ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଅଣାୟତ୍ତ, ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ

The Sakala Picture
Published On

ଢାକା: ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଏବେ ବି ତୀବ୍ର ରହିଛି। ଏଠାକାର ମୋଟ ୬୪ ଜିଲ୍ଲା ମଧ୍ୟରୁ ୪୭ ଜିଲ୍ଲା ସମ୍ପୂର୍ଣ୍ଣ ଦଙ୍ଗା କବଳିତ ହୋଇପଡ଼ିବା ସହିତ ଶନିବାର ସୁଦ୍ଧା ୧୧୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ବାଂଲାଦେଶ ସରକାରଙ୍କୁ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ଦଙ୍ଗା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ […]

ଢାକା: ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଏବେ ବି ତୀବ୍ର ରହିଛି। ଏଠାକାର ମୋଟ ୬୪ ଜିଲ୍ଲା ମଧ୍ୟରୁ ୪୭ ଜିଲ୍ଲା ସମ୍ପୂର୍ଣ୍ଣ ଦଙ୍ଗା କବଳିତ ହୋଇପଡ଼ିବା ସହିତ ଶନିବାର ସୁଦ୍ଧା ୧୧୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ବାଂଲାଦେଶ ସରକାରଙ୍କୁ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ଦଙ୍ଗା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଏଠାକାର ସ୍ଥିତିକୁ ନେଇ ବହୁ ଭାରତୀୟ ନାଗରିକ ସ୍ବଦେଶ ଫେରି ଆସିଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦୦୦ ଭାରତୀୟ ନାଗରିକ ସ୍ଥଳପଥ ଏବଂ ବିମାନ ଯୋଗେ ଭାରତ ଫେରିଆସିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆନ୍ତର୍ଜାତିକ ସୀମା ପାର୍‌ କରି ସ୍ଥଳପଥରେ କେବଳ ୭୭୮ ଛାତ୍ରଛାତ୍ରୀ ଭାରତ ଫେରିଥିବା କୁହାଯାଇଛି। ସେହିପରି ନେପାଳ ଏବଂ ଭୁଟ୍ଟାନ ସୀମା ଦେଇ ଭାରତ ଫେରୁଥିବା ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବାକୁ ଉଭୟ ଦେଶକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏବେ ମଧ୍ୟ ବାଂଳାଦେଶରେ ଆହୁରି ୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ରହିଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ଢାକାସ୍ଥିତ ଭାରତୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ବ୍ୟତୀତ ଚିଟ୍ଟାଗଙ୍ଗ,ଖୁଲନା, ରାଜଶାହୀ ଏବଂ ସିଲେଟ୍‌ସ୍ଥିତ ଭାରତୀୟ ଉପାୟୁକ୍ତଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବାଂଲାଦେଶରେ ୮୫୦୦ ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ୧୫୦୦୦ ଭାରତୀୟ ରହିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ସବୁ ଭାରତୀୟ ସୁରକ୍ଷିତ ରହିଛନ୍ତି ବୋଲି ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ଏକ ବିବୃତିରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଉଲ୍ଲେଖଯୋଗ୍ୟ ଯେ, ୧୯୭୧ରେ ବାଂଲାଦେଶ ମୁକ୍ତି ସଂଗ୍ରାମରେ ଯେଉଁ ଯୋଦ୍ଧାମାନେ ଲଢି ପ୍ରାଣବଳି ଦେଇଥିଲେ ସେମାନଙ୍କ ପରିବାର କିମ୍ବା ଜ୍ଞାତି କୁଟୁମ୍ବଙ୍କ ପାଇଁ ସରକାରୀ ନିଯୁକ୍ତିରେ ୩୦ ପ୍ରତିଶତ ସଂରକ୍ଷଣ ଦେବାକୁ ବ୍ୟବସ୍ଥା ରହିଛି। କିନ୍ତୁ ଏହାକୁ ଏବେ ଏଠାକାର ଛାତ୍ରଛାତ୍ରୀ ବିରୋଧ କରୁଛନ୍ତି। ଏଭଳି ସ୍ଥିତିରେ ବିକ୍ଷୋଭକାରୀଙ୍କୁ ପ୍ରଧାନମନ୍ତ୍ରୀ ଶେଖ ହସିନା ‘ରଜାକାର୍‌’ ବୋଲି ଅଭିହିତ କରିବା ପରେ ଆନ୍ଦୋଳନକାରୀ ଆହୁରି ହିଂସାମୁଖୀ ହୋଇପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର