ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ ମର୍ଲେନା, ଶପଥ କରାଇଲେ ଉପରାଜ୍ୟପାଳ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ ମର୍ଲେନା। ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇଲେ ଉପରାଜ୍ୟପାଳ । ଆତିଶୀଙ୍କ ସହ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଗୋପାଳ ରାୟ ଓ କୈଳାସ ଗେହଲଟ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି। ପୂର୍ବରୁ ଆଦମୀ ପାର୍ଟି ବିଧାୟକ ଦଳ ବୈଠକରେ ସର୍ବସମ୍ମତିରେ ମନୋନୀତ ହୋଇଥିଲେ ଆତିଶୀ ମାର୍ଲେନା। ଆପ୍ ବିଧାୟକ ଦଳ ବୈଠକରେ ଦଳର ନେତା ଭାବେ ଆତିଶୀ ନିର୍ବାଚିତ ହେବା ପରେ ତାଙ୍କୁ ପରିବର୍ତ୍ତି ମୁଖ୍ୟମନ୍ତ୍ରୀ […]

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ ମର୍ଲେନା। ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇଲେ ଉପରାଜ୍ୟପାଳ । ଆତିଶୀଙ୍କ ସହ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଗୋପାଳ ରାୟ ଓ କୈଳାସ ଗେହଲଟ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ନିଟ୍‌ ପେପର ଲିକ୍ ଓ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ: ସଂସଦ ବାହାରେ କଳା ପୋଷାକରେ ବିରୋଧୀ ସାଂସଦଙ୍କ ପ୍ରତିବାଦ

ପୂର୍ବରୁ ଆଦମୀ ପାର୍ଟି ବିଧାୟକ ଦଳ ବୈଠକରେ ସର୍ବସମ୍ମତିରେ ମନୋନୀତ ହୋଇଥିଲେ ଆତିଶୀ ମାର୍ଲେନା। ଆପ୍ ବିଧାୟକ ଦଳ ବୈଠକରେ ଦଳର ନେତା ଭାବେ ଆତିଶୀ ନିର୍ବାଚିତ ହେବା ପରେ ତାଙ୍କୁ ପରିବର୍ତ୍ତି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ।

ଆହୁରି ପଢ଼ନ୍ତୁ: ସିକ୍କିମ ଟନେଲ ଦୁର୍ଘଟଣା: ୨୨ ଜଣଙ୍କ ମୃତଦେହ ଉଦ୍ଧାର, ୩ ନିଖୋଜ ଶ୍ରମିକଙ୍କ ପାଇଁ ଖୋଜାଖୋଜି ଜାରି

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ପ୍ରାୟ ୬ ମାସ ଧରି ଜେଲରେ ରହିବା ପରେ ଗତ ୧୩ ତାରିଖରେ  କେଜ୍ରିୱାଲ ସୁପ୍ରିମକୋର୍ଟରୁ ଜାମିନ ପାଇ ମୁକୁଳିଥିଲେ। କିନ୍ତୁ ଜେଲରୁ ବାହାରିବା ପରେ ସେ ଅଚାନକ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହାକୁ ନେଇ ଦଳୀୟ ନେତା ବି ବିସ୍ମିତ।  ଏବେ ଲୋକଙ୍କ ପାଖରେ ଆହୁରି ନିକଟତର ହେବାର ସମୟ ଆସିଛି। ସେ ଏବେ ଘର ଘର ବୁଲି ଲୋକଙ୍କ ସହ ସମ୍ପର୍କ ରକ୍ଷା କରିବେ ବୋଲି କହିଥିଲେ। ସେ କହିଥିଲେ ଯେ, ‘ ମୁଁ ଦିଲ୍ଲୀବାସୀଙ୍କୁ ଭେଟିବି ଏବଂ ମୁଁ ଜଣେ ସଚ୍ଚୋଟ ନେତା କି ଦୁର୍ନୀତିଗ୍ରସ୍ତ ସେମାନେ ହିଁ କହିବେ। ଯଦି ମୁଁ ସଚ୍ଚୋଟ ବୋଲି ପ୍ରମାଣିତ ହୁଏ ତେବେ ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ୍ ମିଡିଆରେ କୋର୍ଟ ପ୍ରୋସିଡିଙ୍ଗସ୍ ଭିଡିଓର ବ୍ୟବହାର ଓ ମୋନେଟାଇଜେସନ୍ ଉପରେ ରୋକ୍

21 Sep 2024 By The Sakala

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ ମର୍ଲେନା, ଶପଥ କରାଇଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ ମର୍ଲେନା। ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇଲେ ଉପରାଜ୍ୟପାଳ । ଆତିଶୀଙ୍କ ସହ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଗୋପାଳ ରାୟ ଓ କୈଳାସ ଗେହଲଟ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି।

ପୂର୍ବରୁ ଆଦମୀ ପାର୍ଟି ବିଧାୟକ ଦଳ ବୈଠକରେ ସର୍ବସମ୍ମତିରେ ମନୋନୀତ ହୋଇଥିଲେ ଆତିଶୀ ମାର୍ଲେନା। ଆପ୍ ବିଧାୟକ ଦଳ ବୈଠକରେ ଦଳର ନେତା ଭାବେ ଆତିଶୀ ନିର୍ବାଚିତ ହେବା ପରେ ତାଙ୍କୁ ପରିବର୍ତ୍ତି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ପ୍ରାୟ ୬ ମାସ ଧରି ଜେଲରେ ରହିବା ପରେ ଗତ ୧୩ ତାରିଖରେ  କେଜ୍ରିୱାଲ ସୁପ୍ରିମକୋର୍ଟରୁ ଜାମିନ ପାଇ ମୁକୁଳିଥିଲେ। କିନ୍ତୁ ଜେଲରୁ ବାହାରିବା ପରେ ସେ ଅଚାନକ କାହିଁକି ଏଭଳି ନିଷ୍ପତ୍ତି ନେଲେ ତାହାକୁ ନେଇ ଦଳୀୟ ନେତା ବି ବିସ୍ମିତ।  ଏବେ ଲୋକଙ୍କ ପାଖରେ ଆହୁରି ନିକଟତର ହେବାର ସମୟ ଆସିଛି। ସେ ଏବେ ଘର ଘର ବୁଲି ଲୋକଙ୍କ ସହ ସମ୍ପର୍କ ରକ୍ଷା କରିବେ ବୋଲି କହିଥିଲେ। ସେ କହିଥିଲେ ଯେ, ‘ ମୁଁ ଦିଲ୍ଲୀବାସୀଙ୍କୁ ଭେଟିବି ଏବଂ ମୁଁ ଜଣେ ସଚ୍ଚୋଟ ନେତା କି ଦୁର୍ନୀତିଗ୍ରସ୍ତ ସେମାନେ ହିଁ କହିବେ। ଯଦି ମୁଁ ସଚ୍ଚୋଟ ବୋଲି ପ୍ରମାଣିତ ହୁଏ ତେବେ ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର