ଦିଲ୍ଲୀର ଏକ ରଙ୍ଗ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୧ ମୃତ, ୪ ଗୁରୁତର

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀର ଆଲିପୁର ଅଞ୍ଚଳରେ ଥିବା ରଙ୍ଗ କାରଖାନାରେ ଗୁରୁବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ କୋଟି କୋଟି ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ୨୨ଟି ଦମକଳ ବାହିନୀ ପହଞ୍ଚି ପ୍ରାୟ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛନ୍ତି। ଏଥିସହିତ କାରଖାନାରେ ଫସି ରହିଥିବା କିଛି ଲୋକଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି ବୋଲି ଅଗ୍ନିଶମ […]

ନୂଆଦିଲ୍ଲୀ: ଦିଲ୍ଲୀର ଆଲିପୁର ଅଞ୍ଚଳରେ ଥିବା ରଙ୍ଗ କାରଖାନାରେ ଗୁରୁବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ କୋଟି କୋଟି ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ୨୨ଟି ଦମକଳ ବାହିନୀ ପହଞ୍ଚି ପ୍ରାୟ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛନ୍ତି। ଏଥିସହିତ କାରଖାନାରେ ଫସି ରହିଥିବା କିଛି ଲୋକଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି ବୋଲି ଅଗ୍ନିଶମ ନିର୍ଦ୍ଦେଶକ ଅତୁଲ ଗର୍ଗ ସୂଚନା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରୁଛି।ଅପରାହ୍ନ ପ୍ରାୟ ୫ଟା ବେଳେ ଏଚ୍ ବ୍ଲକ ଦୟାଲ ମାର୍କେଟ ଆଲିପୁରରେ ଥିବା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ନେଇ ପୁଲିସକୁ ଖବର ମିଳିଥିଲା। ଅଗ୍ନିକାଣ୍ଡ ଯୋଗୁଁ କାରଖାନା ସମ୍ପୂର୍ଣ୍ଣ ଜଳିଯାଇଛି ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର