କରୋନା ଟିକା ନନେବା ପାଇଁ ଆଧାର କାର୍ଡ ଧରି ଗଛ ଉପରେ ଚଢ଼ିଗଲେ ଯୁବକ

The Sakala Picture
Published On

ନୂଆଦିଲ୍ଲୀ: ମହାମାରୀ ଭୁତାଣୁଠାରୁ ବଞ୍ଚିବା ପାଇଁ ଏକମାତ୍ର ଉପାୟ ହେଉଛି କରୋନା ଟିକା। ଦେଶରେ ଏବେ ଟିକାକରଣକୁ ଜୋରଦାର କରାଯାଇଛି। ଲୋକେ ଏବେ କରୋନାରୁ ବଞ୍ଚିବା ପାଇଁ ବହୁ ସଂଖ୍ୟାରେ ଟିକାକରଣ କେନ୍ଦ୍ରରେ ପହଞ୍ଚୁଛନ୍ତି। କିନ୍ତୁ କିଛି ଗୁଜବ ଏବେ ଟିକା ଏବଂ ଲୋକଙ୍କ ମଧ୍ୟରେ ବାଡ଼ ହୋଇ ଛିଡ଼ା ହୋଇଛି । ଲୋକେ କିଛି ଗୁଜବ ପାଇଁ ଟିକେ ନେବା ପାଇଁ ଭୟ କରୁଛନ୍ତି। ଟିକେ ନେବା ପରେ ଲୋକଙ୍କ ମୃତ୍ୟୁ ହେଇଯିବ। ଏଭଳି ଗୁଜବ […]

ନୂଆଦିଲ୍ଲୀ: ମହାମାରୀ ଭୁତାଣୁଠାରୁ ବଞ୍ଚିବା ପାଇଁ ଏକମାତ୍ର ଉପାୟ ହେଉଛି କରୋନା ଟିକା। ଦେଶରେ ଏବେ ଟିକାକରଣକୁ ଜୋରଦାର କରାଯାଇଛି। ଲୋକେ ଏବେ କରୋନାରୁ ବଞ୍ଚିବା ପାଇଁ ବହୁ ସଂଖ୍ୟାରେ ଟିକାକରଣ କେନ୍ଦ୍ରରେ ପହଞ୍ଚୁଛନ୍ତି। କିନ୍ତୁ କିଛି ଗୁଜବ ଏବେ ଟିକା ଏବଂ ଲୋକଙ୍କ ମଧ୍ୟରେ ବାଡ଼ ହୋଇ ଛିଡ଼ା ହୋଇଛି । ଲୋକେ କିଛି ଗୁଜବ ପାଇଁ ଟିକେ ନେବା ପାଇଁ ଭୟ କରୁଛନ୍ତି। ଟିକେ ନେବା ପରେ ଲୋକଙ୍କ ମୃତ୍ୟୁ ହେଇଯିବ। ଏଭଳି ଗୁଜବ ଟିକାଠାରୁ ଲୋକଙ୍କୁ ଦୁରେଇ ରଖୁଛି। ଏମିତି ଏକ ଗୁଜବ ପାଇଁ ମଧ୍ୟପ୍ରଦେଶରେ ଏକ ମଜାଦାର ଘଟଣା ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଆଧାର କାର୍ଡ ନେଇ ଗଛ ଉପରେ ଚଢ଼ିଯାଇଛନ୍ତି। ଗଛରେ ଚଢ଼ିଥିବା ବ୍ୟକ୍ତି କରୋନାଟିକା ନେବା ପାଇଁ ମନା କରିଥିଲେ ଏବଂ ତାଙ୍କ ସ୍ତ୍ରୀକୁ ବାରଣ କରିଥିଲେ। କିନ୍ତୁ ମହିଳା ଜଣକ ଟିକା ପାଇଁ ବାଧ୍ୟ କରିଥିଲେ। ଏହା ପରେ ବ୍ୟକ୍ତି ଜଣଙ୍କ ତାଙ୍କ ସ୍ତ୍ରୀଙ୍କର ଆଧାର କାର୍ଡ ନେଇ ଗଛ ଉପରେ ଚଢ଼ିଯାଇଥିଲେ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ରାଜଗଡ ଜିଲ୍ଲାର ପତନ କାଲା ଗ୍ରାମରେ ଜଣେ ଯୁବକ ଟିକା ନନେବା ପାଇଁ ଗଛ ଉପରେ ଚଢ଼ିଯାଇଥିଲେ। ଗ୍ରାମବାସୀ ତାଙ୍କୁ ଓହ୍ଲାଇବାକୁ ଅନେକ ଥର କହିଥିଲେ, କିନ୍ତୁ ସେ କାହା କଥା ଶୁଣିଲେ ନାହିଁ। ଟିକାକରଣ କେନ୍ଦ୍ରରେ ଟିକା ଶେଷ ନହେବା ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ଗଛ ତଳକୁ ଓହ୍ଲାଇ ନଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର