ଢାକାର ଏକ ରେସ୍ତୋରାଁରେ ଭୟାବହ ଅଗ୍ନିକାଣ୍ଡ: ୪୩ ମୃତ , ୪୦ ଆହତ

The Sakala Picture
Published On

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଭୟା ବହ ଅଗ୍ନିକାଣ୍ଡ । ଏକ ୭ ମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୪୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଅନେକ ଲୋକ ଆହତ ହୋଇଛନ୍ତି । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ବାଂଲାଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସାମନ୍ତ ଲାଲ ସେନ ଢାକା ମେଡିକାଲ କଲେଜ ହସ୍ପିଟାଲ ଏବଂ ନିକଟସ୍ଥ ବର୍ନ ହସ୍ପିଟାଲ ପରିଦର୍ଶନ କରିବା ପରେ କହିଛନ୍ତି ଯେ, […]

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଭୟା ବହ ଅଗ୍ନିକାଣ୍ଡ । ଏକ ୭ ମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୪୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଅନେକ ଲୋକ ଆହତ ହୋଇଛନ୍ତି । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ବାଂଲାଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସାମନ୍ତ ଲାଲ ସେନ ଢାକା ମେଡିକାଲ କଲେଜ ହସ୍ପିଟାଲ ଏବଂ ନିକଟସ୍ଥ ବର୍ନ ହସ୍ପିଟାଲ ପରିଦର୍ଶନ କରିବା ପରେ କହିଛନ୍ତି ଯେ, ଅଗ୍ନିକାଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ପ୍ରାୟ ୪୦ ଜଣ ଆହତଙ୍କୁ ସହରର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିପାରେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ମହମ୍ମଦ ଶିହାବ କହିଛନ୍ତି ଯେ, ଢାକାର ବେଲି ରୋଡରେ ଥିବା ଏକ ଲୋକପ୍ରିୟ ରେସ୍ତୋରାଁରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ରାତି ପ୍ରାୟ ୯.୫୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏହା ପରେ, ଦୋଖୁ ଦେଖୁ ନିଆଁ ପୁରା ସମଗ୍ର ବିଲ୍ଡିଂରେ ବ୍ୟାପିଯାଇଥିଲା । ଏହା ପରେ ଲୋକମାନେ ଉକ୍ତ ନିଆଁ ଭିତରେ ଫସି ଯାଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମବାହିନୀ ଘଟଣାସ୍ଥଳକୁ ଯାଇ ବହୁ କସରତ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ।  ତେବେ ଏହିଅଗ୍ନିକାଣ୍ଡ କାରଣ ସ୍ପଷ୍ଟ ଜଣାପଡି ନାହିଁ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର