କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ବୟାନ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଲାଗୁ ହେବ ସିଏଏ

The Sakala Picture
Published On

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ ହେବ ବୋଲି ଶାହ କହିଛନ୍ତି । ସିଏଏ ମାଧ୍ୟମରେ ସରକାର ସେହି ଲୋକମାନଙ୍କୁ ନାଗରିକତା ଦେବାକୁ ଚାହୁଁଛନ୍ତି ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଉତ୍ପୀଡନ ସହିବା ପରେ ଭାରତର ଶରଣ ନେଇଛନ୍ତି । ଏହା କୌଣସି ଭାରତୀୟଙ୍କ ନାଗରିକତା ଛଡାଇ ନେବନାହିଁ ବୋଲି ଗୃହମନ୍ତ୍ରୀ କହିଛନ୍ତି […]

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ ହେବ ବୋଲି ଶାହ କହିଛନ୍ତି । ସିଏଏ ମାଧ୍ୟମରେ ସରକାର ସେହି ଲୋକମାନଙ୍କୁ ନାଗରିକତା ଦେବାକୁ ଚାହୁଁଛନ୍ତି ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଉତ୍ପୀଡନ ସହିବା ପରେ ଭାରତର ଶରଣ ନେଇଛନ୍ତି । ଏହା କୌଣସି ଭାରତୀୟଙ୍କ ନାଗରିକତା ଛଡାଇ ନେବନାହିଁ ବୋଲି ଗୃହମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଗୋଟିଏ ଦିନରେ ଚାରି ଥର ଗୃହ ମୁଲତବୀ

‘ଇଟି ନାଓ ଗ୍ଲୋବାଲ୍ ସମିଟ୍ ୨୦୨୪’ରେ ଯୋଗଦେଇ ଶାହ ଅଭିଯୋଗ କରିଛନ୍ତି ଯେ ସିଏଏ ଲାଗୁ କରିବା ପ୍ରତିଶ୍ରୁତି ଉପରେ କଂଗ୍ରେସ ପଛଘୁଞ୍ଚା ଦେଇଥିଲା । ସିଏଏ କଂଗ୍ରେସ ସରକାରଙ୍କ ପ୍ରତିଶୃତି ଥିଲା। ଯେତେବେଳେ ଦେଶ ବିଭାଜିତ ହେଲା, ସେହି ଦେଶ ଗୁଡିକରେ ସଂଖ୍ୟାଲଘୁମାନେ ନିର୍ଯାତନାର ଶିକାର ହେଲେ । କଂଗ୍ରେସ ଶରଣାର୍ଥୀ ମାନଙ୍କୁ ଆଶ୍ୱାସନା ଦେଇଥିଲା ଯେ ସେମାନଙ୍କୁ ଭାରତରେ ଆଶ୍ରୟ ଦିଆଯିବ ଓ ଭାରତୀୟ ନାଗରିକତା ପ୍ରଦାନ କରାଯିବ। କିନ୍ତୁ କଂଗ୍ରେସ ଏହି ପ୍ରତିଶ୍ରୁତି ପୂରଣ କରିନଥିଲା ।”

ଆହୁରି ପଢ଼ନ୍ତୁ: ନିଟ୍‌ ପେପର ଲିକ୍ ଓ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ: ସଂସଦ ବାହାରେ କଳା ପୋଷାକରେ ବିରୋଧୀ ସାଂସଦଙ୍କ ପ୍ରତିବାଦ

ଶାହା ଆହୁରି କହିଛନ୍ତି, ନାଗରିକତା ପ୍ରଦାନ ପାଇଁ ସିଏଏ ଅଣାଯାଇଛି, କାହାର ନାଗରିକତା ନେବା ପାଇଁ ନୁହେଁ । ଆମ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷକରି ଆମର ମୁସଲମାନ ସମ୍ପ୍ରଦାୟକୁ ସିଏଏ ଆଇନ ନେଇ ବିଭ୍ରାନ୍ତ କରାଯାଉଛି। ସିଏଏ କାହାର ନାଗରିକତା ଛଡ଼ାଇ ନେବ ନାହିଁ । କାରଣ ଆଇନରେ ଏମିତି କୌଣସି ବ୍ୟବସ୍ଥା ନାହିଁ । ବାଂଲାଦେଶ ଏବଂ ପାକିସ୍ଥାନରେ ନିର୍ଯାତିତ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ‘ସିଏଏ’ର ଉଦ୍ଦେଶ୍ୟ।

ଆହୁରି ପଢ଼ନ୍ତୁ: ମିଶନ୍ ସୁଦର୍ଶନ ଚକ୍ରକୁ ମିଳିଲା ବେଗ: କୁଶା ଇଣ୍ଟରସେପ୍ଟରର ପରୀକ୍ଷଣ କରିବ ଭାରତ

୨୦୧୯ରେ ସିଏଏ ଆଣିଥିଲେ ମୋଦୀ ସରକାର । ତେବେ ଏହି ଆଇନ ବିରୋଧରେ ରାଜଧାନୀ ଦିଲ୍ଲୀ ସହ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହେବା ଯୋଗୁଁ ଏହାକୁ ସରକାର ଲାଗୁ କରିନଥିଲେ । ଏହି ଆଇନ ଅନୁଯାୟୀ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଭଳି ଅଣ ମୁସଲମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ ।

10 Feb 2024 By The Sakala

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ବୟାନ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଲାଗୁ ହେବ ସିଏଏ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ ହେବ ବୋଲି ଶାହ କହିଛନ୍ତି । ସିଏଏ ମାଧ୍ୟମରେ ସରକାର ସେହି ଲୋକମାନଙ୍କୁ ନାଗରିକତା ଦେବାକୁ ଚାହୁଁଛନ୍ତି ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଉତ୍ପୀଡନ ସହିବା ପରେ ଭାରତର ଶରଣ ନେଇଛନ୍ତି । ଏହା କୌଣସି ଭାରତୀୟଙ୍କ ନାଗରିକତା ଛଡାଇ ନେବନାହିଁ ବୋଲି ଗୃହମନ୍ତ୍ରୀ କହିଛନ୍ତି ।

‘ଇଟି ନାଓ ଗ୍ଲୋବାଲ୍ ସମିଟ୍ ୨୦୨୪’ରେ ଯୋଗଦେଇ ଶାହ ଅଭିଯୋଗ କରିଛନ୍ତି ଯେ ସିଏଏ ଲାଗୁ କରିବା ପ୍ରତିଶ୍ରୁତି ଉପରେ କଂଗ୍ରେସ ପଛଘୁଞ୍ଚା ଦେଇଥିଲା । ସିଏଏ କଂଗ୍ରେସ ସରକାରଙ୍କ ପ୍ରତିଶୃତି ଥିଲା। ଯେତେବେଳେ ଦେଶ ବିଭାଜିତ ହେଲା, ସେହି ଦେଶ ଗୁଡିକରେ ସଂଖ୍ୟାଲଘୁମାନେ ନିର୍ଯାତନାର ଶିକାର ହେଲେ । କଂଗ୍ରେସ ଶରଣାର୍ଥୀ ମାନଙ୍କୁ ଆଶ୍ୱାସନା ଦେଇଥିଲା ଯେ ସେମାନଙ୍କୁ ଭାରତରେ ଆଶ୍ରୟ ଦିଆଯିବ ଓ ଭାରତୀୟ ନାଗରିକତା ପ୍ରଦାନ କରାଯିବ। କିନ୍ତୁ କଂଗ୍ରେସ ଏହି ପ୍ରତିଶ୍ରୁତି ପୂରଣ କରିନଥିଲା ।”

ଶାହା ଆହୁରି କହିଛନ୍ତି, ନାଗରିକତା ପ୍ରଦାନ ପାଇଁ ସିଏଏ ଅଣାଯାଇଛି, କାହାର ନାଗରିକତା ନେବା ପାଇଁ ନୁହେଁ । ଆମ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷକରି ଆମର ମୁସଲମାନ ସମ୍ପ୍ରଦାୟକୁ ସିଏଏ ଆଇନ ନେଇ ବିଭ୍ରାନ୍ତ କରାଯାଉଛି। ସିଏଏ କାହାର ନାଗରିକତା ଛଡ଼ାଇ ନେବ ନାହିଁ । କାରଣ ଆଇନରେ ଏମିତି କୌଣସି ବ୍ୟବସ୍ଥା ନାହିଁ । ବାଂଲାଦେଶ ଏବଂ ପାକିସ୍ଥାନରେ ନିର୍ଯାତିତ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ‘ସିଏଏ’ର ଉଦ୍ଦେଶ୍ୟ।

୨୦୧୯ରେ ସିଏଏ ଆଣିଥିଲେ ମୋଦୀ ସରକାର । ତେବେ ଏହି ଆଇନ ବିରୋଧରେ ରାଜଧାନୀ ଦିଲ୍ଲୀ ସହ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହେବା ଯୋଗୁଁ ଏହାକୁ ସରକାର ଲାଗୁ କରିନଥିଲେ । ଏହି ଆଇନ ଅନୁଯାୟୀ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଭଳି ଅଣ ମୁସଲମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର