ନାଗରିକତା ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଅକ୍ଷୁର୍ଣ୍ଣ ରହିବ ଧାରା ୬ଏ’ର ବୈଧତା

The Sakala Picture
Published On

ନୂଆଦିଲ୍ଲୀ: ନାଗରିକତା ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଧାରା ‘୬କ’କୁ ବୈଧ ଘୋଷଣା କଲେ ସୁପ୍ରିମ୍‌କୋର୍ଟ । ଧାରା ୬ଏ’ ସେହି ବ୍ୟକ୍ତିଙ୍କୁ ନାଗରିକତା ପ୍ରଦାନ କରିଥାଏ ଯେଉଁମାନେ ସମ୍ବିଧାନର ପ୍ରାବଧାନ ଅନ୍ତର୍ଗତରେ ଆସିନଥାନ୍ତି । ଆସାମ ଚୁକ୍ତିକୁ ଆଗେଇ ନେବାକୁ ସର୍ବୋଚ୍ଚ ଅଦାଲତଙ୍କ ୫ ଜଣିଆ ଖଣ୍ଡପୀଠ ୧୯୮୫ର ଏକ ସଂଶୋଧନ ମାଧ୍ୟମରେ ଧାରା ୬Aର ବୈଧତାକୁ ବଜାଇ ରଖିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ […]

ନୂଆଦିଲ୍ଲୀ: ନାଗରିକତା ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଧାରା ‘୬କ’କୁ ବୈଧ ଘୋଷଣା କଲେ ସୁପ୍ରିମ୍‌କୋର୍ଟ । ଧାରା ୬ଏ’ ସେହି ବ୍ୟକ୍ତିଙ୍କୁ ନାଗରିକତା ପ୍ରଦାନ କରିଥାଏ ଯେଉଁମାନେ ସମ୍ବିଧାନର ପ୍ରାବଧାନ ଅନ୍ତର୍ଗତରେ ଆସିନଥାନ୍ତି । ଆସାମ ଚୁକ୍ତିକୁ ଆଗେଇ ନେବାକୁ ସର୍ବୋଚ୍ଚ ଅଦାଲତଙ୍କ ୫ ଜଣିଆ ଖଣ୍ଡପୀଠ ୧୯୮୫ର ଏକ ସଂଶୋଧନ ମାଧ୍ୟମରେ ଧାରା ୬Aର ବୈଧତାକୁ ବଜାଇ ରଖିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଏମଏମ ସୁନ୍ଦ୍ରେଶ ଓ ଜଷ୍ଟିସ ମନୋଜ ମିଶ୍ର ବହୁମତରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ନାଗରିକ ଆଇନ ୧୯୫୫ର ଧାରା ୬(କ)ର ସାମ୍ବିଧାନିକ ବୈଧତାକୁ ଯଥାର୍ଥ କହିଛନ୍ତି ସୁପ୍ରିମକୋର୍ଟ। ଏହି ଆଇନ ଅନୁସାରେ ୧ ଜାନୁଆରୀ ୧୯୬୬ରୁ ୨୫ ମାର୍ଚ୍ଚ ୧୯୭୧ ମଧ୍ଯରେ ଆସାମକୁ ପ୍ରବେଶ କରିଥିବା ବାହାର ନାଗରିକଙ୍କୁ ନାଗରିକତ୍ବ ପ୍ରଦାନ କରାଯାଇଥାଏ। ପ୍ରଧାନବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ନେତୃତ୍ବାଧୀନ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଏହି ରାୟ ସମର୍ଥନରେ ୪ ବିଚାରପତି ରହିଥିବାବେଳେ ଜଣେ ବିଚାରପତି ଏହା ବିରୋଧରେ ରାୟ ଦେଇଛନ୍ତି। ସିଜେଆଇ କହିଛନ୍ତି- ବାଂଲାଦେଶ ଗଠନ ହେବା ପରେ ସୃଷ୍ଟି ହୋଇଥିବା ସମସ୍ଯା ପରେ କରାଯାଇଥିବା ଆସାମ ଚୁକ୍ତି ଏକ ରାଜନୈତକ ସମାଧାନ ଧର୍ମୀ ଘଟଣା ଥିଲା। ଏହି ସମସ୍ଯାର ସମାଧାନ ଲାଗି ଧାରା ୬(କ) ଏକ ବିଧେୟକଧର୍ମୀ ଥିଲା। କଟ-ଅଫ ତାରିଖ ୨୫ ମାର୍ଚ୍ଚ ୧୯୭୧ ଯଥାର୍ଥ ଥିଲା କାରଣ ଏହି ତାରିଖରେ ବାଂଲାଦେଶ ମୁକ୍ତିଯୁଦ୍ଧ ଶେଷ ହୋଇଥିଲା ବୋଲି କହିଛନ୍ତି ଖଣ୍ଡପୀଠ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର