ଇଡିକୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌: ଟ୍ରାଏଲ ବିନା ଅଭିଯୁକ୍ତଙ୍କୁ ଜେଲ୍‌ରେ ରଖିହେବ ନାହିଁ

The Sakala Picture
Published On

ନୂଆଦିଲ୍ଲୀ: କୌଣସି ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି ଜେଲରେ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ କଡ଼ା ବାଣୀ ଶୁଣାଇଛନ୍ତି। ଇଡି ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରି ବିନା ଶୁଣାଣିରେ ଅଭିଯୁକ୍ତଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜେଲରେ ରଖିପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ତାଗିଦ୍‌ କରିଛନ୍ତି। ଜଣଙ୍କୁ ଗିରଫ କରି ଜେଲରେ ରଖିବା ପରେ ବାରମ୍ବାର ଚାର୍ଜସିଟ୍‌ ଦାଖଲ କରି ଜଣେ ଅଭିଯୁକ୍ତଙ୍କୁ ଜାମିନ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ […]

ନୂଆଦିଲ୍ଲୀ: କୌଣସି ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି ଜେଲରେ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ କଡ଼ା ବାଣୀ ଶୁଣାଇଛନ୍ତି। ଇଡି ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରି ବିନା ଶୁଣାଣିରେ ଅଭିଯୁକ୍ତଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜେଲରେ ରଖିପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ତାଗିଦ୍‌ କରିଛନ୍ତି। ଜଣଙ୍କୁ ଗିରଫ କରି ଜେଲରେ ରଖିବା ପରେ ବାରମ୍ବାର ଚାର୍ଜସିଟ୍‌ ଦାଖଲ କରି ଜଣେ ଅଭିଯୁକ୍ତଙ୍କୁ ଜାମିନ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଇଡି ଭଳି ଏକ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିର ଆଭିମୁଖ୍ୟ ସୁପ୍ରିମକୋର୍ଟଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି ବୋଲି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କହିଛନ୍ତି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ଝାଡ଼ଖଣ୍ଡର ଏକ ଖଣି ଦୁର୍ନୀତି ମାମଲାରେ ହୋଇଥିବା ଅର୍ଥ ହେରଫେର ବିଷୟକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବା ଅବସରରେ ଜଷ୍ଟିସ ଖାନ୍ନା ଇଡି ପାଇଁ ପକ୍ଷ ରଖିଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ଭି ରାଜୁଙ୍କୁ କହିଛନ୍ତି ଯେ, ‘ ଆପଣ ତଦନ୍ତ ନ ସରିବା ଯାଏ ଜଣେ ଅଭିଯୁକ୍ତଙ୍କୁ ଗିରଫ କରନ୍ତୁ ନାହିଁ।ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଆପଣ କହିପାରିବେ ନାହିଁ ଯେ ତଦନ୍ତ ଶେଷ ନ ହେବା ଯାଏ ଶୁଣାଣି ଆରମ୍ଭ ହୋଇପାରିବନି। ଆପଣ ବାରମ୍ବାର ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କରିପାରିବେ ନାହିଁ। ଚାର୍ଜସିଟ୍‌ ଦାଖଲ କରି ବିନା ଶୁଣାଣିରେ ଅଭିଯୁକ୍ତଙ୍କୁ ଜେଲରେ ରଖି ପାରିବେ ନାହିଁ। ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ମାତ୍ରେ ମାମଲାର ଶୁଣାଣି ପାଇଁ ପ୍ରକ୍ରିୟା ଆରମ୍ଭ ହେବା ଦରକାର। ପ୍ରଚଳିତ ନିୟମ ଅନୁଯାୟୀ, ଯଦି ତଦନ୍ତକାରୀ ସଂସ୍ଥା ଧାର୍ଯ୍ୟ ସମୟ ମଧ୍ୟରେ ତଦନ୍ତ ଶେଷ କରିବ ନାହିଁ କିମ୍ବା ଚୂଡ଼ାନ୍ତ ଚାର୍ଜସିଟ୍‌ ଦାଖଲ କରିପାରବ ନାହିଁ ତେବେ ଗିରଫ ବ୍ୟକ୍ତିଙ୍କୁ ଜାମିନ ଦିଆଯାଇପାରିବ। ତଦନ୍ତ ଶେଷ କରିବା ପାଇଁ ୬୦ରୁ ୯୦ ଦିନର ସମୟ ରହିଛି। ଏ ସମ୍ପର୍କରେ ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ସ୍ପଷ୍ଟ କରିସାରିଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି। ଇଡି ପ୍ରତି ସୁପ୍ରିମକୋର୍ଟଙ୍କ ଏଭଳି ତାଗିଦକୁ ନେଇ ବିଭିନ୍ନ ମାମଲାରେ ଇଡି ଓ ସିବିଆଇ ଦ୍ୱାରା ଗିରଫ ହୋଇ ଦୀର୍ଘ ଦିନ ଧରି ଜେଲରେ ଥିବା ନେତାମାନଙ୍କ ପାଇଁ ବଡ଼ ଖବର ହୋଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଉଲ୍ଲେଖଯୋଗ୍ୟ ଯେ, ପ୍ରେମ ପ୍ରକାଶ ଗତବର୍ଷ ଇଡି ଦ୍ବାରା ଗିରଫ ହେବା ପରେ ଝାଡ଼ଖଣ୍ଡ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କୁ ଜାମିନ ମିଳି ନଥÒଲା। ଏଥିପାଇଁ ସେ ସୁପ୍ରିମକୋର୍ଟରେ ପହଞ୍ଚିଥÒଲେ। ଖଣ୍ଡପୀଠ ଏହାକୁ ବିଚାର କରି ଏହି ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ମିଳିପାରିବ ବୋଲି କହିଥିଲା ବେଳେ ଅତିରିକ୍ତ ସଲିସିଟର ଜେନେରାଲ ରାଜୁ ଏହାକୁ ବିରୋଧ କରିଥିଲେ। ଜାମିନ ମିଳିଲେ ସାକ୍ଷୀମାନେ ପ୍ରଭାବିତ କରି ପ୍ରମାଣ ନଷ୍ଟ କରିଦେଇପାରନ୍ତି ବୋଲି ସେ ଯୁକ୍ତି କରିଥିଲେ। କିନ୍ତୁ ଜଷ୍ଟିସ ଖାନ୍ନା କହିଥିଲେ ଯେ,ଯଦି ଅଭିଯୁକ୍ତ ସେମିତି କିଛି କରନ୍ତି, ତା’ହେଲେ ଆପଣ ଆମ ପାଖକୁ ଆସି ପାରିବେ। କିନ୍ତୁ ସେ ୧୮ ମାସ ହେଲା ସେ ଜେଲରେ କିଭଳି ଅଛନ୍ତି ବୋଲି ଜଷ୍ଟିସ୍‌ ଖାନ୍ନା ପ୍ରଶ୍ନ ଉଠାଇଥÒଲେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର