ଚର୍ଚ୍ଚାରେ ସାଦି ଡଟ୍ କମର ଯୌତୁକ କାଲକୁଲେଟର୍…

The Sakala Picture
Published On

ନୂଆଦିଲ୍ଲୀ: ଭାରତରେ ଯୌତୁକ ବା ଡାଉରି ଦିଆନିଆ ୧୯୬୧ରୁ ବ୍ୟାନ୍ ହେଲାଣି। ତେଣୁ ଜଣେ ଏକ୍ସ ୟୁଜର ଯେତେବେଳେ ଯୌତୁକ କାଲକୁଲେଟର୍ ସମ୍ପର୍କରେ ଏକ ପୋଷ୍ଟ୍ କଲେ ତାହା ସ୍ବାଭାବିକ ଭାବେ ବହୁସଂଖ୍ୟକ ୟୁଜରଙ୍କ ଦୃଷ୍ଟି ଆକର୍ଷଣ କରିଛି। କିନ୍ତୁ କାଲକୁଲେଟର୍ ଯେତେବେଳେ ଅନୁପମ ମିତ୍ତଲଙ୍କ ମାଟ୍ରିମୋନିଆଲ୍ ପୋର୍ଟାଲ୍ ‘ସାଦି ଡଟ୍ କମ୍’ରେ ହୋଷ୍ଟେଡ୍ ହୋଇଛି ସେଥିରେ ଏକ ରହସ୍ୟମୟ ଭାବେ ଶକ୍ତିଶାଳୀ ଏକ ଗୋପନ ବାର୍ତ୍ତା ରହିଛି ଯାହା ୟୁଜରଙ୍କ ମନକୁ ବେଶ୍ ଆନ୍ଦୋଳିତ କରିପାରୁଛି। […]

ନୂଆଦିଲ୍ଲୀ: ଭାରତରେ ଯୌତୁକ ବା ଡାଉରି ଦିଆନିଆ ୧୯୬୧ରୁ ବ୍ୟାନ୍ ହେଲାଣି। ତେଣୁ ଜଣେ ଏକ୍ସ ୟୁଜର ଯେତେବେଳେ ଯୌତୁକ କାଲକୁଲେଟର୍ ସମ୍ପର୍କରେ ଏକ ପୋଷ୍ଟ୍ କଲେ ତାହା ସ୍ବାଭାବିକ ଭାବେ ବହୁସଂଖ୍ୟକ ୟୁଜରଙ୍କ ଦୃଷ୍ଟି ଆକର୍ଷଣ କରିଛି। କିନ୍ତୁ କାଲକୁଲେଟର୍ ଯେତେବେଳେ ଅନୁପମ ମିତ୍ତଲଙ୍କ ମାଟ୍ରିମୋନିଆଲ୍ ପୋର୍ଟାଲ୍ ‘ସାଦି ଡଟ୍ କମ୍’ରେ ହୋଷ୍ଟେଡ୍ ହୋଇଛି ସେଥିରେ ଏକ ରହସ୍ୟମୟ ଭାବେ ଶକ୍ତିଶାଳୀ ଏକ ଗୋପନ ବାର୍ତ୍ତା ରହିଛି ଯାହା ୟୁଜରଙ୍କ ମନକୁ ବେଶ୍ ଆନ୍ଦୋଳିତ କରିପାରୁଛି। ୟୁଜର ତାଙ୍କ ଶିକ୍ଷାଗତ ଯୋଗ୍ୟତା, ଆୟ ଆଦି ଡିଟେଲସ୍ ଭରିବାପରେ କାଲକୁଲେଟର୍ ତାଙ୍କୁ ପ୍ରଶ୍ନ କରୁଛି, କେତେ ଯୌତୁକ ପାଇବାକୁ ତୁମର ଯୋଗ୍ୟତା ଅଛି? ତା’ ପରେ କାଲକୁଲେଟର୍ ଏକ ଫଟୋ ଡିସପ୍ଲେ କରୁଛି ଯେଉଁଥିରେ ପେସାଦାର ଭଳି ସୁଟ୍ବୁଟରେ ଥିବା ଜଣେ ଯୁବକ, ଏକ ସୁନ୍ଦର ଘରର ଛବି, ଏକ ଗ୍ଲୋବ୍, କିଛି ବହି ଏବଂ ବ୍ୟାଗ୍ ଭର୍ତ୍ତି ଟଙ୍କାର ଛବି ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଗୋଟିଏ ଦିନରେ ଚାରି ଥର ଗୃହ ମୁଲତବୀ

ୟୁଜର ତା’ପରେ ‘କାଲକୁଲେଟ୍ ଡାଉରି ଆମାଉଣ୍ଟ୍’ ବଟନ୍ କ୍ଲିକ୍ କଲେ ତାହା ଏକ ପେଜ୍କୁ ଯାଉଛି ଯେଉଁଥିରେ ଲେଖାଅଛି, ୨୦୦୧ରୁ ୨୦୧୨ ମଧ୍ୟରେ ଭାରତରେ ୯୧ ହଜାର ୨୦୨ଟି ଯୌତୁକ ମୃତ୍ୟୁ ଘଟିଛି। କାଲକୁଲେଟର୍ ଏହା ପରେ ପ୍ରଶ୍ନ କରୁଛି, ଏହା ଜାଣିଲା ପରେ ବି କ’ଣ ତୁମେ ଜାଣିବାକୁ ଚାହୁଁଛ କେତେ ଯୌତୁକ ପାଇବାକୁ ତୁମର ଯୋଗ୍ୟତା ଅଛି ? ଯୌତୁକ ପାଇଁ ମୃତ୍ୟୁ ଲଭିଥିବା ସେ ମହିଳାଙ୍କ ଜୀବନର ମୂଲ୍ୟ କେତେ ? ଆସନ୍ତୁ, ଭାରତୀୟ ସମାଜକୁ ଯୌତୁକମୁକ୍ତ କରିବା। ଯୌତୁକ ଭାବନା ଛାଡ଼ନ୍ତୁ ଓ ପରିବର୍ତ୍ତନ ଆଣନ୍ତୁ। ଏହି ମନଛୁଆଁ ବାର୍ତ୍ତାକୁ ୟୁଜରମାନେ ବହୁତ ପସନ୍ଦ କରିଛନ୍ତି।

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

30 May 2024 By The Sakala

ଚର୍ଚ୍ଚାରେ ସାଦି ଡଟ୍ କମର ଯୌତୁକ କାଲକୁଲେଟର୍…

ନୂଆଦିଲ୍ଲୀ: ଭାରତରେ ଯୌତୁକ ବା ଡାଉରି ଦିଆନିଆ ୧୯୬୧ରୁ ବ୍ୟାନ୍ ହେଲାଣି। ତେଣୁ ଜଣେ ଏକ୍ସ ୟୁଜର ଯେତେବେଳେ ଯୌତୁକ କାଲକୁଲେଟର୍ ସମ୍ପର୍କରେ ଏକ ପୋଷ୍ଟ୍ କଲେ ତାହା ସ୍ବାଭାବିକ ଭାବେ ବହୁସଂଖ୍ୟକ ୟୁଜରଙ୍କ ଦୃଷ୍ଟି ଆକର୍ଷଣ କରିଛି। କିନ୍ତୁ କାଲକୁଲେଟର୍ ଯେତେବେଳେ ଅନୁପମ ମିତ୍ତଲଙ୍କ ମାଟ୍ରିମୋନିଆଲ୍ ପୋର୍ଟାଲ୍ ‘ସାଦି ଡଟ୍ କମ୍’ରେ ହୋଷ୍ଟେଡ୍ ହୋଇଛି ସେଥିରେ ଏକ ରହସ୍ୟମୟ ଭାବେ ଶକ୍ତିଶାଳୀ ଏକ ଗୋପନ ବାର୍ତ୍ତା ରହିଛି ଯାହା ୟୁଜରଙ୍କ ମନକୁ ବେଶ୍ ଆନ୍ଦୋଳିତ କରିପାରୁଛି। ୟୁଜର ତାଙ୍କ ଶିକ୍ଷାଗତ ଯୋଗ୍ୟତା, ଆୟ ଆଦି ଡିଟେଲସ୍ ଭରିବାପରେ କାଲକୁଲେଟର୍ ତାଙ୍କୁ ପ୍ରଶ୍ନ କରୁଛି, କେତେ ଯୌତୁକ ପାଇବାକୁ ତୁମର ଯୋଗ୍ୟତା ଅଛି? ତା’ ପରେ କାଲକୁଲେଟର୍ ଏକ ଫଟୋ ଡିସପ୍ଲେ କରୁଛି ଯେଉଁଥିରେ ପେସାଦାର ଭଳି ସୁଟ୍ବୁଟରେ ଥିବା ଜଣେ ଯୁବକ, ଏକ ସୁନ୍ଦର ଘରର ଛବି, ଏକ ଗ୍ଲୋବ୍, କିଛି ବହି ଏବଂ ବ୍ୟାଗ୍ ଭର୍ତ୍ତି ଟଙ୍କାର ଛବି ଦେଖିବାକୁ ମିଳୁଛି।

ୟୁଜର ତା’ପରେ ‘କାଲକୁଲେଟ୍ ଡାଉରି ଆମାଉଣ୍ଟ୍’ ବଟନ୍ କ୍ଲିକ୍ କଲେ ତାହା ଏକ ପେଜ୍କୁ ଯାଉଛି ଯେଉଁଥିରେ ଲେଖାଅଛି, ୨୦୦୧ରୁ ୨୦୧୨ ମଧ୍ୟରେ ଭାରତରେ ୯୧ ହଜାର ୨୦୨ଟି ଯୌତୁକ ମୃତ୍ୟୁ ଘଟିଛି। କାଲକୁଲେଟର୍ ଏହା ପରେ ପ୍ରଶ୍ନ କରୁଛି, ଏହା ଜାଣିଲା ପରେ ବି କ’ଣ ତୁମେ ଜାଣିବାକୁ ଚାହୁଁଛ କେତେ ଯୌତୁକ ପାଇବାକୁ ତୁମର ଯୋଗ୍ୟତା ଅଛି ? ଯୌତୁକ ପାଇଁ ମୃତ୍ୟୁ ଲଭିଥିବା ସେ ମହିଳାଙ୍କ ଜୀବନର ମୂଲ୍ୟ କେତେ ? ଆସନ୍ତୁ, ଭାରତୀୟ ସମାଜକୁ ଯୌତୁକମୁକ୍ତ କରିବା। ଯୌତୁକ ଭାବନା ଛାଡ଼ନ୍ତୁ ଓ ପରିବର୍ତ୍ତନ ଆଣନ୍ତୁ। ଏହି ମନଛୁଆଁ ବାର୍ତ୍ତାକୁ ୟୁଜରମାନେ ବହୁତ ପସନ୍ଦ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର