ପୁଣି ଏକ ଟ୍ରେନ୍ ଦୁର୍ଘଟଣା: ଲାଇନଚ୍ୟୁତ ହେଲା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ; ୨ ମୃତ, ଏକାଧିକ ଆହତ

The Sakala Picture
Published On

ନୂଆଦିଲ୍ଲୀ: ପୁଣି ଆଉ ଏକ ରେଳ ଦୁର୍ଘଟଣା । ଉତ୍ତର ପ୍ରେଦଶର ଗୋଣ୍ଡାରେ ଘଟିଛି ଏହି ଟ୍ରେନ୍ ଦୁର୍ଘଟଣା । ଲାଇନଚ୍ୟୁତ ହୋଇଛି ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ । ଗୋରଖପୁର ଦେଇ ଚଣ୍ଡୀଗଡରୁ ଆସାମର ଦିବ୍ରୁଗଡ ଯାଉଥିବା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଲାଇନଚ୍ୟୁତ ହେଇଛି । ପ୍ରାଥମିକ ସୂଚନା ଅନୁସାରେ ଏକ୍ସପ୍ରେସର ୧୦ରୁ ୧୨ଟି ବଗି ଲାଇନଚ୍ୟୁତ୍ ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। […]

ନୂଆଦିଲ୍ଲୀ: ପୁଣି ଆଉ ଏକ ରେଳ ଦୁର୍ଘଟଣା । ଉତ୍ତର ପ୍ରେଦଶର ଗୋଣ୍ଡାରେ ଘଟିଛି ଏହି ଟ୍ରେନ୍ ଦୁର୍ଘଟଣା । ଲାଇନଚ୍ୟୁତ ହୋଇଛି ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ । ଗୋରଖପୁର ଦେଇ ଚଣ୍ଡୀଗଡରୁ ଆସାମର ଦିବ୍ରୁଗଡ ଯାଉଥିବା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଲାଇନଚ୍ୟୁତ ହେଇଛି । ପ୍ରାଥମିକ ସୂଚନା ଅନୁସାରେ ଏକ୍ସପ୍ରେସର ୧୦ରୁ ୧୨ଟି ବଗି ଲାଇନଚ୍ୟୁତ୍ ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ରେଳ ବିଭାଗର ଉଚ୍ଚ ଅଧିକାରୀମାନେ ପହଞ୍ଚି ରେସ୍କ୍ୟୁ ଅପରେସନ୍ ଜାରି ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଟ୍ରେନଟି ଲାଇନଚ୍ୟୁତ ହେବାପରେ ଓଲଟି ପଡ଼ିଥିବା ବଗି ମଧ୍ୟରେ ଅନେକ ଲୋକ ଫସି ରହିଥିବା ଦେଖିବାକୁ ମିଳୁଛି। ଆଉ କିଛି ଲୋକ ଟ୍ରେନ ଲାଇନରେ ପଡ଼ି ରହିଛନ୍ତି। ସେହିପରି ଲୋକମାନେ ନିଜର ଜିନିଷ ସହ ଟ୍ରାକରେ ଛିଡ଼ା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି । ଜିଲ୍ଲାର ସବୁ ଆମ୍ୱୁଲାନ୍ସରୁ ଘଟଣାସ୍ଥଳରେ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର