-କଚ୍ଛରେ ୬ ଜଣ, ମଧ୍ୟ ଗୁଜରାଟରେ ୬ ଜଣ ଲେଖାଏଁ, ଅହମଦାବାଦ, ଭରୁଚ, ଅରାବଳିରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ହାଲୋଲର ରାହଟଲାଭ ଗାଁର ପରେଶଭାଇ ନିଜ ୫ ବର୍ଷୀୟ ପୁଅ କୁନାଲକୁ ଗାଡ଼ିରେ ନେଇ ଯାଉଥିବାବେଳେ ଅଚାନକ ଶିଶୁ ବେକରେ ମାଞ୍ଝା ସୂତା ଲାଗି ଯାଇଥିଲା। ଏଥିରେ ଶିଶୁର ବେକ କଟି ଯାଇଥିଲା। ହସ୍ପିଟାଲରେ ଭର୍ତ୍ତି କରିବାର କିଛି ସମୟ ପରେ କୁନାଲର ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁଯାୟୀ ମଙ୍ଗଳବାର ରାତି ସୁଦ୍ଧା ୧୦୮ ନମ୍ବରକୁ ୪୯୫୬ଟି ଜରୁରୀକାଳୀନ କଲ୍ ଆସିଥିଲା। ଏଥିରେ ଅଧିକାଂଶ ଗୁଡିର ସୂତା କଟି ଆହତ ହୋଇଥିବା ମାମଲା ଥିଲା। ଏହି ସୂତା ଦ୍ବାରା ପକ୍ଷୀଙ୍କ ମଧ୍ୟ ମୃତ୍ୟୁ ହେଉଛି। ତେବେ ଲୋକଙ୍କୁ ଏହି ମାଞ୍ଝାରୁ ବଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପ୍ରସ୍ତୁତି କରାଯାଇଥିଲା। ଗାଡ଼ିରେ ସୁରକ୍ଷା କବଚ ଲଗା ଯାଇଥିଲା। କିନ୍ତୁ ଏହା କୌଣସି ପ୍ରଭାବ ପକାଇ ପାରିନାହିଁ। ଗତ ୫ ଦିନରେ ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ଅନ୍ତର୍ଜାତୀୟ ବିମାନବନ୍ଦର ପରିସର ଭିତରକୁ ୭ ହଜାର ଗୁଡି ପହଞ୍ଚି ଗଲାଣି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର