‘ଆସନ୍ତାକାଲି କୋର୍ଟରେ ଅବକାରୀ ଦୁର୍ନୀତି ଟଙ୍କାକୁ ନେଇ ବଡ଼ ଖୁଲାସା କରିବେ କେଜ୍ରିୱାଲ’

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତାକାଲି ଅବକାରୀ ଦୁର୍ନୀତି ଟଙ୍କାକୁ ନେଇ ବଡ଼ ଖୁଲାସା କରିବେ କେଜ୍ରିୱାଲ ।  କୁଆଡେ ଗଲା ଅବକାରୀ ଦୁର୍ନୀତି ଟଙ୍କା, ଆସନ୍ତାକାଲି ସବୁ କଥା କୋର୍ଟରେ କହିବେ କେଜ୍ରିୱାଲ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ । ସୁନିତା କହିଛନ୍ତି ଯେ, ଗତକାଲି ରାତିରେ ଜେଲ ଭିତରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲି । ତାଙ୍କର ଡାଇବେଟିସ ଅଛି ଏବଂ ସୁଗାର ଲେଭଲ ମଧ୍ୟ ଠିକ ନାହିଁ । […]

ନୂଆଦିଲ୍ଲୀ: ଆସନ୍ତାକାଲି ଅବକାରୀ ଦୁର୍ନୀତି ଟଙ୍କାକୁ ନେଇ ବଡ଼ ଖୁଲାସା କରିବେ କେଜ୍ରିୱାଲ ।  କୁଆଡେ ଗଲା ଅବକାରୀ ଦୁର୍ନୀତି ଟଙ୍କା, ଆସନ୍ତାକାଲି ସବୁ କଥା କୋର୍ଟରେ କହିବେ କେଜ୍ରିୱାଲ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ ।

ଆହୁରି ପଢ଼ନ୍ତୁ: ଋଷ ତୈଳ ଆମଦାନୀ ଉପରେ ଆମେରିକାର କଟକଣା: କଡ଼ା ଜବାବ ଦେଲା ଭାରତ

ସୁନିତା କହିଛନ୍ତି ଯେ, ଗତକାଲି ରାତିରେ ଜେଲ ଭିତରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲି । ତାଙ୍କର ଡାଇବେଟିସ ଅଛି ଏବଂ ସୁଗାର ଲେଭଲ ମଧ୍ୟ ଠିକ ନାହିଁ । କିନ୍ତୁ ସେ ଠିକ ଅଛନ୍ତି । ଦୁଇ ଦିନ ପୂର୍ବରୁ ସେ ଦିଲ୍ଲୀର ଜଳମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ଜନତାଙ୍କ ସମସ୍ୟାର ସମାଧାନ କରିବାକୁ କହିଥିଲେ । ଏଥିରେ କ’ଣ ଭୁଲ ରହିଲା । କିନ୍ତୁ ଏ ଘଟଣାକୁ ନେଇ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ କରାଗଲା ।

ଆହୁରି ପଢ଼ନ୍ତୁ: ଆକାଶରେ 'ମୋନାଲିସା'ର ଚିତ୍ର ଆଙ୍କିଲେ ପାଇଲଟ୍, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ସୁନିତା ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକଥା ଶୁଣି ବହୁତ କଷ୍ଟ ହୋଇଛି । ସେ ମୋତେ ଆହୁରି ଏକ କଥା କହିଛନ୍ତି ଯେ, ତାଙ୍କ ବିରୋଧରେ ଉଠିଥିବା ଏହି ଅବକାରୀ ଦୁର୍ନୀତି ମାମଲାରେ ଇଡି ଗତ ୨ ବର୍ଷରେ ୨୫୦ରୁ ଅଧିକ ସ୍ଥାନରେ ଚଢାଉ କରିଛି । ସେ ଏହି ଦୁର୍ନୀତି ମାମଲାର ଟଙ୍କା ଖୋଜୁଛି । କିନ୍ତୁ ଏପର୍ଯ୍ୟନ୍ତ କରାଯାଇଥିବା କୌଣସି ଚଢାଉରେ ଇଡିକୁ ଗୋଟିଏ ପଇସା ମଧ୍ୟ ମିଳିନାହିଁ । ମନୀଷ, ସତେନ୍ଦ୍ର ଏବଂ ସଞ୍ଜୟ ସିଂଙ୍କ ଘରେ ଚଢାଉ କରାଯାଇଥିଲା କିନ୍ତୁ ଗୋଟିଏ ପଇସା ମଧ୍ୟ ମିଳିନାହିଁ । ତେବେ ଏହି ଦୁର୍ନୀତିର ସମସ୍ତ ଟଙ୍କା କେଉଁଠି ଅଛି ସେ ନେଇ ମାର୍ଚ୍ଚ ୨୮ ଅର୍ଥାତ୍ ଆସନ୍ତାକାଲି କୋର୍ଟରେ କହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଆଇଆଇଟି ବମ୍ବେରେ ଛାତ୍ରଙ୍କ ଆତ୍ମହତ୍ୟାକୁ ନେଇ ଉତ୍ତେଜନା: ପ୍ରଫେସରଙ୍କୁ ନିଲମ୍ବନ ଦାବିରେ ଛାତ୍ରଙ୍କ ବିକ୍ଷୋଭ, ଦୁଇ ଭାଗରେ ବିଭକ୍ତ ଫ୍ୟାକଲ୍ଟି

ପୁରା ଦେଶକୁ ସମ୍ପୂର୍ଣ୍ଣ ସତ୍ୟ କହିବୁ ଯେ, ଏହି ଦୁର୍ନୀତି ଟଙ୍କା କେଉଁଠାରେ ଅଛି । ଏହା ସହ ଆମେ ଏହାର ଠୋସ ପ୍ରମାଣ ମଧ୍ୟ ଦେବୁ । ସେ ଜଣେ ସତ୍ୟବାଦୀ, ଦେଶପ୍ରେମୀ, ନିର୍ଭୀକ ଏବଂ ସାହସୀ ବ୍ୟକ୍ତି । ମୁଁ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି । ସେ କହିଥିଲେ ଯେ, ମୋର ଶରୀର ସିନା ଜେଲରେ ଅଛି କିନ୍ତୁ ମୋର ଆତ୍ମା ସବୁବେଳେ ଦିଲ୍ଲୀବାସୀଙ୍କ ପାଖରେ ରହିଛି।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର