ମନୋରଞ୍ଜନ

ହିରୋଙ୍କ ପାଇଁ ଅଭିଜ୍ଞତା, ହିରୋଇନଙ୍କ ପାଇଁ ସମସ୍ୟା! ବଲିଉଡର ଦ୍ୱିମୁଖୀ ନୀତି ଉପରେ ବର୍ଷିଲେ ଈଶା କୋପିକର
ଆମେରିକାରେ ଶାହରୁଖ୍ ଖାନଙ୍କ ନୂଆ କ୍ରିକେଟ୍ ଷ୍ଟାଡିୟମ୍: ଉଦ୍‌ଘାଟନୀ ଭିଡିଓରେ ନଜର ଆସିଲେ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି
ରିଆଲିଟି ସୋ 'ଦି ଆଲାଏନ୍ସ'ରେ ସୋହେଲ୍ ଖାନ୍‌ଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି: ସଲମାନଙ୍କ ରିଆକ୍ସନ ବିଷୟରେ କହିଲେ ଅଭିନେତା
'କାଲା ହିରଣ' ବିବାଦ: ସେନ୍ସର ବୋର୍ଡକୁ ଯାଇନାହିଁ ଫିଲ୍ମ, ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସ୍ଥଗିତ
'ଟକ୍ସିକ୍'ର ନୂଆ ଟିଜର ରିଲିଜ୍: ଆକ୍ସନ୍ ବଦଳରେ ବୋଲ୍ଡ ସିନ୍ ଦେଖି ତାଜୁବ୍ ଫ୍ୟାନ୍ସ, ୟଶ୍ ଏବଂ କିଆରାଙ୍କ ରୋମାନ୍ସକୁ ନେଇ ଟ୍ରୋଲ୍ ହେଲେ ମେକର୍ସ

କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ, ଆଜି ଦେଶବ୍ୟାପୀ ଡାକ୍ତରଙ୍କ ଧର୍ମଘଟ

The Sakala Picture
Published On

ନୂଆଦିଲ୍ଲୀ,: କୋଲକାତା ଆର୍‌. ଜି. କର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ତୁମ୍ବିତୋଫାନ ସୃଷ୍ଟି କରିଛି। ଏହାକୁ ନେଇ ଦେଶର ବିଭିନ୍ନ ଅଞ୍ଚଳରେ ଡାକ୍ତରମାନେ ହରତାଳକୁ ଓହ୍ଲାଇଛନ୍ତି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ତଦନ୍ତ ଆରମ୍ଭ କରିଛି। ମେଡିକାଲ କଲେଜର ଅଧ୍ୟକ୍ଷ ଓ ବିଭାଗୀୟ ମୁଖ୍ୟଙ୍କୁ ଜେରା ଆରମ୍ଭ ହୋଇଛି। ଏହି କ୍ରମରେ ଭାରତୀୟ ଭେଷଜ ପରିଷଦ (ଇଣ୍ଡିଆନ ମେଡିକାଲ ଆସୋସିଏସନ-ଆଇଏମ୍‌ଏ) ଦେଶବ୍ୟାପୀ ଦିନିିକିଆ […]

ନୂଆଦିଲ୍ଲୀ,: କୋଲକାତା ଆର୍‌. ଜି. କର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ତୁମ୍ବିତୋଫାନ ସୃଷ୍ଟି କରିଛି। ଏହାକୁ ନେଇ ଦେଶର ବିଭିନ୍ନ ଅଞ୍ଚଳରେ ଡାକ୍ତରମାନେ ହରତାଳକୁ ଓହ୍ଲାଇଛନ୍ତି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ତଦନ୍ତ ଆରମ୍ଭ କରିଛି। ମେଡିକାଲ କଲେଜର ଅଧ୍ୟକ୍ଷ ଓ ବିଭାଗୀୟ ମୁଖ୍ୟଙ୍କୁ ଜେରା ଆରମ୍ଭ ହୋଇଛି। ଏହି କ୍ରମରେ ଭାରତୀୟ ଭେଷଜ ପରିଷଦ (ଇଣ୍ଡିଆନ ମେଡିକାଲ ଆସୋସିଏସନ-ଆଇଏମ୍‌ଏ) ଦେଶବ୍ୟାପୀ ଦିନିିକିଆ ଧର୍ମଘଟ ଡକରା ଦେଇଛି। ଶନିବାର ସକାଳ ୬ଟାରୁ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ଏହି ଧର୍ମଘଟ ଚାଲିବ ଧର୍ମଘଟ କାଳରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି କୁହାଯାଇଛିି।

ଆହୁରି ପଢ଼ନ୍ତୁ: କେତନ ହତ୍ୟାକାଣ୍ଡରେ ନୂଆ ଖୁଲାସା: ବାଲି ଯିବା ପୂର୍ବରୁ କ୍ୟାବରେ କ’ଣ କରିଥିଲେ ସିୟା?

ଅନ୍ୟପକ୍ଷରେ ବୁଧବାର ବିଳମ୍ବିତ ରାତିରେ ଆର୍‌.ଜି. କର ହସ୍‌ପିଟାଲରେ ହୋଇଥିବା ହିଂସା ଘଟଣା ପରେ ଫେଡେରେସନ ଅଫ୍‌ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ (ଏଫ୍‌ଓଆର୍‌ଡିଏ) ପୁଣି ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଥିବା ଏଫ୍‌ଓଆର୍‌ଡିଏ ପୁଣିଥରେ ଆନ୍ଦୋଳନ ଘୋଷଣା କରିବା ଏବଂ ଆଇଏମ୍‌ଏର ଧର୍ମଘଟ ଡକରା ଫଳରେ ଆସନ୍ତାକାଲି ସମଗ୍ର ଦେଶରେ ରୋଗୀସେବା ଗୁରୁତର ଭାବେ ବ୍ୟାହତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ୟୁରୋପରେ ଇତିହାସର ସବୁଠାରୁ ଭୟଙ୍କର ଗ୍ରୀଷ୍ମପ୍ରବାହ: ତରଳୁଛି ଟ୍ରାମ ଧାରଣା, ସୂର୍ଯ୍ୟ କିରଣରେ ରାନ୍ଧୁଛନ୍ତି ଲୋକେ

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଡାକ୍ତରଖାନାରେ ହୋଇଥିବା ହିଂସାକାଣ୍ଡ ଉପରେ ଆଇଏମ୍‌ଏ ମଧ୍ୟ ପ୍ରଶ୍ନ ଉଠାଇଛି। ଆଇଏମ୍‌ଏ ଏହି ଜଘନ୍ୟ ଘଟଣାକୁ ଅତି କଡ଼ା ଭାଷାରେ ନିନ୍ଦା କରିଛି। ମୃତ ଡାକ୍ତରଙ୍କୁ ନ୍ୟାୟ ପ୍ରଦାନ, ଡାକ୍ତରମାନଙ୍କ ସୁରକ୍ଷା ନିମନ୍ତେ କେନ୍ଦ୍ରୀୟ ଆଇନ ପ୍ରଣୟନ, ଡାକ୍ତରଖାନାଗୁଡ଼ିକୁ ସୁରକ୍ଷିତ କ୍ଷେତ୍ର ଘୋଷଣା ଆଦି ଦାବିରେ ଆସନ୍ତାକାଲି ୨୪ ଘଣ୍ଟିଆ ଧର୍ମଘଟ କରିବାକୁ ଆଇଏମ୍‌ଏ ନିଷ୍ପତ୍ତି ନେଇଛି। ଆଇଏମ୍‌ଏ ଜାତୀୟ ସଭାପତି ଡା. ଆର୍‌. ଭି. ଅଶୋକନ୍‌ ଓ ଅବୈତନିକ ସମ୍ପାଦକ ଡା. ଅନୀଲ କୁମାର ଜେ. ନାୟକ ଏକ ମିଳିତ ବିବୃତିରେ କହିଛନ୍ତିି ଯେ ଡାକ୍ତରଖାନାର ସୁରକ୍ଷା ପ୍ରୋଟୋକଲ ଏୟାରପୋର୍ଟର ସୁରକ୍ଷା ପ୍ରୋଟୋକଲଠାରୁ କୌଣସି ଗୁଣରେ ନ୍ୟୂନ ନୁହେଁ। ତେଣୁ ଏହାକୁ ସୁରକ୍ଷିତ ଅଞ୍ଚଳ ଘୋଷଣା ସହ ସିସିଟିଭି ଲଗାଇବା, ସୁରକ୍ଷା କର୍ମୀ ମୁତୟନ ଆଦି ପ୍ରୋଟୋକଲ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବା ଆବଶ୍ୟକ। ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନିୟମ ପ୍ରଣୟନର ମଧ୍ୟ ଆବଶ୍ୟକତା ରହିଛି। ଏହା ସହ କୋଲକାତା ଘଟଣାରେ ଅଭିଯୁକ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ଦଣ୍ଡିତ କରିବା, ବର୍ବରତାର ଶିକାର ମୃତ ମହିଳା ଡାକ୍ତରଙ୍କ ପରିବାରକୁ ସମ୍ମାନଜନକ କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ମଧ୍ୟ ଆଇଏମ୍‌ଏ ଦାବି କରିଛି।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା: କେଦାରନାଥ ଯାତ୍ରା ମାର୍ଗରେ ଭୂସ୍ଖଳନ, ହିମାଚଳ ପ୍ରଦେଶରେ ଅରେଞ୍ଜ ଆଲର୍ଟ

17 Aug 2024 By The Sakala

କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ, ଆଜି ଦେଶବ୍ୟାପୀ ଡାକ୍ତରଙ୍କ ଧର୍ମଘଟ

ନୂଆଦିଲ୍ଲୀ,: କୋଲକାତା ଆର୍‌. ଜି. କର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ତୁମ୍ବିତୋଫାନ ସୃଷ୍ଟି କରିଛି। ଏହାକୁ ନେଇ ଦେଶର ବିଭିନ୍ନ ଅଞ୍ଚଳରେ ଡାକ୍ତରମାନେ ହରତାଳକୁ ଓହ୍ଲାଇଛନ୍ତି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ତଦନ୍ତ ଆରମ୍ଭ କରିଛି। ମେଡିକାଲ କଲେଜର ଅଧ୍ୟକ୍ଷ ଓ ବିଭାଗୀୟ ମୁଖ୍ୟଙ୍କୁ ଜେରା ଆରମ୍ଭ ହୋଇଛି। ଏହି କ୍ରମରେ ଭାରତୀୟ ଭେଷଜ ପରିଷଦ (ଇଣ୍ଡିଆନ ମେଡିକାଲ ଆସୋସିଏସନ-ଆଇଏମ୍‌ଏ) ଦେଶବ୍ୟାପୀ ଦିନିିକିଆ ଧର୍ମଘଟ ଡକରା ଦେଇଛି। ଶନିବାର ସକାଳ ୬ଟାରୁ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ଏହି ଧର୍ମଘଟ ଚାଲିବ ଧର୍ମଘଟ କାଳରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି କୁହାଯାଇଛିି।

ଅନ୍ୟପକ୍ଷରେ ବୁଧବାର ବିଳମ୍ବିତ ରାତିରେ ଆର୍‌.ଜି. କର ହସ୍‌ପିଟାଲରେ ହୋଇଥିବା ହିଂସା ଘଟଣା ପରେ ଫେଡେରେସନ ଅଫ୍‌ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ (ଏଫ୍‌ଓଆର୍‌ଡିଏ) ପୁଣି ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଥିବା ଏଫ୍‌ଓଆର୍‌ଡିଏ ପୁଣିଥରେ ଆନ୍ଦୋଳନ ଘୋଷଣା କରିବା ଏବଂ ଆଇଏମ୍‌ଏର ଧର୍ମଘଟ ଡକରା ଫଳରେ ଆସନ୍ତାକାଲି ସମଗ୍ର ଦେଶରେ ରୋଗୀସେବା ଗୁରୁତର ଭାବେ ବ୍ୟାହତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଡାକ୍ତରଖାନାରେ ହୋଇଥିବା ହିଂସାକାଣ୍ଡ ଉପରେ ଆଇଏମ୍‌ଏ ମଧ୍ୟ ପ୍ରଶ୍ନ ଉଠାଇଛି। ଆଇଏମ୍‌ଏ ଏହି ଜଘନ୍ୟ ଘଟଣାକୁ ଅତି କଡ଼ା ଭାଷାରେ ନିନ୍ଦା କରିଛି। ମୃତ ଡାକ୍ତରଙ୍କୁ ନ୍ୟାୟ ପ୍ରଦାନ, ଡାକ୍ତରମାନଙ୍କ ସୁରକ୍ଷା ନିମନ୍ତେ କେନ୍ଦ୍ରୀୟ ଆଇନ ପ୍ରଣୟନ, ଡାକ୍ତରଖାନାଗୁଡ଼ିକୁ ସୁରକ୍ଷିତ କ୍ଷେତ୍ର ଘୋଷଣା ଆଦି ଦାବିରେ ଆସନ୍ତାକାଲି ୨୪ ଘଣ୍ଟିଆ ଧର୍ମଘଟ କରିବାକୁ ଆଇଏମ୍‌ଏ ନିଷ୍ପତ୍ତି ନେଇଛି। ଆଇଏମ୍‌ଏ ଜାତୀୟ ସଭାପତି ଡା. ଆର୍‌. ଭି. ଅଶୋକନ୍‌ ଓ ଅବୈତନିକ ସମ୍ପାଦକ ଡା. ଅନୀଲ କୁମାର ଜେ. ନାୟକ ଏକ ମିଳିତ ବିବୃତିରେ କହିଛନ୍ତିି ଯେ ଡାକ୍ତରଖାନାର ସୁରକ୍ଷା ପ୍ରୋଟୋକଲ ଏୟାରପୋର୍ଟର ସୁରକ୍ଷା ପ୍ରୋଟୋକଲଠାରୁ କୌଣସି ଗୁଣରେ ନ୍ୟୂନ ନୁହେଁ। ତେଣୁ ଏହାକୁ ସୁରକ୍ଷିତ ଅଞ୍ଚଳ ଘୋଷଣା ସହ ସିସିଟିଭି ଲଗାଇବା, ସୁରକ୍ଷା କର୍ମୀ ମୁତୟନ ଆଦି ପ୍ରୋଟୋକଲ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବା ଆବଶ୍ୟକ। ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନିୟମ ପ୍ରଣୟନର ମଧ୍ୟ ଆବଶ୍ୟକତା ରହିଛି। ଏହା ସହ କୋଲକାତା ଘଟଣାରେ ଅଭିଯୁକ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ଦଣ୍ଡିତ କରିବା, ବର୍ବରତାର ଶିକାର ମୃତ ମହିଳା ଡାକ୍ତରଙ୍କ ପରିବାରକୁ ସମ୍ମାନଜନକ କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ମଧ୍ୟ ଆଇଏମ୍‌ଏ ଦାବି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର