ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଢାଯିବ ଭଗବତ ଗୀତା, ଗୁଜରାଟ ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

The Sakala Picture
Published On

ଗୁଜରାଟ: ସ୍କୁଲ୍ ପାଠ୍ୟକ୍ରମରେ ସାମିଲ ହେବ ଭାଗବତ ଗୀତା । ଗୁଜରାଟରେ ଆସନ୍ତା ଜୁନରୁ ସରକାରୀ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଭଗବତ ଗୀତା ପଢାଯିବ । ଏନେଇ ରାଜ୍ୟ ବିଧାନସଭା ବୁଧବାର ଏକ ପ୍ରସ୍ତାବ କରିଛି । ବିରୋଧୀ ପାର୍ଟି ଆମ ଆଦମୀ ପାର୍ଟି (ଆପ୍) ଏହି ପ୍ରସ୍ତାବକୁ ସମର୍ଥନ କରିଛି । ଅନ୍ୟପଟେ କଂଗ୍ରେସ ବିଧାୟକ ଦାବି କରିଛନ୍ତି ଯେ ବିଜେପି ସରକାର କେବଳ ଲୋକପ୍ରିୟତା ପାଇବା ପାଇଁ ଏପରି କରୁଛି । […]

ଗୁଜରାଟ: ସ୍କୁଲ୍ ପାଠ୍ୟକ୍ରମରେ ସାମିଲ ହେବ ଭାଗବତ ଗୀତା । ଗୁଜରାଟରେ ଆସନ୍ତା ଜୁନରୁ ସରକାରୀ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଭଗବତ ଗୀତା ପଢାଯିବ । ଏନେଇ ରାଜ୍ୟ ବିଧାନସଭା ବୁଧବାର ଏକ ପ୍ରସ୍ତାବ କରିଛି । ବିରୋଧୀ ପାର୍ଟି ଆମ ଆଦମୀ ପାର୍ଟି (ଆପ୍) ଏହି ପ୍ରସ୍ତାବକୁ ସମର୍ଥନ କରିଛି । ଅନ୍ୟପଟେ କଂଗ୍ରେସ ବିଧାୟକ ଦାବି କରିଛନ୍ତି ଯେ ବିଜେପି ସରକାର କେବଳ ଲୋକପ୍ରିୟତା ପାଇବା ପାଇଁ ଏପରି କରୁଛି । ତେବେ ଭୋଟିଂ ବେଳେ ପାର୍ଟି ଏହାର ସମର୍ଥନ କରିଛି ।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲ୍ୟାବ୍ ମାଲିକଙ୍କ ବିରୋଧରେ ୬୬ ନିୟୁତ ଡଲାରର କୋଭିଡ୍ ଟେଷ୍ଟ୍ ଜାଲିଆତି ଅଭିଯୋଗ

ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ମାର୍ଚ୍ଚରେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ଜିତୁ ବାଘାନୀ ବିଧାନସଭାରେ ଘୋଷଣା କରିଥିଲେ ଯେ ସ୍କୁଲ ଛାତ୍ରଛାତ୍ରୀ ଗୀତା ଏବଂ ଏହାର ଶ୍ଲୋକ ଜାଣିବା ଦରକାର । ଏହାପରେ ୨୦୨୨ ମାର୍ଚ୍ଚ ୧୭ରେ ଏକ ସରକାରୀ ପ୍ରସ୍ତାବ ଜାରି କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ୨୦୨୨-୨୩ ଶିକ୍ଷା ବର୍ଷରୁ ଷଷ୍ଠରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଗୀତାର ମୂଲ୍ୟ ଏବଂ ସିଦ୍ଧାନ୍ତକୁ ଅବଗତ କରାଯିବ ।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଏହା କାହାଣୀ ଏବଂ ପଠନ ଆକାରରେ ଶିକ୍ଷା ଦିଆଯିବ। ସେହିପରି ନବମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ସେମାନଙ୍କର ପ୍ରଥମ ଭାଷା ପାଠ୍ୟ ପୁସ୍ତକ ମାଧ୍ୟମରେ ଭଗବଦ୍ ଗୀତା ଶିକ୍ଷାଲାଭ କରିବେ। ଭଗବଦ୍ ଗୀତାର ବିଶ୍ୱସ୍ତରୀୟ ମହତ୍ତ୍ୱକୁ ମନେପକାଇ ମନ୍ତ୍ରୀ ପାନଶେରିଆ ପୂର୍ବେ ସାଧୁ ତଥା ପାଶ୍ଚାତ୍ୟ ଚିନ୍ତକମାନଙ୍କ ଉପରେ ଏହାର ପ୍ରଭାବ କିପରି ଥିଲା ଓ ଏହାର ଅନନ୍ତକାଳୀନ ପ୍ରାସଙ୍ଗିକତାକୁ ଦର୍ଶାଇଥିଲେ।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର