ମନୋରଞ୍ଜନ
ଓଡ଼ିଶା
ଜାମ୍ମୁ କାଶ୍ମୀର ବିଧାନସଭା ପାଇଁ ସଂଶୋଧିତ ତାଲିକା ଜାରି କଲା ବିଜେପି
ଶ୍ରୀନଗର: ଜାମ୍ମୁ କାଶ୍ମୀର ବିଧାନସଭା ପାଇଁ ସଂଶୋଧିତ ତାଲିକା ଜାରି କଲା ଭାରତୀୟ ଜନତା ପାର୍ଟି। ପ୍ରଥମ ଦଫାରେ ୧୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଦଳ। ପୂର୍ବରୁ ପ୍ରାର୍ଥୀ ତାଲିକା ଜାରି କରି ପ୍ରତ୍ୟାହାର କରିନେଇଥିଲା । ସୂଚନା ଅନୁଯାୟୀ, ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଥିଲା ୪୪ ଜଣିଆ ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟ ପାଇଁ ୧୫ଜଣ ପ୍ରାର୍ଥୀ, ଦ୍ୱିତୀୟ ପର୍ଯ୍ୟାୟରେ ୧୦ଜଣ ଓ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ […]
ଶ୍ରୀନଗର: ଜାମ୍ମୁ କାଶ୍ମୀର ବିଧାନସଭା ପାଇଁ ସଂଶୋଧିତ ତାଲିକା ଜାରି କଲା ଭାରତୀୟ ଜନତା ପାର୍ଟି। ପ୍ରଥମ ଦଫାରେ ୧୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଦଳ। ପୂର୍ବରୁ ପ୍ରାର୍ଥୀ ତାଲିକା ଜାରି କରି ପ୍ରତ୍ୟାହାର କରିନେଇଥିଲା ।
ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !
ସୂଚନା ଅନୁଯାୟୀ, ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଥିଲା ୪୪ ଜଣିଆ ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟ ପାଇଁ ୧୫ଜଣ ପ୍ରାର୍ଥୀ, ଦ୍ୱିତୀୟ ପର୍ଯ୍ୟାୟରେ ୧୦ଜଣ ଓ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ପରେ ଏହା ପ୍ରାର୍ଥୀ ତାଲିକାକୁ ପ୍ରତ୍ୟାହାର କରିନେଇଥିଲା ବିଜେପି।
ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର
ସୂଚନା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ଜାମ୍ମୁ-କାଶ୍ମୀରରେ ୩ଟି ପର୍ଯ୍ୟାୟରେ ବିଧାନସଭା ଭୋଟ୍ ହେବ । ଏନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ସିଇସି କମିଟି ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ପାର୍ଟି ଅଧ୍ୟକ୍ଷ ଜେ.ପି ନଡ୍ଡା ଏବଂ ବହୁ ବରିଷ୍ଠ ନେତା ମିଟିଂରେ ସାମିଲ୍ ହୋଇଥିଲେ ।






