ଏନ୍ଡିଏରେ ଫାଟ ! କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ହାଇକୋର୍ଟ, ସୁପ୍ରିମକୋର୍ଟ ଗଲେ ବିଜେପି ନେତା
ନୂଆଦିଲ୍ଲୀ: କେନ୍ଦ୍ରର ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍ଡିଏ) ମେଣ୍ଟରେ ଫାଟ ସୃଷ୍ଟି ହୋଇଛି! ବିଜେପି ଏବଂ ଲୋକ ଜନଶକ୍ତି ପାର୍ଟି (ରାମ ବିଳାଶ) ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି! ଏହି ମାମଲା ଏବେ କୋର୍ଟରେ ପହଞ୍ଚି ଯାଇଛି। ମେଣ୍ଟ ସହଯୋଗୀ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ବାନଙ୍କ ବିରୋଧରେ ବିଜେପି ନେତା ରାକେଶ ସିଂହ ଗୁରୁତର ଅଭିଯୋଗ ଲଗାଇଛନ୍ତି। ଏହାକୁ ନେଇ ସେ ପାଟନା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଆବେଦନ ଦାଏର କରିଛନ୍ତି। ନିର୍ବାଚନ କମିଶନ (ଇସି)ଙ୍କ ଦ୍ବାରସ୍ଥ […]
ନୂଆଦିଲ୍ଲୀ: କେନ୍ଦ୍ରର ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍ଡିଏ) ମେଣ୍ଟରେ ଫାଟ ସୃଷ୍ଟି ହୋଇଛି! ବିଜେପି ଏବଂ ଲୋକ ଜନଶକ୍ତି ପାର୍ଟି (ରାମ ବିଳାଶ) ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି! ଏହି ମାମଲା ଏବେ କୋର୍ଟରେ ପହଞ୍ଚି ଯାଇଛି। ମେଣ୍ଟ ସହଯୋଗୀ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ବାନଙ୍କ ବିରୋଧରେ ବିଜେପି ନେତା ରାକେଶ ସିଂହ ଗୁରୁତର ଅଭିଯୋଗ ଲଗାଇଛନ୍ତି। ଏହାକୁ ନେଇ ସେ ପାଟନା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଆବେଦନ ଦାଏର କରିଛନ୍ତି। ନିର୍ବାଚନ କମିଶନ (ଇସି)ଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି। ଏହା ଦ୍ବାରା ଚିରାଗଙ୍କ ଲୋକସଭା ସଦସ୍ୟତା ଉପରେ ବିପଦ ଦେଖା ଦେଇଛି। ସେ ଚିରାଗଙ୍କ ହାଜିପୁର ଲୋକସଭା ସଦସ୍ୟତାକୁ ବିରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଦୁଷ୍କର୍ମ ଭଳି ସଙ୍ଗୀନ ମାମଲାର ତଥ୍ୟ ଲୁଚାଇ ଇସିଙ୍କୁ ଦେଇ ନ ଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ ଦାବି କରିଛନ୍ତି। ଚିରାଗଙ୍କ ବିରୋଧରେ ରାକେଶ ତିନୋଟି ଅଭିଯୋଗ ଲଗାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଖଗଡ଼ିଆର ସହରବନ୍ନୀ ସ୍ଥିତ ପୈତୃକ ସମ୍ପତ୍ତିର ସଠିକ ସୂଚନା ନିଜ ସତ୍ୟପାଠରେ ଦେଇନାହାନ୍ତି। ୮୦ ଏକର ଜମିର ତଥ୍ୟ ଲୁଚାଇଥିବା କୁହାଯାଇଛି। ଏହା ବ୍ୟତୀତ ଝାନସୀର ବୁନ୍ଦେଲଖଣ୍ଡ ୟୁନିଭର୍ସିଟି ସମ୍ବନ୍ଧିତ କମ୍ପ୍ୟୁଟର ଇଞ୍ଜିନିୟରିଂ ଇନ୍ଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କଲେଜରୁ ଚିରାଗ ୨୦୦୫ରେ ବିଟେକ୍ ପଢ଼ିଥିବା କହିଥିଲେ। କିନ୍ତୁ ଏହା ଭୁଲ୍ ବୋଲି ଜଣାପଡ଼ିଛି। ବିଜେପି ନେତାଙ୍କ ଆବେଦନ ଉପରେ ଡାଏରୀ ହୋଇଯାଇଛି। ଟୋକନ ନମ୍ବର ମଧ୍ୟ ମିଳିଯାଇଛି। ଏହି ମାମଲାରେ ସେ ଇସି, ହାଜିପୁର ଜିଲ୍ଲାପାଳ ଏବଂ ରିଟର୍ଣ୍ଣିଂ ଅଫିସରଙ୍କୁ ପକ୍ଷଭୁକ୍ତ କରିଛନ୍ତି।
ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ଚିରାଗଙ୍କ ବିରୋଧରେ ଅଭିଯୋଗ ଲଗାଇଥିବା ରାକେଶ ପୂର୍ବରୁ ଏଲ୍ଜେପି ସମର୍ଥନରେ ନିର୍ବାଚନ ମୈଦାନକୁ ଓହ୍ଲାଇ ଥିଲେ। ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଏଲ୍ଜେପି ଟିକଟରୁ ଜହାନାବାଦର ଘୋଷୀ ଆସନରୁ ଲଢ଼ିଥିଲେ। ମାତ୍ର ସେ ନିର୍ବାଚନ ହାରି ଯାଇଥିଲେ। ସେତେବେଳେ ବି ସେ ବିଜେପିରୁ ଥିଲେ। ମାତ୍ର ଦୁଇ ଦଳ ମେଣ୍ଟ କରି ନିର୍ବାଚନକୁ ଓହ୍ଲାଇ ଥିଲା। ରାକେଶ ଅଭିଯୋଗ କରିଛନ୍ତି ଯେ ଚିରାଗ ଦଳିତଙ୍କ ସହ ଅନ୍ୟାୟ କରୁଛନ୍ତି। ସେ ଦଳିତଙ୍କ ନାମରେ ମଲେଇ ଖାଉଛନ୍ତି। ଦିଲ୍ଲୀର କନଟ ପ୍ଲେସ୍ ଥାନାରେ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରହିଛି। ତାଙ୍କର ଅନ୍ୟତମ ଭାଇ ତଥା ପୂର୍ବତନ ସାଂସଦ ପ୍ରିନ୍ସ ରାଜ ଏହି ମାମଲାର ପ୍ରଥମ ଅଭିଯୁକ୍ତ। କିନ୍ତୁ ଚିରାଗ ଇସିଙ୍କ ନିକଟରେ ଦାଖଲ ସତ୍ୟପାଠରେ ଏ ବିଷୟରେ ସୂଚନା ଦେଇ ନ ଥିଲେ। ତାଙ୍କ ବିରୋଧରେ କୌଣସି ମାମଲା ନ ଥିବା ଜଣାଇ ଥିଲେ। ଅନ୍ୟପକ୍ଷରେ ୱାକଫ ସଂଶୋଧିନ ଆଇନ, ଜାତିଗତ ଜନଗଣନା ଆଦିକୁ ନେଇ ଚିରାଗ ବିଜେପିଠାରୁ ଭିନ୍ନ ମତ ରଖୁଥିବାରୁ ଏହା ମାଧ୍ୟମରେ ତାଙ୍କୁ ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରାଯାଉଥିବା କୁହାଯାଉଛି। କିନ୍ତୁ ବିଜେପି ସହ ଫାଟ ଥିବା ଖବରକୁ ଚିରାଗ ଖଣ୍ଡନ କରିଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଅଲଗା ହେବେ ନାହିଁ ବୋଲି କହିଛନ୍ତି।