ମୁମ୍ବାଇ ‘ହିଟ୍-ଆଣ୍ଡ-ରନ୍’ ମାମଲା, ୭୨ଘଣ୍ଟା ପରେ ଗିରଫ ହେଲା ଅଭିଯୁକ୍ତ ମିହିର ଶାହା

The Sakala Picture
Published On

ମୁମ୍ବାଇ: ମୁମ୍ବାଇ ହିଟ୍ -ଆଣ୍ଡ- ରନ୍ ମାମଲାର ଅଭିଯୁକ୍ତ ମିହିର ଶାହାଙ୍କୁ ଗିରଫ କଲା ପୁଲିସ। ଦୁର୍ଘଟଣାର ୭୨ଘଣ୍ଟା ପରେ ଗିରଫ ହେଲେ ମିହି। ଦୁର୍ଘଟଣା ପରଠାରୁ ସେ ଫେରାର ଥିଲେ। ୨୪ବର୍ଷିୟ ମିହିର ଶାହା ରବିବାରଠାରୁ ଫେରାର ଥିଲେ। ମିହିର ଚଳାଉଥିବା ବିଏମଡବ୍ଲୁ ୪୫ବର୍ଷ ବୟସ୍କା ମହିଳା କାବେରୀଙ୍କୁ ଧକ୍କା ଦେବା ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ପରେ ଅଭିଯୁକ୍ତ ମିହିର ଫେରାର ହୋଇଯାଇଥିବା ବେଳେ ସେ ଶିବସେନା ନେତା ରାଜେଶ ଶାହଙ୍କ […]

ମୁମ୍ବାଇ: ମୁମ୍ବାଇ ହିଟ୍ -ଆଣ୍ଡ- ରନ୍ ମାମଲାର ଅଭିଯୁକ୍ତ ମିହିର ଶାହାଙ୍କୁ ଗିରଫ କଲା ପୁଲିସ। ଦୁର୍ଘଟଣାର ୭୨ଘଣ୍ଟା ପରେ ଗିରଫ ହେଲେ ମିହି। ଦୁର୍ଘଟଣା ପରଠାରୁ ସେ ଫେରାର ଥିଲେ। ୨୪ବର୍ଷିୟ ମିହିର ଶାହା ରବିବାରଠାରୁ ଫେରାର ଥିଲେ। ମିହିର ଚଳାଉଥିବା ବିଏମଡବ୍ଲୁ ୪୫ବର୍ଷ ବୟସ୍କା ମହିଳା କାବେରୀଙ୍କୁ ଧକ୍କା ଦେବା ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ପରେ ଅଭିଯୁକ୍ତ ମିହିର ଫେରାର ହୋଇଯାଇଥିବା ବେଳେ ସେ ଶିବସେନା ନେତା ରାଜେଶ ଶାହଙ୍କ ପୁଅ ହୋଇଥିବାରୁ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ କ୍ଷମତା ଯୁଦ୍ଧ: ଇମ୍ରାନ ବନାମ ସରକାରଙ୍କ ଲଢ଼େଇରେ ଭୁସୁଡ଼ୁଛି ଦେଶର ଅର୍ଥନୀତି

ଦୁର୍ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନେଇ କାବେରୀଙ୍କ ସ୍ବାମୀ କହିଥିଲେ ଯେ, ରବିବାର ସକାଳ ୫.୩୦ ସମୟରେ ଆମେ ମାଛ କିଣି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ମୋ ସ୍କୁଟରର ଗତି ଖୁବ କମ ଥିଲା। ଏହି ସମୟରେ ମିହିରଙ୍କ କାରଟି ପଛରୁ ଆସି ଆମ ସ୍କୁଟରକୁ ପିଟିବାରୁ ଆମେ ଦୁହେଁ କାରର ବନେଟ ଉପରେ ପଡ଼ିଥିଲୁ। ପରେ ମୁଁ ତଳକୁ ଖସିପଡ଼ିବା ସହ ମୋ ପତ୍ନୀ ତଳକୁ ଖସି ସାମ୍ନା ଚକାରେ ଲାଖି ଯାଇଥିଲେ। ଅଭିଯୁକ୍ତ ଧକ୍କା ଦେବା ପରେ ବ୍ରେକ ମାରିଥିଲେ ବି ପରେ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲେ। ମୁଁ ତାଙ୍କୁ କାର୍ ଅଟକାଇବା ପାଇଁ ଅନୁରୋଧ କରିଥିଲେ ବି ସେ ଅଟକିନଥିଲେ। ଯଦି ସେ ଅଟକିଥାନ୍ତେ ତାହେଲେ ମୋ ପତ୍ନୀ ଆଜି ଜୀବିତ ଥାନ୍ତେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ଏହି ମାମଲାରେ ପୁଲିସ ଗତକାଲି ରାଜେଶ ଶାହ ଏବଂ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।  ମିହିର ଫେରାର୍ ଥିବାବେଳେ ପୁଲିସ ୬ଟି ଟିମ୍ ଗଠନ କରି ତାଙ୍କୁ ଖୋଜାଖୋଜି କରଥିଲେ। ଆଜି ମିହିର ଶାହାଙ୍କୁ ଗିରଫ କରିଛ ପୁଲିସ।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର