ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବମ୍ବେ ହାଇକୋର୍ଟଙ୍କ ନୋଟିସ

The Sakala Picture
Published On

ନୂଆଦିଲ୍ଲୀ: ଦାୟିତ୍ୱ ନେଉ ନେଉ ଅଡୁଆ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପ୍ରଥମେ ବିମାନ ବନ୍ଦର ଗୁଡିକର ନାମକରଣ ଓ ପୁନଃନାମକରଣ ନେଇ ଜାତୀୟ ନୀତି ଚୂଡାନ୍ତ କର, ପଛେ ଯେଉଁ କଥା। ହାଇକୋର୍ଟ କହିଛନ୍ତି, ଚିଠା ସ୍ତରରେ ଯଦି ଏକ ନୂଆ ନୀତି ପ୍ରକ୍ରିୟା ରହିଛି ତେବେ ବର୍ତ୍ତମାନ ହିଁ ତାହାକୁ ଶେଷ କର। ବର୍ତ୍ତମାନ ନୂଆ ମନ୍ତ୍ରିମଣ୍ଡଳ ଆସିଛି। ତେଣୁ ତୁରନ୍ତ ବିମାନ ବନ୍ଦର ଗୁଡିକର […]

ନୂଆଦିଲ୍ଲୀ: ଦାୟିତ୍ୱ ନେଉ ନେଉ ଅଡୁଆ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପ୍ରଥମେ ବିମାନ ବନ୍ଦର ଗୁଡିକର ନାମକରଣ ଓ ପୁନଃନାମକରଣ ନେଇ ଜାତୀୟ ନୀତି ଚୂଡାନ୍ତ କର, ପଛେ ଯେଉଁ କଥା। ହାଇକୋର୍ଟ କହିଛନ୍ତି, ଚିଠା ସ୍ତରରେ ଯଦି ଏକ ନୂଆ ନୀତି ପ୍ରକ୍ରିୟା ରହିଛି ତେବେ ବର୍ତ୍ତମାନ ହିଁ ତାହାକୁ ଶେଷ କର। ବର୍ତ୍ତମାନ ନୂଆ ମନ୍ତ୍ରିମଣ୍ଡଳ ଆସିଛି। ତେଣୁ ତୁରନ୍ତ ବିମାନ ବନ୍ଦର ଗୁଡିକର ନାମକରଣ ଓ ପୁନଃନାମକରଣ କର। ଅତିରିକ୍ତ ସଲିସିଟର ଜେନରାଲ ଅନୀଲ ସିଂହଙ୍କୁ ଏହା କହିଛନ୍ତି ଅଦାଲତ। ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ମୁଖ୍ୟ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ ଜିଏସ କୁଲକର୍ଣ୍ଣୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

କୋର୍ଟ କହିଛନ୍ତି ବର୍ତ୍ତମାନ ଏହି ଚିଠାନୀତି କେଉଁ ଅବସ୍ଥାରେ ରହିଛି ତାହା କୋର୍ଟ ଜାଣିବାକୁ ଚାହେଁ। ଗତ ମାସରେ ଏହି କାରଣକୁ ନେଇ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରି ୨୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଥିବା ଏକ ବିମାନବନ୍ଦରକୁ ସ୍ୱର୍ଗତ ସାଂସଦ ଡି.ବି. ପାଟିଲଙ୍କ ନାମରେ ନାମିତ କରିବା ଦାବିରେ ଗତ ମାସରେ ନଭି ମୁମ୍ବାଇରେ ପ୍ରକଳ୍ପ ପ୍ରଭାବିତ ଲୋକଙ୍କ ସମାଗମ ହୋଇଥିଲା। ସ୍ୱର୍ଗତ ପାଟିଲ ଏହି ପ୍ରଭାବିତଙ୍କ ସ୍ୱାର୍ଥ ଲାଗି ସଂଗ୍ରାମ କରିଥିଲେ। ଗତ ମାସରେ ମହାରାଷ୍ଟ୍ର ସରକାର ଏହି ନୂଆ ବିମାନ ବନ୍ଦରର ନାମ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ନାଁରେ ନାମିତ କରିବାକୁ କହିଥିଲେ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର