ଢାକାର ଏକ ରେସ୍ତୋରାଁରେ ଭୟାବହ ଅଗ୍ନିକାଣ୍ଡ: ୪୩ ମୃତ , ୪୦ ଆହତ

The Sakala Picture
Published On

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଭୟା ବହ ଅଗ୍ନିକାଣ୍ଡ । ଏକ ୭ ମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୪୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଅନେକ ଲୋକ ଆହତ ହୋଇଛନ୍ତି । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ବାଂଲାଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସାମନ୍ତ ଲାଲ ସେନ ଢାକା ମେଡିକାଲ କଲେଜ ହସ୍ପିଟାଲ ଏବଂ ନିକଟସ୍ଥ ବର୍ନ ହସ୍ପିଟାଲ ପରିଦର୍ଶନ କରିବା ପରେ କହିଛନ୍ତି ଯେ, […]

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଭୟା ବହ ଅଗ୍ନିକାଣ୍ଡ । ଏକ ୭ ମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୪୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଅନେକ ଲୋକ ଆହତ ହୋଇଛନ୍ତି । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

ବାଂଲାଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସାମନ୍ତ ଲାଲ ସେନ ଢାକା ମେଡିକାଲ କଲେଜ ହସ୍ପିଟାଲ ଏବଂ ନିକଟସ୍ଥ ବର୍ନ ହସ୍ପିଟାଲ ପରିଦର୍ଶନ କରିବା ପରେ କହିଛନ୍ତି ଯେ, ଅଗ୍ନିକାଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ପ୍ରାୟ ୪୦ ଜଣ ଆହତଙ୍କୁ ସହରର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିପାରେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ମହମ୍ମଦ ଶିହାବ କହିଛନ୍ତି ଯେ, ଢାକାର ବେଲି ରୋଡରେ ଥିବା ଏକ ଲୋକପ୍ରିୟ ରେସ୍ତୋରାଁରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ରାତି ପ୍ରାୟ ୯.୫୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହା ପରେ, ଦୋଖୁ ଦେଖୁ ନିଆଁ ପୁରା ସମଗ୍ର ବିଲ୍ଡିଂରେ ବ୍ୟାପିଯାଇଥିଲା । ଏହା ପରେ ଲୋକମାନେ ଉକ୍ତ ନିଆଁ ଭିତରେ ଫସି ଯାଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମବାହିନୀ ଘଟଣାସ୍ଥଳକୁ ଯାଇ ବହୁ କସରତ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ।  ତେବେ ଏହିଅଗ୍ନିକାଣ୍ଡ କାରଣ ସ୍ପଷ୍ଟ ଜଣାପଡି ନାହିଁ।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର