ପୁଞ୍ଚରେ ସେନା ଗାଡ଼ି ଉପରେ ଆକ୍ରମଣ ଘଟଣା: ୫ ଯବାନ ସହିଦ, ୨ ଗୁୁରୁତର

The Sakala Picture
Published On

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଞ୍ଚର ଡେରା କି ଗଲି (ଡିକେଜି) ଅଞ୍ଚଳରେ ଗୁରୁବାର ଅପରାହ୍ଣରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀ ଚାରିପଟୁ ଘେରି ସେନାର ୨ ଗାଡ଼ି ଉପରେ ଗୁଳିଗୋଳା ମାଡ଼ କରିଥିଲା। ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ୨ ଜଣ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ଗୁଳିଗୋଳା ମାଡ଼ ଜାରି ରହିଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ଅତିରିକ୍ତ ସୁରକ୍ଷାବାହିନୀ ପଠା ଯାଇଛି। ମାସେ ଭିତରେ ଦ୍ବିତୀୟ ଥର ପାଇଁ […]

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଞ୍ଚର ଡେରା କି ଗଲି (ଡିକେଜି) ଅଞ୍ଚଳରେ ଗୁରୁବାର ଅପରାହ୍ଣରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀ ଚାରିପଟୁ ଘେରି ସେନାର ୨ ଗାଡ଼ି ଉପରେ ଗୁଳିଗୋଳା ମାଡ଼ କରିଥିଲା। ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ୨ ଜଣ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ଗୁଳିଗୋଳା ମାଡ଼ ଜାରି ରହିଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ଅତିରିକ୍ତ ସୁରକ୍ଷାବାହିନୀ ପଠା ଯାଇଛି। ମାସେ ଭିତରେ ଦ୍ବିତୀୟ ଥର ପାଇଁ ଏହି କ୍ଷେତ୍ରରେ ଆକ୍ରମଣ ହୋଇଛି। ଏହା ପୂର୍ବରୁ ରାଜୌରି ଏନକାଉଣ୍ଟରରେ ୫ ଯବାନ ସହିଦ ହୋଇଥିଲେ।

ଆହୁରି ପଢ଼ନ୍ତୁ: ନିଟ୍ ପୁନଃ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବାୟୁସେନାର MI-17 ହେଲିକପ୍ଟର ମୁତୟନ, ୧୮ଟି ସ୍ଥାନରୁ ହେବ ଏୟାରଲିଫ୍ଟ

ସୂଚନା ଅନୁଯାୟୀ, ସେନାର ଦୁଇ ଗାଡ଼ି ଯବାନଙ୍କୁ ନେଇ ସୁରନକୋଟ ଏବଂ ବଫଲିୟାଜ ଅଞ୍ଚଳକୁ ଯାଉଥିଲା। ଏଠାରେ ବୁଧବାର ରାତିରୁ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଯବାନ ଆତଙ୍କବାଦୀଙ୍କୁ ଘେରି ରହିଥିଲେ। ଏହି ଅଭିଯାନରେ ସାମିଲ ସୁରକ୍ଷାବାହିନୀ ସହ ଆଜି ଯୋଗାଯୋଗ ହୋଇ ପାରିଥିଲା। ପରେ ଉକ୍ତ ଅଞ୍ଚଳକୁ ଅତିରିକ୍ତ ସୁରକ୍ଷାବାହିନୀ ପଠାଯାଉଥିଲା।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

ଏହି ସମୟରେ ପୂର୍ବରୁ ସଜାଗ ହୋଇଥିବା ଆତଙ୍କବାଦୀ ଅତର୍କିତ ଆକ୍ରମଣ କରିଥିଲେ। ଏହାକୁ ନେଇ ଜମ୍ମୁ-କାଶ୍ମୀରର ପୂର୍ବତନ ଡିଜିପି ଏସ୍‌ପି ବୈଦ କହିଛନ୍ତି ଯେ ପାକିସ୍ତାନ ଷଡ଼ଯନ୍ତ୍ର କରି ସେନା ଗାଡ଼ି ଉପରେ ଆକ୍ରମଣ କରିଛି। ଧାରା ୩୭୦ ଉଚ୍ଛେଦ ପରେ ଘାଟୀରେ ଯେଉଁ ସକରାତ୍ମକ ପରିବର୍ତ୍ତନ ହୋଇଛି ତାହାକୁ ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ବାରା ବଦଳାଇବାକୁ ପ୍ରୟାସ କରାଯାଉଛି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ୧୯ ତାରିଖ ରାତିରେ ସୁରନକୋଟର ପୁଲିସ ଶିବିରରେ ବିସ୍ଫୋରଣ ହୋଇଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ଏମଆଇ-୧୭ ହେଲିକପ୍ଟର କ୍ରାସ୍: ସମସ୍ତ କର୍ମଚାରୀଙ୍କ ମୃତ୍ୟୁ

22 Dec 2023 By The Sakala

ପୁଞ୍ଚରେ ସେନା ଗାଡ଼ି ଉପରେ ଆକ୍ରମଣ ଘଟଣା: ୫ ଯବାନ ସହିଦ, ୨ ଗୁୁରୁତର

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଞ୍ଚର ଡେରା କି ଗଲି (ଡିକେଜି) ଅଞ୍ଚଳରେ ଗୁରୁବାର ଅପରାହ୍ଣରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀ ଚାରିପଟୁ ଘେରି ସେନାର ୨ ଗାଡ଼ି ଉପରେ ଗୁଳିଗୋଳା ମାଡ଼ କରିଥିଲା। ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ୨ ଜଣ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ଗୁଳିଗୋଳା ମାଡ଼ ଜାରି ରହିଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ଅତିରିକ୍ତ ସୁରକ୍ଷାବାହିନୀ ପଠା ଯାଇଛି। ମାସେ ଭିତରେ ଦ୍ବିତୀୟ ଥର ପାଇଁ ଏହି କ୍ଷେତ୍ରରେ ଆକ୍ରମଣ ହୋଇଛି। ଏହା ପୂର୍ବରୁ ରାଜୌରି ଏନକାଉଣ୍ଟରରେ ୫ ଯବାନ ସହିଦ ହୋଇଥିଲେ।

ସୂଚନା ଅନୁଯାୟୀ, ସେନାର ଦୁଇ ଗାଡ଼ି ଯବାନଙ୍କୁ ନେଇ ସୁରନକୋଟ ଏବଂ ବଫଲିୟାଜ ଅଞ୍ଚଳକୁ ଯାଉଥିଲା। ଏଠାରେ ବୁଧବାର ରାତିରୁ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଯବାନ ଆତଙ୍କବାଦୀଙ୍କୁ ଘେରି ରହିଥିଲେ। ଏହି ଅଭିଯାନରେ ସାମିଲ ସୁରକ୍ଷାବାହିନୀ ସହ ଆଜି ଯୋଗାଯୋଗ ହୋଇ ପାରିଥିଲା। ପରେ ଉକ୍ତ ଅଞ୍ଚଳକୁ ଅତିରିକ୍ତ ସୁରକ୍ଷାବାହିନୀ ପଠାଯାଉଥିଲା।

ଏହି ସମୟରେ ପୂର୍ବରୁ ସଜାଗ ହୋଇଥିବା ଆତଙ୍କବାଦୀ ଅତର୍କିତ ଆକ୍ରମଣ କରିଥିଲେ। ଏହାକୁ ନେଇ ଜମ୍ମୁ-କାଶ୍ମୀରର ପୂର୍ବତନ ଡିଜିପି ଏସ୍‌ପି ବୈଦ କହିଛନ୍ତି ଯେ ପାକିସ୍ତାନ ଷଡ଼ଯନ୍ତ୍ର କରି ସେନା ଗାଡ଼ି ଉପରେ ଆକ୍ରମଣ କରିଛି। ଧାରା ୩୭୦ ଉଚ୍ଛେଦ ପରେ ଘାଟୀରେ ଯେଉଁ ସକରାତ୍ମକ ପରିବର୍ତ୍ତନ ହୋଇଛି ତାହାକୁ ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ବାରା ବଦଳାଇବାକୁ ପ୍ରୟାସ କରାଯାଉଛି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ୧୯ ତାରିଖ ରାତିରେ ସୁରନକୋଟର ପୁଲିସ ଶିବିରରେ ବିସ୍ଫୋରଣ ହୋଇଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର