ଭାରତର ସୂର୍ଯ୍ୟ ମିଶନକୁ ବଡ଼ ସଫଳତା: ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିଲା ଭାରତର ସୌରଯାନ ‘ଆଦିତ୍ୟ ଏଲ-୧’

The Sakala Picture
Published On

ନୂଆଦିଲ୍ଲୀ: ନୂଆବର୍ଷରେ ଇତିହାସ ରଚିଲା ଇସ୍ରୋ । ଆଦିତ୍ୟ ଏଲ-୧ ସାଟେଲାଇଟ ନିର୍ଦ୍ଧାରିତ L1 ପଏଣ୍ଟର ହେଲୋ ଅର୍ବିଟରେ ପହଞ୍ଚି ସାରିଛି । ଏବେ ଆଦିତ୍ୟ ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଛି । ୨ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଆଦିତ୍ୟର ଯାତ୍ରା ଶେଷ ହୋଇଛି । ୪ ଶହ କୋଟି ଟଙ୍କା ଖର୍ଚ୍ଚରେ ଭାରତର ଏହି ମିଶନ ସାରା ଦୁନିଆର ସାଟେଲାଇଟକୁ ସୂର୍ଯ୍ୟଝଡ଼ରୁ ସୁରକ୍ଷା ଦେବ । L1 ପଏଣ୍ଟରେ ପହଞ୍ଚିବା ପରେ […]

ନୂଆଦିଲ୍ଲୀ: ନୂଆବର୍ଷରେ ଇତିହାସ ରଚିଲା ଇସ୍ରୋ । ଆଦିତ୍ୟ ଏଲ-୧ ସାଟେଲାଇଟ ନିର୍ଦ୍ଧାରିତ L1 ପଏଣ୍ଟର ହେଲୋ ଅର୍ବିଟରେ ପହଞ୍ଚି ସାରିଛି । ଏବେ ଆଦିତ୍ୟ ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଛି । ୨ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଆଦିତ୍ୟର ଯାତ୍ରା ଶେଷ ହୋଇଛି । ୪ ଶହ କୋଟି ଟଙ୍କା ଖର୍ଚ୍ଚରେ ଭାରତର ଏହି ମିଶନ ସାରା ଦୁନିଆର ସାଟେଲାଇଟକୁ ସୂର୍ଯ୍ୟଝଡ଼ରୁ ସୁରକ୍ଷା ଦେବ । L1 ପଏଣ୍ଟରେ ପହଞ୍ଚିବା ପରେ ଏହାର ଚାରିପାଖରେ ଥିବା ସୋଲାର ହେଲୋ ଅର୍ବିଟରେ ଆଦିତ୍ୟ ସ୍ଥାପିତ ହୋଇସାରିଛି । ହେଲୋ ଅର୍ବିଟରେ ପ୍ରବେଶ ପାଇଁ ଆତିଦ୍ୟ ଏଲ-୧ ସାଟେଲାଇଟର ଥ୍ରଷ୍ଟର୍ସକୁ କିଛି ସମୟ ପାଇଁ ଚାଲୁ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଇରାନୀ ଡ୍ରୋନ୍ ଆକ୍ରମଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ: ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍

ସୂର୍ଯ୍ୟର ନିରୀକ୍ଷଣ କରୁଥିବା ନାଶାର ୪ଟି ସାଟେଲାଇଟ ସମୂହରେ ଆତିଦ୍ୟ ସାମିଲ ହୋଇଛି । ତେବେ ଆତିଦ୍ୟକୁ L1 ପଏଣ୍ଟରେ ପ୍ରବେଶ କରାଇବା ଏତେ ସହଜ ନଥିଲା । ଏଥିପାଇଁ ସାଟେଲାଇଟର ଗତି ଓ ଦିଗରେ ତାଳମେଳ ରହିବା ନିହାତି ଆବଶ୍ୟ ଥିଲା । ଏଥିପାଇଁ ଇସ୍ରୋକୁ ଏହା ଜାଣିବାର ଥିଲା ଆଦିତ୍ୟ କେଉଁଠି ଥିଲା, କେଉଁଠି ଅଛି ଓ କେଉଁଆଡେ ଯାଉଛି । ଏମିତି ଟ୍ରାକ କରିବା ପ୍ରକ୍ରିୟାକୁ ଅର୍ବିଟ ଡିଟରମିନେଶନ କୁହାଯାଇଥାଏ ।

ଆହୁରି ପଢ଼ନ୍ତୁ: ସେନାକୁ ତ୍ରୁଟିପୂର୍ଣ୍ଣ ଗୋଳାବାରୁଦ ଯୋଗାଣ ଯୋଗୁଁ ୬୨.୧୦ କୋଟି କ୍ଷତି, 'ଧନୁଷ' ପ୍ରକଳ୍ପ ବିଳମ୍ବ ନେଇ PAC ର ଉଦ୍‌ବେଗ

ଇସ୍ରୋ ଅଧିକାରୀମାନେ କହିଛନ୍ତି ଯେ ଆଦିତ୍ୟ ଏଲ-୧କୁ କ୍ରମାଗତ ଭାବେ ଏଲ୍ ୧ ପଏଣ୍ଟ ଚାରିପଟେ ହାଲୋ କକ୍ଷପଥରେ ଦେଖିବାକୁ ମିଳୁଛି। ଏହା ଦ୍ୱାରା ସୌର ଗତିବିଧି ଏବଂ ମହାକାଶ ପାଣିପାଗ ଉପରେ ଏହାର ପ୍ରଭାବକୁ ରିୟଲ ଟାଇମରେ ଅନୁଧ୍ୟାନ କରିବାରେ ସହାୟତା ମିଳିବ ବୋଲି ସେମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ଉପରେ ବାହାରିନ ଏବଂ କୁଏତର ଗୁପ୍ତ ଏୟାର ଷ୍ଟ୍ରାଇକ୍: ପ୍ରଥମ ଥର ପାଇଁ କଲେ ସିଧାସଳଖ ଆକ୍ରମଣ

06 Jan 2024 By The Sakala

ଭାରତର ସୂର୍ଯ୍ୟ ମିଶନକୁ ବଡ଼ ସଫଳତା: ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିଲା ଭାରତର ସୌରଯାନ ‘ଆଦିତ୍ୟ ଏଲ-୧’

ନୂଆଦିଲ୍ଲୀ: ନୂଆବର୍ଷରେ ଇତିହାସ ରଚିଲା ଇସ୍ରୋ । ଆଦିତ୍ୟ ଏଲ-୧ ସାଟେଲାଇଟ ନିର୍ଦ୍ଧାରିତ L1 ପଏଣ୍ଟର ହେଲୋ ଅର୍ବିଟରେ ପହଞ୍ଚି ସାରିଛି । ଏବେ ଆଦିତ୍ୟ ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଛି । ୨ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଆଦିତ୍ୟର ଯାତ୍ରା ଶେଷ ହୋଇଛି । ୪ ଶହ କୋଟି ଟଙ୍କା ଖର୍ଚ୍ଚରେ ଭାରତର ଏହି ମିଶନ ସାରା ଦୁନିଆର ସାଟେଲାଇଟକୁ ସୂର୍ଯ୍ୟଝଡ଼ରୁ ସୁରକ୍ଷା ଦେବ । L1 ପଏଣ୍ଟରେ ପହଞ୍ଚିବା ପରେ ଏହାର ଚାରିପାଖରେ ଥିବା ସୋଲାର ହେଲୋ ଅର୍ବିଟରେ ଆଦିତ୍ୟ ସ୍ଥାପିତ ହୋଇସାରିଛି । ହେଲୋ ଅର୍ବିଟରେ ପ୍ରବେଶ ପାଇଁ ଆତିଦ୍ୟ ଏଲ-୧ ସାଟେଲାଇଟର ଥ୍ରଷ୍ଟର୍ସକୁ କିଛି ସମୟ ପାଇଁ ଚାଲୁ କରାଯାଇଥିଲା ।

ସୂର୍ଯ୍ୟର ନିରୀକ୍ଷଣ କରୁଥିବା ନାଶାର ୪ଟି ସାଟେଲାଇଟ ସମୂହରେ ଆତିଦ୍ୟ ସାମିଲ ହୋଇଛି । ତେବେ ଆତିଦ୍ୟକୁ L1 ପଏଣ୍ଟରେ ପ୍ରବେଶ କରାଇବା ଏତେ ସହଜ ନଥିଲା । ଏଥିପାଇଁ ସାଟେଲାଇଟର ଗତି ଓ ଦିଗରେ ତାଳମେଳ ରହିବା ନିହାତି ଆବଶ୍ୟ ଥିଲା । ଏଥିପାଇଁ ଇସ୍ରୋକୁ ଏହା ଜାଣିବାର ଥିଲା ଆଦିତ୍ୟ କେଉଁଠି ଥିଲା, କେଉଁଠି ଅଛି ଓ କେଉଁଆଡେ ଯାଉଛି । ଏମିତି ଟ୍ରାକ କରିବା ପ୍ରକ୍ରିୟାକୁ ଅର୍ବିଟ ଡିଟରମିନେଶନ କୁହାଯାଇଥାଏ ।

ଇସ୍ରୋ ଅଧିକାରୀମାନେ କହିଛନ୍ତି ଯେ ଆଦିତ୍ୟ ଏଲ-୧କୁ କ୍ରମାଗତ ଭାବେ ଏଲ୍ ୧ ପଏଣ୍ଟ ଚାରିପଟେ ହାଲୋ କକ୍ଷପଥରେ ଦେଖିବାକୁ ମିଳୁଛି। ଏହା ଦ୍ୱାରା ସୌର ଗତିବିଧି ଏବଂ ମହାକାଶ ପାଣିପାଗ ଉପରେ ଏହାର ପ୍ରଭାବକୁ ରିୟଲ ଟାଇମରେ ଅନୁଧ୍ୟାନ କରିବାରେ ସହାୟତା ମିଳିବ ବୋଲି ସେମାନେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର