ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟାକୁ ଓଡ଼ିଶାରୁ ଗଡ଼ିପାରେ ୧୦ ସ୍ୱତନ୍ତ୍ର ‘ଆସ୍ଥା’ ଟ୍ରେନ୍

The Sakala Picture
Published On

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହାପରେ ଅଯୋଧ୍ୟାକୁ ସାରା ଦେଶରୁ ଭକ୍ତଙ୍କ ସୁଅ ଛୁଟିବ। ଦେଶର କୋଣ-ଅନୁକୋଣରୁ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିବେ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତୀୟ ରେଳବାଇ ଅଯୋଧ୍ୟାକୁ ‘ଆସ୍ଥା’ ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରାଇବ। ଏସବୁ ଟ୍ରେନ୍ ଦେଶର ୬୬ଟି ସ୍ଥାନରୁ ସିଧାସଳଖ ରେଳପଥରେ ଅଯୋଧ୍ୟା ସହ ଯୋଡ଼ିହେବ। ତେବେ ଓଡ଼ିଶାରୁ ମଧ୍ୟ ଅଯୋଧ୍ୟାକୁ ‘ଆସ୍ଥା’ ସ୍ପେଶାଲ […]

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହାପରେ ଅଯୋଧ୍ୟାକୁ ସାରା ଦେଶରୁ ଭକ୍ତଙ୍କ ସୁଅ ଛୁଟିବ। ଦେଶର କୋଣ-ଅନୁକୋଣରୁ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିବେ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତୀୟ ରେଳବାଇ ଅଯୋଧ୍ୟାକୁ ‘ଆସ୍ଥା’ ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରାଇବ। ଏସବୁ ଟ୍ରେନ୍ ଦେଶର ୬୬ଟି ସ୍ଥାନରୁ ସିଧାସଳଖ ରେଳପଥରେ ଅଯୋଧ୍ୟା ସହ ଯୋଡ଼ିହେବ। ତେବେ ଓଡ଼ିଶାରୁ ମଧ୍ୟ ଅଯୋଧ୍ୟାକୁ ‘ଆସ୍ଥା’ ସ୍ପେଶାଲ ଟ୍ରେନ୍ ଚଳାଇବାକୁ ଦାବି ଜୋର ଧରିଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ମିଳିଥବା ସୂଚନାନୁସାରେ, ଓଡ଼ିଶାରୁ ଅଯୋଧ୍ୟାକୁ ପାଖାପାଖି ୧୦ଟି ସ୍ୱତନ୍ତ୍ର ‘ଆସ୍ଥା’ ଟ୍ରେନ୍ ଚାଲିପାରେ। ଏହି ଟ୍ରେନଗୁଡିକ ରାଜ୍ୟର ପୁରୀ, ଭୁବନେଶ୍ବର, କଟକ, ରାୟଗଡ଼ା , ସମ୍ବଲପୁର ଏବଂ ବାଲେଶ୍ବରରୁ ଚାଲିପାରେ।ପ୍ରତ୍ୟେକ ‘ଆସ୍ଥା’ ସ୍ପେଶାଲ ଟ୍ରେନରେ ୨୨ଟି କୋଚ୍ ରହିବ। ‘ଆସ୍ଥା’ ଟ୍ରେନ୍ ମାଧ୍ୟମରେ ଶ୍ରଦ୍ଧାଳୁ ସହଜରେ ଅଯୋଧ୍ୟାରେ ପହଞ୍ଚି ପାରିବେ। ଯାତ୍ରୀଙ୍କ ସଂଖ୍ୟା ଓ ଚାହିଦାକୁ ଦେଖି ପରବର୍ତ୍ତୀ ସମୟରେ ଟ୍ରେନ୍ ସଂଖ୍ୟା ବଢ଼ାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ସମଗ୍ର ଦେଶରେ ପ୍ରାୟ ୨୦୦ଟି  ‘ଆସ୍ଥା’ ସ୍ପେଶାଲ ଟ୍ରେନ୍ ଚଳାଚଳ କରିବ। ଏହି ଟ୍ରେନ୍ ଆରମ୍ଭ ଷ୍ଟେସନରୁ ଅଯୋଧ୍ୟା ମଧ୍ୟରେ ସ୍ୱଳ୍ପ ସ୍ଥାନରେ ରହଣୀ କରିବ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

19 Jan 2024 By The Sakala

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟାକୁ ଓଡ଼ିଶାରୁ ଗଡ଼ିପାରେ ୧୦ ସ୍ୱତନ୍ତ୍ର ‘ଆସ୍ଥା’ ଟ୍ରେନ୍

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହାପରେ ଅଯୋଧ୍ୟାକୁ ସାରା ଦେଶରୁ ଭକ୍ତଙ୍କ ସୁଅ ଛୁଟିବ। ଦେଶର କୋଣ-ଅନୁକୋଣରୁ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିବେ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତୀୟ ରେଳବାଇ ଅଯୋଧ୍ୟାକୁ ‘ଆସ୍ଥା’ ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରାଇବ। ଏସବୁ ଟ୍ରେନ୍ ଦେଶର ୬୬ଟି ସ୍ଥାନରୁ ସିଧାସଳଖ ରେଳପଥରେ ଅଯୋଧ୍ୟା ସହ ଯୋଡ଼ିହେବ। ତେବେ ଓଡ଼ିଶାରୁ ମଧ୍ୟ ଅଯୋଧ୍ୟାକୁ ‘ଆସ୍ଥା’ ସ୍ପେଶାଲ ଟ୍ରେନ୍ ଚଳାଇବାକୁ ଦାବି ଜୋର ଧରିଛି।

ମିଳିଥବା ସୂଚନାନୁସାରେ, ଓଡ଼ିଶାରୁ ଅଯୋଧ୍ୟାକୁ ପାଖାପାଖି ୧୦ଟି ସ୍ୱତନ୍ତ୍ର ‘ଆସ୍ଥା’ ଟ୍ରେନ୍ ଚାଲିପାରେ। ଏହି ଟ୍ରେନଗୁଡିକ ରାଜ୍ୟର ପୁରୀ, ଭୁବନେଶ୍ବର, କଟକ, ରାୟଗଡ଼ା , ସମ୍ବଲପୁର ଏବଂ ବାଲେଶ୍ବରରୁ ଚାଲିପାରେ।ପ୍ରତ୍ୟେକ ‘ଆସ୍ଥା’ ସ୍ପେଶାଲ ଟ୍ରେନରେ ୨୨ଟି କୋଚ୍ ରହିବ। ‘ଆସ୍ଥା’ ଟ୍ରେନ୍ ମାଧ୍ୟମରେ ଶ୍ରଦ୍ଧାଳୁ ସହଜରେ ଅଯୋଧ୍ୟାରେ ପହଞ୍ଚି ପାରିବେ। ଯାତ୍ରୀଙ୍କ ସଂଖ୍ୟା ଓ ଚାହିଦାକୁ ଦେଖି ପରବର୍ତ୍ତୀ ସମୟରେ ଟ୍ରେନ୍ ସଂଖ୍ୟା ବଢ଼ାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ସମଗ୍ର ଦେଶରେ ପ୍ରାୟ ୨୦୦ଟି  ‘ଆସ୍ଥା’ ସ୍ପେଶାଲ ଟ୍ରେନ୍ ଚଳାଚଳ କରିବ। ଏହି ଟ୍ରେନ୍ ଆରମ୍ଭ ଷ୍ଟେସନରୁ ଅଯୋଧ୍ୟା ମଧ୍ୟରେ ସ୍ୱଳ୍ପ ସ୍ଥାନରେ ରହଣୀ କରିବ।

https://www.thesakala.in/national-international/10-special-trains-can-run-from-odisha-for-the-ram-mandir-inauguration/article-29245
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର