ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ବାଂଲାଦେଶ ଛାଡ଼ି ଭାରତରେ ପହଞ୍ଚିଲେ ଶେଖ୍ ହସିନା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ଭାରତରେ ପହଞ୍ଚିଲେ ଶେଖ୍ ହସିନା । ହିଣ୍ଡନ ଏୟାରବେସ୍ରେ ପହଞ୍ଚିଥିବା ସୂଚନା । ବାଂଲାଦେଶ ଏୟାରଫୋର୍ସ ବିମାନରେ ପହଞ୍ଚିଥିଲେ। ଢାକାରୁ ପଳାଇ ଆସି ଭାରତରେ ପହଞ୍ଚିଥିଲେ ଶେଖ୍ ହସିନା। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ଦେଶ ଛାଡ଼ିଛନ୍ତି ହସିନା । ଶେଖ ହସିନାଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଇଛି ସେନା । ଶାସନ ଭାର ଗ୍ରହଣ ସହ ସବୁ ଦଳର ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଛନ୍ତି। ହିଂସା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ଭାରତରେ ପହଞ୍ଚିଲେ ଶେଖ୍ ହସିନା । ହିଣ୍ଡନ ଏୟାରବେସ୍ରେ ପହଞ୍ଚିଥିବା ସୂଚନା । ବାଂଲାଦେଶ ଏୟାରଫୋର୍ସ ବିମାନରେ ପହଞ୍ଚିଥିଲେ। ଢାକାରୁ ପଳାଇ ଆସି ଭାରତରେ ପହଞ୍ଚିଥିଲେ ଶେଖ୍ ହସିନା। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ଦେଶ ଛାଡ଼ିଛନ୍ତି ହସିନା ।
ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍କୁ ଖସାଇଲା ଇରାନ
ଶେଖ ହସିନାଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଇଛି ସେନା । ଶାସନ ଭାର ଗ୍ରହଣ ସହ ସବୁ ଦଳର ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଛନ୍ତି। ହିଂସା ବନ୍ଦ କରିବାକୁ ଯୁବବର୍ଗଙ୍କୁ ଅପିଲ କରିଛି ବାଂଲା ସେନା ମୁଖ୍ୟ ।
ବାଂଲାଦେଶ ହିଂସା ନେଇ ବିଏସ୍ଏଫ୍କୁ ହାଇ ଆଲର୍ଟ ଜାରି କରାଯାଇଛି। ବାଂଲାଦେଶ ସୀମାରେ ମୁତୟନ ବିଏସ୍ଏଫ୍ର ସବୁ ୟୁନିଟ୍କୁ ଆଲର୍ଟ ଜାରି କରାଯାଇଛି। ବାଂଲାଦେଶକୁ ଲାଗିଥିବା ଭାରତର ୪୦୯୬ କିମି ସୀମାରେ ଆଲର୍ଟ ଜାରି ହୋଇଛି।
ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ
ଖବର ଅନୁଯାୟୀ, ଶେଖ ହସିନା ଭାରତ ଦେଇ ଲଣ୍ଡନ ଯାଇପରନ୍ତି।






