ମହାଆନ୍ଦୋଳନ ମୁହାଁ ଚାଷୀ, ଦିଲ୍ଲୀ ସୀମାରେ ହାଇଆଲର୍ଟ

The Sakala Picture
Published On

ନୂଆଦିଲ୍ଲୀ: ଏମଏସପି ଗ୍ୟାରେଣ୍ଟି ସହିତ ଅନ୍ୟାନ୍ୟ ୧୨ ଦଫା ଦାବିକୁ ନେଇ ଦିଲ୍ଲୀରେ ବିକ୍ଷୋଭ କରିବାକୁ ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ପହଞ୍ଚିବାରେ ଲାଗିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା ନେତୃତ୍ବରେ ପଞ୍ଜାବ, ଉତ୍ତରପ୍ରଦେଶ,ହରିୟାଣା ଏବଂ ରାଜସ୍ଥାନ ଆଦି ରାଜ୍ୟର ପ୍ରାୟ ୨୦୦ରୁ ଅଧିକ ଚାଷୀ ସଂଘ ପକ୍ଷରୁ ଦିଲ୍ଲୀ ଚଲୋ ଡକରା ଦିଆଯାଇଥିଲା ବେଳେ ବିଭିନ୍ନ ସ୍ଥାନରୁ ଚାଷୀଙ୍କ ସୁଅ ଛୁଟିଛି। ମଙ୍ଗଳବାର ଦିଲ୍ଲୀରେ ଆନ୍ଦୋଳନ କରିବାକୁ ବିଭିନ୍ନ ଚାଷୀ […]

ନୂଆଦିଲ୍ଲୀ: ଏମଏସପି ଗ୍ୟାରେଣ୍ଟି ସହିତ ଅନ୍ୟାନ୍ୟ ୧୨ ଦଫା ଦାବିକୁ ନେଇ ଦିଲ୍ଲୀରେ ବିକ୍ଷୋଭ କରିବାକୁ ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ପହଞ୍ଚିବାରେ ଲାଗିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା ନେତୃତ୍ବରେ ପଞ୍ଜାବ, ଉତ୍ତରପ୍ରଦେଶ,ହରିୟାଣା ଏବଂ ରାଜସ୍ଥାନ ଆଦି ରାଜ୍ୟର ପ୍ରାୟ ୨୦୦ରୁ ଅଧିକ ଚାଷୀ ସଂଘ ପକ୍ଷରୁ ଦିଲ୍ଲୀ ଚଲୋ ଡକରା ଦିଆଯାଇଥିଲା ବେଳେ ବିଭିନ୍ନ ସ୍ଥାନରୁ ଚାଷୀଙ୍କ ସୁଅ ଛୁଟିଛି। ମଙ୍ଗଳବାର ଦିଲ୍ଲୀରେ ଆନ୍ଦୋଳନ କରିବାକୁ ବିଭିନ୍ନ ଚାଷୀ ସଙ୍ଗଠନର ସଜବାଜ । କିନ୍ତୁ ପୂର୍ବ ଚାଷୀ ଆନ୍ଦୋଳନ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ଦିଲ୍ଲୀ ଭିତରକୁ ଚାଷୀମାନଙ୍କୁ ପ୍ରବେଶ ନ କରାଇ ଦେବା ଲାଗି ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ସିଂଘୁ, ଟିକିରି ଏବଂ ଗାଜିପୁର ସୀମାରେ ବ୍ୟାରକେଡ୍‌ ଲଗାଯାଇଛି। ସହର ମଧ୍ୟକୁ କୌଣସି ଟ୍ରାକ୍ଟର କିମ୍ବା ଚାଷୀଙ୍କୁ ନେଇ ଯାଉଥିବା ଗାଡିକୁ ନଛାଡିବାକୁ ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ସେହିପରି ସହର ମଧ୍ୟକୁ ସୋଡା ବୋତଲ, ଆତଶବାଜୀ କିମ୍ବା କୌଣସି ଦହନଶୀଳ ସାମଗ୍ରୀ ନଛାଡିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ବେଳେ ଆତଙ୍କବାଦ କାର୍ଯ୍ୟକୁ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି। ଦିଲ୍ଲୀ ସୀମାରେ ସେନା ମୁତୟନ କରାଯିବା ସହିତ ସମସ୍ତ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଦିଲ୍ଲୀରେ ଏକାଧିକ ଲୋକଙ୍କ ସମାଗମ ଉପରେ ରୋକ୍‌ ଲଗାଯିବା ସହିତ କେତେକ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ଅନ୍ୟପକ୍ଷରେ ଚାଷୀଙ୍କ ଦାବିକୁ ନେଇ ସଂଘ କର୍ମକର୍ତ୍ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ,ନିତ୍ୟାନନ୍ଦ ରାୟ ଏବଂ ଅର୍ଜ୍ଜୁନ ମୁଣ୍ଡା ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ଏହି ଆଲୋଚନାରେ ସମାଧାନ ବାହାରିନାଥିବା ଜଣାପଡ଼ିଛି। ।

ଆହୁରି ପଢ଼ନ୍ତୁ: ଭାରତକୁ 'ନର୍କଖଣ୍ଡ' କହି ବିବାଦରେ ଟ୍ରମ୍ପ: କଡ଼ା ଜବାବ ଦେଲା ଭାରତ ଓ ଇରାନ

13 Feb 2024 By The Sakala

ମହାଆନ୍ଦୋଳନ ମୁହାଁ ଚାଷୀ, ଦିଲ୍ଲୀ ସୀମାରେ ହାଇଆଲର୍ଟ

ନୂଆଦିଲ୍ଲୀ: ଏମଏସପି ଗ୍ୟାରେଣ୍ଟି ସହିତ ଅନ୍ୟାନ୍ୟ ୧୨ ଦଫା ଦାବିକୁ ନେଇ ଦିଲ୍ଲୀରେ ବିକ୍ଷୋଭ କରିବାକୁ ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ପହଞ୍ଚିବାରେ ଲାଗିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା ନେତୃତ୍ବରେ ପଞ୍ଜାବ, ଉତ୍ତରପ୍ରଦେଶ,ହରିୟାଣା ଏବଂ ରାଜସ୍ଥାନ ଆଦି ରାଜ୍ୟର ପ୍ରାୟ ୨୦୦ରୁ ଅଧିକ ଚାଷୀ ସଂଘ ପକ୍ଷରୁ ଦିଲ୍ଲୀ ଚଲୋ ଡକରା ଦିଆଯାଇଥିଲା ବେଳେ ବିଭିନ୍ନ ସ୍ଥାନରୁ ଚାଷୀଙ୍କ ସୁଅ ଛୁଟିଛି। ମଙ୍ଗଳବାର ଦିଲ୍ଲୀରେ ଆନ୍ଦୋଳନ କରିବାକୁ ବିଭିନ୍ନ ଚାଷୀ ସଙ୍ଗଠନର ସଜବାଜ । କିନ୍ତୁ ପୂର୍ବ ଚାଷୀ ଆନ୍ଦୋଳନ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ଦିଲ୍ଲୀ ଭିତରକୁ ଚାଷୀମାନଙ୍କୁ ପ୍ରବେଶ ନ କରାଇ ଦେବା ଲାଗି ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ସିଂଘୁ, ଟିକିରି ଏବଂ ଗାଜିପୁର ସୀମାରେ ବ୍ୟାରକେଡ୍‌ ଲଗାଯାଇଛି। ସହର ମଧ୍ୟକୁ କୌଣସି ଟ୍ରାକ୍ଟର କିମ୍ବା ଚାଷୀଙ୍କୁ ନେଇ ଯାଉଥିବା ଗାଡିକୁ ନଛାଡିବାକୁ ବ୍ୟବସ୍ଥା କରାଯାଇଛି।

ସେହିପରି ସହର ମଧ୍ୟକୁ ସୋଡା ବୋତଲ, ଆତଶବାଜୀ କିମ୍ବା କୌଣସି ଦହନଶୀଳ ସାମଗ୍ରୀ ନଛାଡିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ବେଳେ ଆତଙ୍କବାଦ କାର୍ଯ୍ୟକୁ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି। ଦିଲ୍ଲୀ ସୀମାରେ ସେନା ମୁତୟନ କରାଯିବା ସହିତ ସମସ୍ତ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଦିଲ୍ଲୀରେ ଏକାଧିକ ଲୋକଙ୍କ ସମାଗମ ଉପରେ ରୋକ୍‌ ଲଗାଯିବା ସହିତ କେତେକ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ଅନ୍ୟପକ୍ଷରେ ଚାଷୀଙ୍କ ଦାବିକୁ ନେଇ ସଂଘ କର୍ମକର୍ତ୍ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ,ନିତ୍ୟାନନ୍ଦ ରାୟ ଏବଂ ଅର୍ଜ୍ଜୁନ ମୁଣ୍ଡା ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ଏହି ଆଲୋଚନାରେ ସମାଧାନ ବାହାରିନାଥିବା ଜଣାପଡ଼ିଛି। ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର