ବାଂଲାଦେଶରେ ଉଗ୍ର ହେଉଛି ସଂରକ୍ଷଣ ବିରୋଧୀ ହିଂସା: ୧୦୫ ମୃତ; ୨୫୦୦ରୁ ଅଧିକ ଆହତ

The Sakala Picture
Published On

ନୂଆଦିଲ୍ଲୀ: ବାଂଲାଦେଶ ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ସ୍ଥିତିକୁ ଦେଖି ସେନା ମୁତୟନ କରାଯାଇଛି। ଦେଶର ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। ଢାକାରୁ ବାହାରକୁ ଯିବା ପାଇଁ କୌଣସି ସାଧନ ଉପଲବ୍ଧ ହେଉନାହିଁ। ରାସ୍ତାରେ ଯାନବାହାନ ଚଳାଚଳ ପ୍ରାୟତଃ ହେଉନାହିଁ। ଏହା ମଧ୍ୟରେ ଆନ୍ଦୋଳନକାରୀ ଶୁକ୍ରବାର ବାଂଲାଦେଶ ବନ୍ଦ ଡ଼ାକରା ଦେଇଛନ୍ତି। ଆଜି ପ୍ରଦର୍ଶନକାରୀ ନରସିଂଗଡି ଜିଲ୍ଲାର […]

ନୂଆଦିଲ୍ଲୀ: ବାଂଲାଦେଶ ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ସ୍ଥିତିକୁ ଦେଖି ସେନା ମୁତୟନ କରାଯାଇଛି। ଦେଶର ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। ଢାକାରୁ ବାହାରକୁ ଯିବା ପାଇଁ କୌଣସି ସାଧନ ଉପଲବ୍ଧ ହେଉନାହିଁ। ରାସ୍ତାରେ ଯାନବାହାନ ଚଳାଚଳ ପ୍ରାୟତଃ ହେଉନାହିଁ। ଏହା ମଧ୍ୟରେ ଆନ୍ଦୋଳନକାରୀ ଶୁକ୍ରବାର ବାଂଲାଦେଶ ବନ୍ଦ ଡ଼ାକରା ଦେଇଛନ୍ତି। ଆଜି ପ୍ରଦର୍ଶନକାରୀ ନରସିଂଗଡି ଜିଲ୍ଲାର ଏକ ଜେଲ୍ ଉପରେ ଆକ୍ରମଣ କରିଛନ୍ତି। ଏଠାରୁ ଶହ ଶହ କଏଦୀଙ୍କୁ ଜେଲ୍ରୁ ମୁକୁଳେଇ ଦେଇ ନିଆଁ ଲଗାଇ ଦେଇଛନ୍ତି। ଏହା ପୂର୍ବରୁ ଗୁରୁବାର ଦେଶର ମୁଖ୍ୟ ସରକାରୀ ଟିଭି ଚ୍ୟାନେଲ ବିଟିଭି ମୁଖ୍ୟାଳୟରେ ପ୍ରଦର୍ଶନକାରୀ ନିଆଁ ଲଗାଇ ଦେଇଥିଲେ। ୬୦ରୁ ଅଧିକ ଗାଡ଼ି ଜାଳି ଦେଇଥିଲେ। ଏହି ଚ୍ୟାନେଲକୁ ପ୍ରଧାନମନ୍ତ୍ରୀ ଶେଖ ହସିନା ସାକ୍ଷାତକାର ଦେଇଥିଲେ। ଏ ପର୍ଯ୍ୟନ୍ତ ଏହି ବିକ୍ଷୋଭ ପ୍ରଦର୍ଶନରେ ୧୦୫ ଲୋକ ପ୍ରାଣ ହରାଇଲେଣି। ୨୫୦୦ରୁ ଅଧିକ ଆହତ ହେଲେଣି। ଗୁରୁବାର ସବୁଠାରୁ ଅଧିକ ହିଂସା ହୋଇଥିଲା। ଏହି ଦିନ କେବଳ ୩୨ ଜଣ ଲୋକଙ୍କ ଜୀବନ ଯାଇଥିଲା।
ଅନ୍ୟପକ୍ଷରେ ହିଂସାକୁ ଦେଖି ବାଂଲାଦେଶରୁ ଭାରତୀୟଙ୍କ ପଳାୟନ ଆରମ୍ଭ ହୋଇଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଅନେକ ଛାତ୍ର ବାଂଲାଦେଶରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢୁଛନ୍ତି। ରିପୋର୍ଟ ଅନୁସାରେ ସେଠାରେ ଫସିଥିବା ୪ଶହରୁ ଅଧିକ ଭାରତୀୟ, ନେପାଳୀ ଏବଂ ଭୁଟାନ ବାସୀ ମେଘାଳୟରେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ରହିଛନ୍ତି ।ଭାରତୀୟଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ବାଂଲାଦେଶ ହାଇକମିଶନ ଓ ଲ୍ୟାଣ୍ଡ ପୋର୍ଟ ଅଥରିଟି ସହ ମେଘାଳୟ ସରକାର ଯୋଗାଯୋଗରେ ଅଛନ୍ତି। ଭାରତୀୟଙ୍କ ପାଇଁ ହେଲ୍ପଲାଇନ ନମ୍ବର ଖୋଲାଯାଇଛି। ତେବେ ବାଂଲାଦେଶ ପ୍ରଶାସନ ଗତକାଲିଠାରୁ ଇଣ୍ଟରନେଟ୍ ସେବା ଓ ରେଳ ସେବା ବନ୍ଦ କରିଦେଇଛନ୍ତି। ତେଣୁ ବାଂଲାଦେଶ ପୁଲିସର ଓ୍ବେବ୍ସାଇଟ୍ ଖୋଲୁନାହିଁ। ଏଥିପାଇଁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
20 Jul 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର