ଜହ୍ଲାଦ ପ୍ରେମିକ: ପ୍ରେମିକା ଉପରେ କାର୍ ଚଢାଇ ଦେଲା ପ୍ରେମିକର ଡ୍ରାଇଭର
ମୁମ୍ବାଇ: ମହାରାଷ୍ଟ୍ର ଥାନେ ଅଞ୍ଚଳରେ ଘଟିଛି ଲୋମଟାଙ୍କୁରା ଘଟଣା । ବାନ୍ଧବୀଙ୍କ ଉପରେ କାର୍ ଚଢାଇ ଦେଇଛି ବୟଫେଣ୍ଡର ଡ୍ରାଇଭର। ଗୁରୁତର ଅବସ୍ଥାରେ ଯୁବତୀଙ୍କ ଚାଲିଛି ଚିକିତ୍ସା । ଅଭିଯୁକ୍ତ ବୟଫ୍ରେଣ୍ଡ ଅଶ୍ବଜିତ ଗାଏକଓ୍ବାଡ ହେଉଛି ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଅନିଲ ଗାଏକଓ୍ବାଡଙ୍କ ପୁଅ। ପ୍ରିୟା ସିଂ ନାମ୍ନୀ ଯୁବତୀ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ- ଗତ ଡିସେମ୍ବର ୧୧ ତାରିଖରେ ଏକ ପାରିବାରିକ ଉତ୍ସବରେ ସେ ଅଶ୍ବଜିତଙ୍କ ଭେଟିବା […]
ମୁମ୍ବାଇ: ମହାରାଷ୍ଟ୍ର ଥାନେ ଅଞ୍ଚଳରେ ଘଟିଛି ଲୋମଟାଙ୍କୁରା ଘଟଣା । ବାନ୍ଧବୀଙ୍କ ଉପରେ କାର୍ ଚଢାଇ ଦେଇଛି ବୟଫେଣ୍ଡର ଡ୍ରାଇଭର। ଗୁରୁତର ଅବସ୍ଥାରେ ଯୁବତୀଙ୍କ ଚାଲିଛି ଚିକିତ୍ସା । ଅଭିଯୁକ୍ତ ବୟଫ୍ରେଣ୍ଡ ଅଶ୍ବଜିତ ଗାଏକଓ୍ବାଡ ହେଉଛି ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଅନିଲ ଗାଏକଓ୍ବାଡଙ୍କ ପୁଅ।
ପ୍ରିୟା ସିଂ ନାମ୍ନୀ ଯୁବତୀ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ- ଗତ ଡିସେମ୍ବର ୧୧ ତାରିଖରେ ଏକ ପାରିବାରିକ ଉତ୍ସବରେ ସେ ଅଶ୍ବଜିତଙ୍କ ଭେଟିବା ଲାଗି ଯାଇଥିଲେ । ମାତ୍ରେ ସେଠାରେ ତାଙ୍କୁ ଅଶ୍ବଜିତ ଅତି କର୍କଶ ବ୍ୟବହାର ପ୍ରଦର୍ଶନ କରିଥିଲେ । ଏପରିକି ସେଠାରେ ତାଙ୍କୁ ଅଶ୍ବଜିତ ଚାପୁଡା ମାରିବା ସହ ଚୁଟି ଟାଣି ବେକକୁ ଚିପି ଦେଇଥିଲେ । ସେଠାରେ ବି ଉପସ୍ଥିତ ଥିଲେ ଅଶ୍ବଜିତଙ୍କ ଜଣେ ସାଙ୍ଗ ।
ଅଶ୍ବଜିତ ଫୋପାଡିଦେଇଥିବା ମୋବାଇଲ ଓ ବ୍ୟାଗ ଆଣିବା ଲାଗି ଅଶ୍ବଜିତଙ୍କ କାର ନିକଟକୁ ଯିବାବେଳେ ତାଙ୍କ ଉପରେ କାର୍ ଚଢାଇ ଦେବା ଲାଗି ଡ୍ରାଇଭରଙ୍କୁ କୁଆଡେ କହିଥିଲେ ଅଶ୍ବଜିତ । ସତକୁ ସତ ଡ୍ରାଇଭରଜଣକ ପ୍ରିୟାଙ୍କ ଉପରେ ଗାଡ଼ି ଚଢାଇଦେଇଥିଲେ। ଫଳରେ ପ୍ରିୟାଙ୍କ ଗୋଡ ଉପରେ କାର୍ ଚଢିଯାଇଥିଲା। ଘଟଣା ପରେ ସେମାନେ ଫେରାର ହୋଇଯାଇଥିଲେ । ପ୍ରିୟାଙ୍କ ଗୋଡ଼ ଭାଙ୍ଗିଯାଇଥିବାବେଳେ ଶରୀରର ବହୁଳ ଭାଗ ଆଘାତପ୍ରାପ୍ତ ହୋଇଛି। ଅଶ୍ବଜିତଙ୍କ ସହ ସେ ସାଢେ ଚାରିବର୍ଷ ଧରି ଡେଟିଂ କରୁଥିଲେ । ଅଶ୍ୱଜିତ ବିବାହିତ ଜାଣି ବି ପ୍ରିୟା ତାଙ୍କ ସହ ସମ୍ପର୍କ ରଖିଥିଲେ । ଏବେ କିନ୍ତୁ ପ୍ରମିକର ଅତ୍ୟାଚାର ସୀମା ପାରେ ହେବାରୁ ଯୁବତୀ ଜଣଙ୍କ ଇନଷ୍ଟାଗ୍ରାମ୍ରେ ଷ୍ଟୋରି ପୋଷ୍ଟ କରି ଘଟଣାକୁ ଲୋକଲୋଚନକୁ ଆଣିଛନ୍ତି । ସେ ଲେଖିଛନ୍ତି, ନିଜ ପ୍ରେମିକଙ୍କ ଫୋନ୍ ପାଇ ତାଙ୍କୁ ଦେଖା କରିବାକୁ ଗତ ୧୧ ତାରିଖ ରାତିରେ ସେ ଏକ ହୋଟେଲକୁ ଯାଇଥିଲେ। କିନ୍ତୁ ସେଠାରେ ଅଶ୍ୱଜିତ ନିଜ ପତ୍ନୀଙ୍କ ସହ ଉପସ୍ଥିତ ଥିଲେ। ଏହା ଦେଖି ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।
ଏହି ଘଟଣାକୁ ନେଇ ସେ କସରଓ୍ବାଦାଭଲି ଥାନାକୁ ଯାଇଥିଲେ। ମାତ୍ର ଉପର ମହଲରୁ ଚାପ ଯୋଗୁ ପୁଲିସଠାରୁ ସେ ନିରାଶ ହୋଇଥିଲେ । ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ପୁଲିସ ଧାରା ୩୨୩, ୨୭୯, ୫୦୪ରେ ଉଭୟ ଅଶ୍ବଜିତ ଓ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଛି।