ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣା: ଆସନ୍ତାକାଲି ସକାଳ ପୂର୍ବରୁ ଉଦ୍ଧାର ହୋଇପାରନ୍ତି ଫସି ରହିଥିବା ୪୧ ଶ୍ରମିକ !

The Sakala Picture
Published On

ଉତ୍ତରକାଶୀ: ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣାକୁ ଇତିମଧ୍ୟରେ ୧୧ ଦିନ ହେଲାଣି ।  ଟନେଲ ତଳେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା କାର୍ଯ୍ୟରେ ଉଅଗ୍ରଗତି ହୋଇଛି । ଏପରିକି ଆସନ୍ତାକାଲି ସକାଳ ପୂର୍ବରୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରେ ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ଦିଆଯାଉଛି । ଟନେଲର ପ୍ରବେଶ ପଥରୁ ଆମେରିକୀୟ ଅଗର ମେସିନ୍ ମାଧ୍ୟମରେ ପ୍ରାୟ ୪୨ ମିଟର ପର୍ଯ୍ୟନ୍ତ ୮୦୦ ମିଲିମିଟର (ପ୍ରାୟ ୩୨ ଇଞ୍ଚ) ପାଇପ୍ ଖୋଳାଯାଇଛି। ଏବେ ପ୍ରାୟ […]

ଉତ୍ତରକାଶୀ: ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣାକୁ ଇତିମଧ୍ୟରେ ୧୧ ଦିନ ହେଲାଣି ।  ଟନେଲ ତଳେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା କାର୍ଯ୍ୟରେ ଉଅଗ୍ରଗତି ହୋଇଛି । ଏପରିକି ଆସନ୍ତାକାଲି ସକାଳ ପୂର୍ବରୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରେ ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ଦିଆଯାଉଛି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ଟନେଲର ପ୍ରବେଶ ପଥରୁ ଆମେରିକୀୟ ଅଗର ମେସିନ୍ ମାଧ୍ୟମରେ ପ୍ରାୟ ୪୨ ମିଟର ପର୍ଯ୍ୟନ୍ତ ୮୦୦ ମିଲିମିଟର (ପ୍ରାୟ ୩୨ ଇଞ୍ଚ) ପାଇପ୍ ଖୋଳାଯାଇଛି। ଏବେ ପ୍ରାୟ ୧୨ ମିଟର ଖନନ ବାକି ରହିଛି। ଅବଶିଷ୍ଟ ଖନନ ଗୁରୁବାର ସକାଳ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ଖନନ କାର୍ଯ୍ୟ ଶେଷ ହେବା ପରେ ଏଠାରୁ ୩୨ ଇଞ୍ଚର ପାଇପ୍ ପ୍ରବେଶ କରାଯିବ। ଏସବୁ ପାଇପକୁ ଓଡ଼ିଶାର ରାଉରକେଲାରୁ ବାୟୁସେନା ବିମାନରେ ସେଠାକୁ ନିଆଯାଇଛି । ଏହା ଜରିଆରେ ଶ୍ରମିକମାନେ ବାହାରକୁ ଚାଲିଯିବେ। ପାଇପ ଭିତର ଦେଇ ସହଜରେ ଆସିବାକୁ ଏକ ଚକ ଲାଗିଥିବା ଷ୍ଟ୍ରେଚର ପଠାଯିବ ଓ ଶ୍ରମିକମାନଙ୍କୁ ବାହାରୁ ରସି ମାଧ୍ୟମରେ ଟାଣି ଅଣାଯିବ। ଶ୍ରମିକମାନେ ବାହାରକୁ ଆସିବା ପରେ ସେମାନଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ମହଜୁଦ ରହିଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶେଷ ହେଉଛି ଆମେରିକା-ଇରାନ ଅସ୍ତ୍ରବିରତି ଅବଧି: ପୁଣି ଯୁଦ୍ଧ ଆରମ୍ଭ ହେବ ନା ଆଲୋଚନାକୁ ଆସିବ ଇରାନ?

22 Nov 2023 By The Sakala

ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣା: ଆସନ୍ତାକାଲି ସକାଳ ପୂର୍ବରୁ ଉଦ୍ଧାର ହୋଇପାରନ୍ତି ଫସି ରହିଥିବା ୪୧ ଶ୍ରମିକ !

ଉତ୍ତରକାଶୀ: ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣାକୁ ଇତିମଧ୍ୟରେ ୧୧ ଦିନ ହେଲାଣି ।  ଟନେଲ ତଳେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା କାର୍ଯ୍ୟରେ ଉଅଗ୍ରଗତି ହୋଇଛି । ଏପରିକି ଆସନ୍ତାକାଲି ସକାଳ ପୂର୍ବରୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରେ ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ଦିଆଯାଉଛି ।

ଟନେଲର ପ୍ରବେଶ ପଥରୁ ଆମେରିକୀୟ ଅଗର ମେସିନ୍ ମାଧ୍ୟମରେ ପ୍ରାୟ ୪୨ ମିଟର ପର୍ଯ୍ୟନ୍ତ ୮୦୦ ମିଲିମିଟର (ପ୍ରାୟ ୩୨ ଇଞ୍ଚ) ପାଇପ୍ ଖୋଳାଯାଇଛି। ଏବେ ପ୍ରାୟ ୧୨ ମିଟର ଖନନ ବାକି ରହିଛି। ଅବଶିଷ୍ଟ ଖନନ ଗୁରୁବାର ସକାଳ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ଖନନ କାର୍ଯ୍ୟ ଶେଷ ହେବା ପରେ ଏଠାରୁ ୩୨ ଇଞ୍ଚର ପାଇପ୍ ପ୍ରବେଶ କରାଯିବ। ଏସବୁ ପାଇପକୁ ଓଡ଼ିଶାର ରାଉରକେଲାରୁ ବାୟୁସେନା ବିମାନରେ ସେଠାକୁ ନିଆଯାଇଛି । ଏହା ଜରିଆରେ ଶ୍ରମିକମାନେ ବାହାରକୁ ଚାଲିଯିବେ। ପାଇପ ଭିତର ଦେଇ ସହଜରେ ଆସିବାକୁ ଏକ ଚକ ଲାଗିଥିବା ଷ୍ଟ୍ରେଚର ପଠାଯିବ ଓ ଶ୍ରମିକମାନଙ୍କୁ ବାହାରୁ ରସି ମାଧ୍ୟମରେ ଟାଣି ଅଣାଯିବ। ଶ୍ରମିକମାନେ ବାହାରକୁ ଆସିବା ପରେ ସେମାନଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ମହଜୁଦ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର