ବ୍ରିଜଭୂଷଣ ସିଂହଙ୍କୁ ଝଟକା, ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ପୂର୍ବତନ କୁସ୍ତିଯୋଦ୍ଧା ମହାସଂଘ ସଭାପତି ବ୍ରିଜଭୂଷଣ ସିଂହଙ୍କୁ ଝଟକା । ମହିଳା ରେସଲରଙ୍କ ଦ୍ବାରା ଦାୟର ଯୌନ ନିର୍ଯାତନା ମାମଲା ଖାରଜ ଲାଗି ହୋଇଥିବା ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଛି। ଏହାସହ ବ୍ରିଜଭୂଷଣଙ୍କ ଆବେଦନ ନେଇ ପ୍ରଶ୍ନ ଉଠାଇଛନ୍ତି ଜଷ୍ଟିସ ନୀନା ବଂଶଲ କ୍ରିଷ୍ଣା । ସେ କହିଛନ୍ତି, ସବୁ କ୍ଷେତ୍ରରେ ଦିଆଯାଇ ପାରିବନି ଏକ ପ୍ରକାର ରାୟ । ଥରେ କୌଣସି ମାମଲାର ବିଚାର ଚାଲିଲେ ଏହା ଜଟିଳ ପ୍ରକ୍ରିୟା ମଧ୍ଯରେ ଚାଲିଥାଏ […]

ନୂଆଦିଲ୍ଲୀ: ପୂର୍ବତନ କୁସ୍ତିଯୋଦ୍ଧା ମହାସଂଘ ସଭାପତି ବ୍ରିଜଭୂଷଣ ସିଂହଙ୍କୁ ଝଟକା । ମହିଳା ରେସଲରଙ୍କ ଦ୍ବାରା ଦାୟର ଯୌନ ନିର୍ଯାତନା ମାମଲା ଖାରଜ ଲାଗି ହୋଇଥିବା ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଛି। ଏହାସହ ବ୍ରିଜଭୂଷଣଙ୍କ ଆବେଦନ ନେଇ ପ୍ରଶ୍ନ ଉଠାଇଛନ୍ତି ଜଷ୍ଟିସ ନୀନା ବଂଶଲ କ୍ରିଷ୍ଣା ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ସେ କହିଛନ୍ତି, ସବୁ କ୍ଷେତ୍ରରେ ଦିଆଯାଇ ପାରିବନି ଏକ ପ୍ରକାର ରାୟ । ଥରେ କୌଣସି ମାମଲାର ବିଚାର ଚାଲିଲେ ଏହା ଜଟିଳ ପ୍ରକ୍ରିୟା ମଧ୍ଯରେ ଚାଲିଥାଏ । ବ୍ରିଜଭୂଷଣଙ୍କ ଓକିଲ ରାଜୀବ ମୋହନ କହିଛନ୍ତି, ତାଙ୍କ ବିରୋଧରେ ମାମଲା ଦାୟର କ୍ଷେତ୍ରରେ ଏକ ଲୁକ୍କାୟିତ ଯୋଜନା ରହିଛି । ରେସଲିଂ ଫେଡେରେସନ ସଭାପତି ପଦରୁ ତାଙ୍କୁ ହଟାଇବା ଲାଗି ଅଭିଯୋଗକାରୀମାନେ ଯୋଜନା କରିଥିଲେ । ଯୌନ ନିର୍ଯାତନା ଅଭିଯୋଗକୁ ଖାରଜ କରିବା ଲାଗି ଏକ ସର୍ଟ ନୋଟ ପ୍ରସ୍ତୁତ କରିବା ସକାଶେ ବ୍ରିଜଭୂଷଣଙ୍କ ଓକିଲଙ୍କୁ ଦୁଇ ସପ୍ତାହ ଦେଇଛନ୍ତି କୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୬ରେ ହେବ ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଗତ ମେ’ ୨୧ରେ ବ୍ରିଜଭୂଷଣଙ୍କ ବିରୋଧରେ କୋର୍ଟ ମାମଲା ରୁଜୁ କରିଥିଲେ । ମହିଳାଙ୍କୁ ଯୌନ ନିର୍ଯାତନା, ଧମକ ଆଦି ଅଭିଯୋଗ ଅନୁସାରେ ରୁଜୁ ହୋଇଥିଲା ମାମଲା । ଗତବର୍ଷ ମେ’ ମାସରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ବ୍ରିଜଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଥିଲା ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର