୧୬ ଦିନ ହେଲା ଜୀବନ ସହ ସଂଗ୍ରାମ କରୁଛନ୍ତି ଟନେଲରେ ଫସିଥିବା ୪୧ ଶ୍ରମିକ, ଉଦ୍ଧାର ପାଇଁ ଜାରି ରହିଛି ଭର୍ଟିକାଲ ଡ୍ରିଲିଂ

The Sakala Picture
Published On

ଡେରାଡୁନ୍‌: ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣାକୁ ଇତିମଧ୍ୟରେ ୧୬ ଦିନ ପହଞ୍ଚିଲାଣି । ଟନେଲ ତଳେ ଫସିରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସବୁ ଦିଗରୁ ଉଦ୍ୟମ କରାଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏହା ସମ୍ଭବ ହୋଇପାରି ନାହିଁ। ଶ୍ରମିକମାନଙ୍କୁ ପାଇପ ଯୋଗେ ଉଦ୍ଧାର କରିବାକୁ ସମାନ୍ତରାଳ ଭାବେ ଡ୍ରିଲିଂ କରାଯାଇ ଏହା ଭିତରକୁ ପାଇପ ଭର୍ତ୍ତି କରିବାକୁ ବିଗତ ୫ ଦିନ ହେଲା ଉଦ୍ୟମ କରାଯାଇଥିଲା। କିନ୍ତୁ ଖନନ ବେଳେ ଧାତୁଜନିତ ପ୍ରତିବନ୍ଧକ ପାଇଁ ଡ୍ରିଲିଂ […]

ଡେରାଡୁନ୍‌: ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣାକୁ ଇତିମଧ୍ୟରେ ୧୬ ଦିନ ପହଞ୍ଚିଲାଣି । ଟନେଲ ତଳେ ଫସିରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସବୁ ଦିଗରୁ ଉଦ୍ୟମ କରାଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏହା ସମ୍ଭବ ହୋଇପାରି ନାହିଁ। ଶ୍ରମିକମାନଙ୍କୁ ପାଇପ ଯୋଗେ ଉଦ୍ଧାର କରିବାକୁ ସମାନ୍ତରାଳ ଭାବେ ଡ୍ରିଲିଂ କରାଯାଇ ଏହା ଭିତରକୁ ପାଇପ ଭର୍ତ୍ତି କରିବାକୁ ବିଗତ ୫ ଦିନ ହେଲା ଉଦ୍ୟମ କରାଯାଇଥିଲା। କିନ୍ତୁ ଖନନ ବେଳେ ଧାତୁଜନିତ ପ୍ରତିବନ୍ଧକ ପାଇଁ ଡ୍ରିଲିଂ କାର୍ଯ୍ୟରେ ବହୁବାର ପ୍ରତିକୂଳ ପରିସ୍ଥିତି ଦେଖାଯାଇଛି। ଏହି ତରିକା ସବୁଠୁ ନିରାପଦ ଏବଂ ସଫଳଜନକ ବୋଲି ବିଚାର କରାଯାଇ ଖନନ କାର୍ଯ୍ୟ କରାଯାଇଥିଲେ ହେଁ ଏଭଳି ପ୍ରତିବନ୍ଧକ ପାଇଁ ସମୟ ଗଡ଼ି ଚାଲିଛି, ହେଲେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ସମ୍ଭବ ହୋଇନାହିଁ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ତେବେ ଗତକାଲିଠାରୁ ଆଉ ଏକ ଫର୍ମୂଲାରେ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ଏଥରକ ପାହାଡ଼ର ଉପରିସ୍ଥ ଭାଗରୁ ଲମ୍ବ( ଭର୍ଟିକାଲ) ଭାବେ ଖନନ କରାଯାଉଛି। ଏହି ଉପାୟରେ ଶ୍ରମିକମାନେ ଫସି ରହିଥିବା ସ୍ଥାନରେ ପାଇପ ପହଞ୍ଚିବାକୁ ୮୬ ମିଟର ଖନନ କରିବାକୁ ପଡ଼ିବ। ଆଉ ଏପର୍ଯ୍ୟନ୍ତ ୩୦ ମିଟର୍ ଡ୍ରିଲିଂ ଶେଷ ହୋଇଛି । ଏହାରି ଭିତରେ କିଛି ପାଣି, ଟାଣ ପଥର ମିଳିଥିଲା । ଏସବୁକୁ ହଟାଯିବା କାମ ଜାରି ରହିଛି । ଯଦି ଏହି ଭଳି ଭାବେ କାମ ଜାରି ରହେ, ତାହାଲେ ଆସନ୍ତା ୩୦ ତାରିଖ ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିବ ବୋଲି ଏନ୍ଏଚ୍ଆଇଡିସିଏଲ ନିର୍ଦ୍ଦେଶକ ମେହମୁଦ୍ଦ ଅହମ୍ମଦ୍ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ଇତିମଧ୍ୟରେ ଉଦ୍ଧାରକାରୀ ଟିମ୍‌କୁ ସହାୟତା କରିବାକୁ ଚେନ୍ନଇରୁ ଭାରତୀୟ ସେନାର ଏକ ସ୍ବତନ୍ତ୍ର ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଟନେଲ ମୁଖ୍ୟ ଦ୍ବାର ଠାରୁ ପ୍ରାୟ ୫୬ ମିଟର ଦୂରରେ ଶ୍ରମିକମାନେ ଫସି ରହିଥିଲା ବେଳେ ଉପରପଟୁ କିମ୍ବା ସମାନ୍ତରାଳ ଭାବେ ଯେକୌଣସି ଉପାୟରେ ସେମାନଙ୍କ ନିକଟକୁ ପାଇପ୍‌ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି। ସମାନ୍ତରାଳ ଭାବେ ନିଆଯାଉଥିବା ପାଇପ ଶ୍ରମିକମାନଙ୍କ ନିକଟରେ ପହଞ୍ଚିବାକୁ ଆଉ ମାତ୍ର ୧୦.୯ ମିଟର ରହିଛି। ସେପଟେ ଉପରପଟୁ ମଧ୍ୟ ରବିବାର ଅପରାହ୍ନରୁ ଖନନ ଆରମ୍ଭ ହୋଇଛି। ତେଣୁ ଯେଉଁ ଉପାୟରେ ଶ୍ରମିକମାନଙ୍କ ନିକଟରେ ପାଇପ ଶ୍ରୀଘ୍ର ପହଞ୍ଚିବ ସେହି ଅନୁସାରେ ସେମାନଙ୍କୁ ଉଦ୍ଧାର କରାଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର