ଧର୍ମ ଆଧାରରେ ସଂରକ୍ଷଣ ମିଳିବନି: ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି। ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମାମଲାରେ ସୁପ୍ରିମକୋର୍ଟ ସୋମବାର ବଡ଼ ରାୟ ଦେଇ ଧର୍ମ ଆଧାରରେ ସଂରକ୍ଷଣ ମିଳିବ ନାହିଁ ବୋଲି କହିଛନ୍ତି। ପଶ୍ଚିମବଙ୍ଗ ସରକାର ୨୦୧୦ରେ ୭୭ ମୁସଲିମ ସମୁଦାୟଙ୍କୁ ଓବିସି ମାନ୍ୟତା ଦେଇ ସଂରକ୍ଷଣ ପ୍ରଦାନ କରିଥିଲେ। ତେବେ ଗତ ମେ’ ମାସରେ କଲକତା ହାଇକୋର୍ଟ ଏହି ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ଏହାକୁ ବିରୋଧ କରି ମମତା ବାନାର୍ଜୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହା […]

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି। ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମାମଲାରେ ସୁପ୍ରିମକୋର୍ଟ ସୋମବାର ବଡ଼ ରାୟ ଦେଇ ଧର୍ମ ଆଧାରରେ ସଂରକ୍ଷଣ ମିଳିବ ନାହିଁ ବୋଲି କହିଛନ୍ତି। ପଶ୍ଚିମବଙ୍ଗ ସରକାର ୨୦୧୦ରେ ୭୭ ମୁସଲିମ ସମୁଦାୟଙ୍କୁ ଓବିସି ମାନ୍ୟତା ଦେଇ ସଂରକ୍ଷଣ ପ୍ରଦାନ କରିଥିଲେ। ତେବେ ଗତ ମେ’ ମାସରେ କଲକତା ହାଇକୋର୍ଟ ଏହି ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ଏହାକୁ ବିରୋଧ କରି ମମତା ବାନାର୍ଜୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହା ଉପରେ ଜଷ୍ଟିସ ବି ଆର ଗଭାଇ ଏବଂ ଜଷ୍ଟିସ କେଭି ବିଶ୍ବନାଥନଙ୍କ ଖଣ୍ଡପୀଠ ଶୁଣାଣି କରି ଉପରୋକ୍ତ ରାୟ ଦେଇଥିଲେ। ଏହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ଶିବଲ କହିଥିଲେ ଯେ ସଂରକ୍ଷଣ ଧର୍ମ ଆଧାରରେ ଦିଆଯାଇଛି। ମାତ୍ର ପଛୁଆ ବର୍ଗର ହୋଇଥିବାରୁ ଏପରି କରାଯାଇଛି। ସେ ହାଇକୋର୍ଟଙ୍କ ନିଷ୍ପତ୍ତିର ସମୀକ୍ଷା କରିବାକୁ ଦାବି କରିଥିଲା। ହାଇକୋର୍ଟ ନିୟମର କିଛି ଧାରାକୁ ରଦ୍ଦ କରିଥିବାରୁ ହଜାର ହଜାର ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପଡୁଥିବା କହିଥିଲେ। ତେଣୁ କୋର୍ଟ ମାମଲାର ଶୁଣାଣି ପାଇଁ ରାଜି ହୋଇଥିଲେ। ଜାନୁଆରୀ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ଆଇଆରଏସ ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ପରେ ମୋବାଇଲ୍ ଚାର୍ଜିଂ କେବୁଲରେ ତଣ୍ଟି ଚିପି ହତ୍ୟା

10 Dec 2024 By The Sakala

ଧର୍ମ ଆଧାରରେ ସଂରକ୍ଷଣ ମିଳିବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି। ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମାମଲାରେ ସୁପ୍ରିମକୋର୍ଟ ସୋମବାର ବଡ଼ ରାୟ ଦେଇ ଧର୍ମ ଆଧାରରେ ସଂରକ୍ଷଣ ମିଳିବ ନାହିଁ ବୋଲି କହିଛନ୍ତି। ପଶ୍ଚିମବଙ୍ଗ ସରକାର ୨୦୧୦ରେ ୭୭ ମୁସଲିମ ସମୁଦାୟଙ୍କୁ ଓବିସି ମାନ୍ୟତା ଦେଇ ସଂରକ୍ଷଣ ପ୍ରଦାନ କରିଥିଲେ। ତେବେ ଗତ ମେ’ ମାସରେ କଲକତା ହାଇକୋର୍ଟ ଏହି ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ଏହାକୁ ବିରୋଧ କରି ମମତା ବାନାର୍ଜୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହା ଉପରେ ଜଷ୍ଟିସ ବି ଆର ଗଭାଇ ଏବଂ ଜଷ୍ଟିସ କେଭି ବିଶ୍ବନାଥନଙ୍କ ଖଣ୍ଡପୀଠ ଶୁଣାଣି କରି ଉପରୋକ୍ତ ରାୟ ଦେଇଥିଲେ। ଏହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ଶିବଲ କହିଥିଲେ ଯେ ସଂରକ୍ଷଣ ଧର୍ମ ଆଧାରରେ ଦିଆଯାଇଛି। ମାତ୍ର ପଛୁଆ ବର୍ଗର ହୋଇଥିବାରୁ ଏପରି କରାଯାଇଛି। ସେ ହାଇକୋର୍ଟଙ୍କ ନିଷ୍ପତ୍ତିର ସମୀକ୍ଷା କରିବାକୁ ଦାବି କରିଥିଲା। ହାଇକୋର୍ଟ ନିୟମର କିଛି ଧାରାକୁ ରଦ୍ଦ କରିଥିବାରୁ ହଜାର ହଜାର ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପଡୁଥିବା କହିଥିଲେ। ତେଣୁ କୋର୍ଟ ମାମଲାର ଶୁଣାଣି ପାଇଁ ରାଜି ହୋଇଥିଲେ। ଜାନୁଆରୀ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର