ଆତଙ୍କବାଦୀ ହାଫିଜ୍ ସଇଦ୍ ଘର ନିକଟରେ ଭୟଙ୍କର ବୋମା ବିସ୍ଫୋରଣ: ୨ ନିହତ, ୧୫ ଆହତ

The Sakala Picture
Published On

ବୁଧବାର ପାକିସ୍ତାନର ଲାହୋର ଠାରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ମାଷ୍ଟର ମାଇଣ୍ଡ କୁହାଯାଉଥିବା ପାକିସ୍ତାନର ହାଫିଜ୍ ସଇଦ ଘର ସାମ୍ନାରେ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୨ ଜଣ ନିହତ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି । ଲାହୋରର ଜୋହର ଟାଉନ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି । ଜୋହର ଟାଉନରେ ହାଫିଜର ଘର ରହିଛି । ସୂଚନା ଅନୁସାରେ ବିସ୍ଫୋରଣ ଏତେ […]

ବୁଧବାର ପାକିସ୍ତାନର ଲାହୋର ଠାରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ମାଷ୍ଟର ମାଇଣ୍ଡ କୁହାଯାଉଥିବା ପାକିସ୍ତାନର ହାଫିଜ୍ ସଇଦ ଘର ସାମ୍ନାରେ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୨ ଜଣ ନିହତ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି । ଲାହୋରର ଜୋହର ଟାଉନ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି । ଜୋହର ଟାଉନରେ ହାଫିଜର ଘର ରହିଛି । ସୂଚନା ଅନୁସାରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କେଇ କିଲୋମିଟର ଦୂର ପର୍ଯ୍ୟନ୍ତ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ବିସ୍ଫୋରଣ କାରଣରୁ ନିକଟରେ ଥିବା ଘର ଓ କାର କାଚ ଭାଙ୍ଗି ଯାଇଛି । ବିସ୍ଫୋରଣରେ ଆହତଙ୍କୁ ଜିନ୍ନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

ପାକିସ୍ତାନର ଏକ ଗଣମାଧ୍ୟମର ସୂଚନା ଅନୁସାରେ, ଜଣେ ଅଜଣା ମୋଟରସାଇକେଲ ଆରୋହୀ ଉକ୍ତ ସ୍ଥାନରେ ବାଇକ୍ ପାର୍କ କରି ଚାଲିଯାଇଥିଲେ। ଏହାପରେ ସେହି ବାଇକ୍‌ଟି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ପୁଲିସ ଉକ୍ତ ରାସ୍ତାରେ ଯାତାୟତ ବନ୍ଦ କରିବା ସହିତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: ୧୧ ଶିଶୁଙ୍କ ସମେତ ୧୩ ମୃତ, ତାଲିବାନର ଚେତାବନୀ

ହାଫିଜ୍ ସଇଦ ଭାରତର ମୋଷ୍ଟ ୱାଣ୍ଟେଡ୍ ତାଲିକରେ ସର୍ବା ଉପରେ ରହିଛି । ଜମାତ ଉଦ ଦୱା ନାମକ ତଥାକଥିତ ସ୍ୱେଛାସେବି ସଂଗଠନ ଆଢୁଆଳରେ ଲସ୍କର ଏ ତୋଇବା ଆତଙ୍କବାଦୀ ସଂଗଠନ ଚଳାଉଛି । ଏହି ଆତଙ୍କବାଦୀ ସଂଗଠନ କାଶ୍ମୀରରେ ସକ୍ରୀୟ ରହିଛି । ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଲସ୍କର ସାମିଲ ଥିଲା । ଭାରତ ହାଫିଜର ପ୍ରତ୍ୟାର୍ପଣ ପାଇଁ ପାକିସ୍ତାନକୁ ଅନେକ ଥର କହିଥିଲ ମଧ୍ୟ ପାକିସ୍ତାନ ତାକୁ ସୁରକ୍ଷା ଦେଇ ଆସୁଛି ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ବର୍ବରତା: ପିଓକେ, ବେଲୁଚିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ମାନବାଧିକାର ଉଲ୍ଲଂଘନ କରୁଛନ୍ତି ଆସିମ ମୁନିର

23 Jun 2021 By The Sakala

ଆତଙ୍କବାଦୀ ହାଫିଜ୍ ସଇଦ୍ ଘର ନିକଟରେ ଭୟଙ୍କର ବୋମା ବିସ୍ଫୋରଣ: ୨ ନିହତ, ୧୫ ଆହତ

ବୁଧବାର ପାକିସ୍ତାନର ଲାହୋର ଠାରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ମାଷ୍ଟର ମାଇଣ୍ଡ କୁହାଯାଉଥିବା ପାକିସ୍ତାନର ହାଫିଜ୍ ସଇଦ ଘର ସାମ୍ନାରେ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୨ ଜଣ ନିହତ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି । ଲାହୋରର ଜୋହର ଟାଉନ ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି । ଜୋହର ଟାଉନରେ ହାଫିଜର ଘର ରହିଛି । ସୂଚନା ଅନୁସାରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କେଇ କିଲୋମିଟର ଦୂର ପର୍ଯ୍ୟନ୍ତ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ବିସ୍ଫୋରଣ କାରଣରୁ ନିକଟରେ ଥିବା ଘର ଓ କାର କାଚ ଭାଙ୍ଗି ଯାଇଛି । ବିସ୍ଫୋରଣରେ ଆହତଙ୍କୁ ଜିନ୍ନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପାକିସ୍ତାନର ଏକ ଗଣମାଧ୍ୟମର ସୂଚନା ଅନୁସାରେ, ଜଣେ ଅଜଣା ମୋଟରସାଇକେଲ ଆରୋହୀ ଉକ୍ତ ସ୍ଥାନରେ ବାଇକ୍ ପାର୍କ କରି ଚାଲିଯାଇଥିଲେ। ଏହାପରେ ସେହି ବାଇକ୍‌ଟି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ପୁଲିସ ଉକ୍ତ ରାସ୍ତାରେ ଯାତାୟତ ବନ୍ଦ କରିବା ସହିତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛି।

ହାଫିଜ୍ ସଇଦ ଭାରତର ମୋଷ୍ଟ ୱାଣ୍ଟେଡ୍ ତାଲିକରେ ସର୍ବା ଉପରେ ରହିଛି । ଜମାତ ଉଦ ଦୱା ନାମକ ତଥାକଥିତ ସ୍ୱେଛାସେବି ସଂଗଠନ ଆଢୁଆଳରେ ଲସ୍କର ଏ ତୋଇବା ଆତଙ୍କବାଦୀ ସଂଗଠନ ଚଳାଉଛି । ଏହି ଆତଙ୍କବାଦୀ ସଂଗଠନ କାଶ୍ମୀରରେ ସକ୍ରୀୟ ରହିଛି । ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଲସ୍କର ସାମିଲ ଥିଲା । ଭାରତ ହାଫିଜର ପ୍ରତ୍ୟାର୍ପଣ ପାଇଁ ପାକିସ୍ତାନକୁ ଅନେକ ଥର କହିଥିଲ ମଧ୍ୟ ପାକିସ୍ତାନ ତାକୁ ସୁରକ୍ଷା ଦେଇ ଆସୁଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର