ମଧ୍ୟପ୍ରଦେଶରେ ସରିଲା ନିର୍ବାଚନ ପ୍ରଚାର: ୨୩୦ ବିଧାନସଭା ଆସନ ପାଇଁ ୧୭ରେ ହେବ ଭୋଟ ଗ୍ରହଣ

The Sakala Picture
Published On

ଭୋପାଳ: ମଧ୍ୟପ୍ରଦେଶ ୨୩୦ ବିଧାନସଭା ଆସନ ନିମନ୍ତେ ନଭେମ୍ବର ୧୭ ତାରିଖରେ ଭୋଟ ଗ୍ରହଣ ହେବ। ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ୪୮ ଘଣ୍ଟା ପୂର୍ବରୁ ବୁଧବାର ନିର୍ବାଚନ ପ୍ରଚାର ଶେଷ ହୋଇଛି। ନିର୍ବାଚନ ପାଇଁ ଏବେ ମାତ୍ର ୨ ଦିନ ବାକି, ତେବେ ପାଖାପାଖି ୧ ମାସ ହେବ ବିଜେପି ଓ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ଜୋରଦାର ପ୍ରଚାର ଚଳାଇଥିଲେ। ମଧ୍ୟପ୍ରଦେଶର ୫ କୋଟି ୬୦ ଲକ୍ଷ ଭୋଟର ରାଜ୍ୟ ନିମନ୍ତେ ସରକାର […]

ଭୋପାଳ: ମଧ୍ୟପ୍ରଦେଶ ୨୩୦ ବିଧାନସଭା ଆସନ ନିମନ୍ତେ ନଭେମ୍ବର ୧୭ ତାରିଖରେ ଭୋଟ ଗ୍ରହଣ ହେବ। ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ୪୮ ଘଣ୍ଟା ପୂର୍ବରୁ ବୁଧବାର ନିର୍ବାଚନ ପ୍ରଚାର ଶେଷ ହୋଇଛି। ନିର୍ବାଚନ ପାଇଁ ଏବେ ମାତ୍ର ୨ ଦିନ ବାକି, ତେବେ ପାଖାପାଖି ୧ ମାସ ହେବ ବିଜେପି ଓ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ଜୋରଦାର ପ୍ରଚାର ଚଳାଇଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

ମଧ୍ୟପ୍ରଦେଶର ୫ କୋଟି ୬୦ ଲକ୍ଷ ଭୋଟର ରାଜ୍ୟ ନିମନ୍ତେ ସରକାର ନିର୍ବାଚନ କରିବେ। ଡିସେମ୍ବର ୩ ତାରିଖ ଦିନ ଫଳାଫଳ ଘୋଷଣା କରାଯିବ। ସବୁ ଦଳର ନେତାମାନେ ସାରା ରାଜ୍ୟରେ ବଡବଡ ଜନସଭାକୁ ଯାଇ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ଏଥିରେ ନେତାମାନେ ସବୁ ଅଞ୍ଚଳର ଜନତାଙ୍କୁ ସାଧିବାକୁ ଉଦ୍ୟମ କରିଥିଲେ।

ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ: ଇରାନ ବିରୋଧରେ ପୁଣି ହୋଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ

ଖବର ଅନୁଯାୟୀ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ଅକ୍ଟୋବର ୯ ତାରିଖରୁ ଆଦର୍ଶ ଆଚରଣ ସଂହିତା ଲାଗୁ କରାଯାଇଥିଲା। ଆଦର୍ଶ ଆଚରଣ ସଂହିତା ଲାଗୁ ହେବା ପରେ ରାଜନୈତିକ ପାର୍ଟି ଓ ସେମାନଙ୍କ ପ୍ରାର୍ଥୀମାନେ ନିଜନିଜର ବିଜୟ ପାଇଁ ଜୋରଦାର ପ୍ରଚାର ପ୍ରସାର ଆରମ୍ଭ କରିଦେଇଥିଲେ। ମଧ୍ୟପ୍ରଦେଶର ସବୁ ୨୩୦ ଆସନ ନିମନ୍ତେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର