ବଢୁଛି ପ୍ରକୃତିର ପ୍ରକୋପ; ଋତୁଚକ୍ରରେ ଅନିୟମିତତା, ୮ ମାସରେ ଗଲାଣି ୩୨୦୦ ଜୀବନ

The Sakala Picture
Published On

ନୂଆଦିଲ୍ଳୀ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦେଶରେ ପ୍ରକୃତିର ପ୍ରକୋପ ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ବାରା କେବଳ ମଣିଷ ନୁହେଁ, ପଶୁପକ୍ଷୀ , ଘରବାଡ଼ି ଓ ଚାଷବାସ ମଧ୍ୟ କ୍ଷତିଗ୍ରସ୍ତ ହେଉଛି । ଚଳିତ ବର୍ଷ ୨୦୨୪ରେ ୯ ମାସ ମଧ୍ୟରୁ ୮ ମାସରୁ ଅଧିକ ସମୟ ଧରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଭାରତ । କେବେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ତ କେବେ ପ୍ରବଳ ଖରା ସହ ମରୁଡ଼ି ଏବଂ […]

ନୂଆଦିଲ୍ଳୀ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦେଶରେ ପ୍ରକୃତିର ପ୍ରକୋପ ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ବାରା କେବଳ ମଣିଷ ନୁହେଁ, ପଶୁପକ୍ଷୀ , ଘରବାଡ଼ି ଓ ଚାଷବାସ ମଧ୍ୟ କ୍ଷତିଗ୍ରସ୍ତ ହେଉଛି । ଚଳିତ ବର୍ଷ ୨୦୨୪ରେ ୯ ମାସ ମଧ୍ୟରୁ ୮ ମାସରୁ ଅଧିକ ସମୟ ଧରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଭାରତ । କେବେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ତ କେବେ ପ୍ରବଳ ଖରା ସହ ମରୁଡ଼ି ଏବଂ କେବେକେବେ ବାତ୍ୟା ଓ ଭୂସ୍ଖଳନ ଯୋଗୁଁ ଦେଶବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ଏବର୍ଷ ୯୩ ପ୍ରତିଶତ ଦିନ ଏଭଳି ଦୁର୍ଦ୍ଦଶାରେ କଟି ଯାଇଛି । ଯାହାକି ପୂର୍ବବର୍ଷ ତୁଳନାରେ ଅଧିକ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ବିଜ୍ଞାନ ଓ ପରିବେଶ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଏଭଳି ପ୍ରାକୃତିକ ବିପର୍ଯୟ ଯୋଗୁଁ ଚଳିତ ବର୍ଷ ଗତ ୯ ମାସ ମଧ୍ୟରେ ୩ ହଜାର ୨୩୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ଅଢ଼େଇ ଲକ୍ଷ କୋଠାବାଡ଼ି ଧ୍ବଂସ ହୋଇଯାଇଛି । ୩୦ ଲକ୍ଷ ହେକଟର ଚାଷଜମି ମଧ୍ୟ ଏହି ସମୟରେ କ୍ଷତିଗ୍ରସ୍ତ ହୋଇଛି । ରିପୋର୍ଟରେ କୁହାଯାଇଛି ଯେ ଗତ ୨୭୪ ଦିନ ମଧ୍ୟରୁ ୨୫୫ ଦିନରେ ଏଭଳି ପରିସ୍ଥିତି ଦେଖାଦେଇଛି । ପ୍ରବଳ ଖରା, ପ୍ରବଳ ବର୍ଷା, ଶୀତ ଲହରୀ, ବନ୍ୟା, ବାତ୍ୟା, ଭୂସ୍ଖଳନ ଓ ବଜ୍ରପାତ ଏଥର ଅଧିକ କ୍ଷତି ଘଟାଇଛି । ଗତବର୍ଷ ଏହି ସମୟ ମଧ୍ୟରେ ୨୩୫ ଦିନ ଲୋକ ଉପରୋକ୍ତ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେହିବର୍ଷ ୨ ହଜାର ୯୨୩ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୨୦ ଲକ୍ଷ ହେକଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିଲା ଏବଂ ୮୦ ହଜାର ଘରବାଡ଼ି ଧ୍ବଂସ ପାଇଥିଲା ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଚଳିତ ବର୍ଷ ପ୍ରତିକୂଳ ପାଗ ଯୋଗୁଁ ମଧ୍ୟପ୍ରଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟ ୧୭୬ ଦିନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ୩୫୩ ଜଣ ପ୍ରାଣ ହରାଇଛନ୍ତି । ତେବେ କେରଳରେ ସର୍ବାଧିକ ୫୫୦ ଜଣ ପ୍ରାଣ ହରାଇଲେଣି । ମହାରାଷ୍ଟ୍ର ଭଳି ରାଜ୍ୟକୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୪୨ ଦିନ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଲାଣି । ସେହିଭଳି ଆନ୍ଧ୍ର ପ୍ରଦେଶରେ ଦେଶରେ ସର୍ବାଧିକ ପ୍ରାୟ ୮୬ ହଜାର ଘର କ୍ଷତିଗ୍ରସ୍ତ ହୋଇଛି ।

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ପ୍ରାକୃତିକ ବିପର୍ଯ୍ୟୟର ପ୍ରକୋପ କେନ୍ଦ୍ରୀୟ ଭାରତରେ ଅଧିକ ରହିଛି । ଏହି ଅଞ୍ଚଳ ୨୧୮ ଦିନ ଧରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲଣି । ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ୨୧୩ ଦିନ ଏଭଳି ବିପଦର ସମ୍ମୁଖୀନ ହୋଇଥିବା ବେଳେ ଏହି ଅଞ୍ଚଳରେ ୭୪୧ ଜଣ ପ୍ରାଣ ହରାଇଲେଣି । ଉତ୍ତର ଭାରତରେ ୭୩୪ ଏବଂ ଦକ୍ଷିଣ ଭାରତରେ ୭୬୨ ଜଣ ପ୍ରାଣ ହରାଇଲେଣି ।

ଜଳବାୟୁ ପରିବର୍ତ୍ତନ ମାନବ ଜାତି ପାଇଁ ଆହୁରି କେତେ କ୍ଷତିକାରକ, ତାହା ଏହି ରିପୋର୍ଟର ଆଉ ଏକ ଅଧ୍ୟୟନରେ ପ୍ରତିବଫଳିତ ହୋଇଛି । କୁହାଯାଇଛି ଯେ ଚଳିତ ବର୍ଷ ଜାନୁଆରୀ ମାସ ଥିଲା ସବୁଠାରୁ ସୁଷ୍କ ମାସ । ୧୯୦୧ ପରେ ଏଭଳି ଚିତ୍ର ଦେଖିବାକୁ ମିଳିନଥିଲା । ଏହାସହିତ ଫେବୃଆରୀ ମାସ ସବୁଠାରୁ ଉତ୍ତପ୍ତ ଥିଲା । ଏହା ଗତ ୧୨୩ ବର୍ଷର ରେକର୍ଡ ଭାଙ୍ଗିଥିଲା । ମଇ ମାସରେ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହୋଇଥିଲା । ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ୧୯୦୧ ପରେ ସର୍ବାଧିକ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହୋଇଥିଲା ।

ପାଣିପାଗରେ ଏଭଳି ଅସ୍ବାଭାବିକ ପରିବର୍ତ୍ତନ ନେଇ ପରିବେଶବିତ ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ ଜଳବାୟୁ ପରିର୍ତ୍ତନର ମୁକାବିଲା ଲାଗି ଆମକୁ ଅଧିକ ସକ୍ରିୟ ହେବାକୁ ପଡ଼ିବ । ଏବେଠାରୁ ସତର୍କ ନହେଲେ ଆସନ୍ତା ପିଢ଼ି ପାଇଁ ଭବିଷ୍ୟତ ଅସୁରକ୍ଷିତ ହୋଇପଡ଼ିବ ।

10 Nov 2024 By The Sakala

ବଢୁଛି ପ୍ରକୃତିର ପ୍ରକୋପ; ଋତୁଚକ୍ରରେ ଅନିୟମିତତା, ୮ ମାସରେ ଗଲାଣି ୩୨୦୦ ଜୀବନ

ନୂଆଦିଲ୍ଳୀ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦେଶରେ ପ୍ରକୃତିର ପ୍ରକୋପ ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାଦ୍ବାରା କେବଳ ମଣିଷ ନୁହେଁ, ପଶୁପକ୍ଷୀ , ଘରବାଡ଼ି ଓ ଚାଷବାସ ମଧ୍ୟ କ୍ଷତିଗ୍ରସ୍ତ ହେଉଛି । ଚଳିତ ବର୍ଷ ୨୦୨୪ରେ ୯ ମାସ ମଧ୍ୟରୁ ୮ ମାସରୁ ଅଧିକ ସମୟ ଧରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଭାରତ । କେବେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ତ କେବେ ପ୍ରବଳ ଖରା ସହ ମରୁଡ଼ି ଏବଂ କେବେକେବେ ବାତ୍ୟା ଓ ଭୂସ୍ଖଳନ ଯୋଗୁଁ ଦେଶବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ଏବର୍ଷ ୯୩ ପ୍ରତିଶତ ଦିନ ଏଭଳି ଦୁର୍ଦ୍ଦଶାରେ କଟି ଯାଇଛି । ଯାହାକି ପୂର୍ବବର୍ଷ ତୁଳନାରେ ଅଧିକ ।

ବିଜ୍ଞାନ ଓ ପରିବେଶ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଏଭଳି ପ୍ରାକୃତିକ ବିପର୍ଯୟ ଯୋଗୁଁ ଚଳିତ ବର୍ଷ ଗତ ୯ ମାସ ମଧ୍ୟରେ ୩ ହଜାର ୨୩୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ଅଢ଼େଇ ଲକ୍ଷ କୋଠାବାଡ଼ି ଧ୍ବଂସ ହୋଇଯାଇଛି । ୩୦ ଲକ୍ଷ ହେକଟର ଚାଷଜମି ମଧ୍ୟ ଏହି ସମୟରେ କ୍ଷତିଗ୍ରସ୍ତ ହୋଇଛି । ରିପୋର୍ଟରେ କୁହାଯାଇଛି ଯେ ଗତ ୨୭୪ ଦିନ ମଧ୍ୟରୁ ୨୫୫ ଦିନରେ ଏଭଳି ପରିସ୍ଥିତି ଦେଖାଦେଇଛି । ପ୍ରବଳ ଖରା, ପ୍ରବଳ ବର୍ଷା, ଶୀତ ଲହରୀ, ବନ୍ୟା, ବାତ୍ୟା, ଭୂସ୍ଖଳନ ଓ ବଜ୍ରପାତ ଏଥର ଅଧିକ କ୍ଷତି ଘଟାଇଛି । ଗତବର୍ଷ ଏହି ସମୟ ମଧ୍ୟରେ ୨୩୫ ଦିନ ଲୋକ ଉପରୋକ୍ତ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେହିବର୍ଷ ୨ ହଜାର ୯୨୩ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୨୦ ଲକ୍ଷ ହେକଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିଲା ଏବଂ ୮୦ ହଜାର ଘରବାଡ଼ି ଧ୍ବଂସ ପାଇଥିଲା ।

ଚଳିତ ବର୍ଷ ପ୍ରତିକୂଳ ପାଗ ଯୋଗୁଁ ମଧ୍ୟପ୍ରଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟ ୧୭୬ ଦିନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ୩୫୩ ଜଣ ପ୍ରାଣ ହରାଇଛନ୍ତି । ତେବେ କେରଳରେ ସର୍ବାଧିକ ୫୫୦ ଜଣ ପ୍ରାଣ ହରାଇଲେଣି । ମହାରାଷ୍ଟ୍ର ଭଳି ରାଜ୍ୟକୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୪୨ ଦିନ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଲାଣି । ସେହିଭଳି ଆନ୍ଧ୍ର ପ୍ରଦେଶରେ ଦେଶରେ ସର୍ବାଧିକ ପ୍ରାୟ ୮୬ ହଜାର ଘର କ୍ଷତିଗ୍ରସ୍ତ ହୋଇଛି ।

ପ୍ରାକୃତିକ ବିପର୍ଯ୍ୟୟର ପ୍ରକୋପ କେନ୍ଦ୍ରୀୟ ଭାରତରେ ଅଧିକ ରହିଛି । ଏହି ଅଞ୍ଚଳ ୨୧୮ ଦିନ ଧରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲଣି । ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ୨୧୩ ଦିନ ଏଭଳି ବିପଦର ସମ୍ମୁଖୀନ ହୋଇଥିବା ବେଳେ ଏହି ଅଞ୍ଚଳରେ ୭୪୧ ଜଣ ପ୍ରାଣ ହରାଇଲେଣି । ଉତ୍ତର ଭାରତରେ ୭୩୪ ଏବଂ ଦକ୍ଷିଣ ଭାରତରେ ୭୬୨ ଜଣ ପ୍ରାଣ ହରାଇଲେଣି ।

ଜଳବାୟୁ ପରିବର୍ତ୍ତନ ମାନବ ଜାତି ପାଇଁ ଆହୁରି କେତେ କ୍ଷତିକାରକ, ତାହା ଏହି ରିପୋର୍ଟର ଆଉ ଏକ ଅଧ୍ୟୟନରେ ପ୍ରତିବଫଳିତ ହୋଇଛି । କୁହାଯାଇଛି ଯେ ଚଳିତ ବର୍ଷ ଜାନୁଆରୀ ମାସ ଥିଲା ସବୁଠାରୁ ସୁଷ୍କ ମାସ । ୧୯୦୧ ପରେ ଏଭଳି ଚିତ୍ର ଦେଖିବାକୁ ମିଳିନଥିଲା । ଏହାସହିତ ଫେବୃଆରୀ ମାସ ସବୁଠାରୁ ଉତ୍ତପ୍ତ ଥିଲା । ଏହା ଗତ ୧୨୩ ବର୍ଷର ରେକର୍ଡ ଭାଙ୍ଗିଥିଲା । ମଇ ମାସରେ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହୋଇଥିଲା । ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ୧୯୦୧ ପରେ ସର୍ବାଧିକ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହୋଇଥିଲା ।

ପାଣିପାଗରେ ଏଭଳି ଅସ୍ବାଭାବିକ ପରିବର୍ତ୍ତନ ନେଇ ପରିବେଶବିତ ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ ଜଳବାୟୁ ପରିର୍ତ୍ତନର ମୁକାବିଲା ଲାଗି ଆମକୁ ଅଧିକ ସକ୍ରିୟ ହେବାକୁ ପଡ଼ିବ । ଏବେଠାରୁ ସତର୍କ ନହେଲେ ଆସନ୍ତା ପିଢ଼ି ପାଇଁ ଭବିଷ୍ୟତ ଅସୁରକ୍ଷିତ ହୋଇପଡ଼ିବ ।

https://www.thesakala.in/national-international/due-to-climate-change-natural-disasters-are-increasing-dramatically-in-india/article-36457
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର