ମଧ୍ୟପ୍ରଦେଶରେ ସରିଲା ନିର୍ବାଚନ ପ୍ରଚାର: ୨୩୦ ବିଧାନସଭା ଆସନ ପାଇଁ ୧୭ରେ ହେବ ଭୋଟ ଗ୍ରହଣ

The Sakala Picture
Published On

ଭୋପାଳ: ମଧ୍ୟପ୍ରଦେଶ ୨୩୦ ବିଧାନସଭା ଆସନ ନିମନ୍ତେ ନଭେମ୍ବର ୧୭ ତାରିଖରେ ଭୋଟ ଗ୍ରହଣ ହେବ। ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ୪୮ ଘଣ୍ଟା ପୂର୍ବରୁ ବୁଧବାର ନିର୍ବାଚନ ପ୍ରଚାର ଶେଷ ହୋଇଛି। ନିର୍ବାଚନ ପାଇଁ ଏବେ ମାତ୍ର ୨ ଦିନ ବାକି, ତେବେ ପାଖାପାଖି ୧ ମାସ ହେବ ବିଜେପି ଓ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ଜୋରଦାର ପ୍ରଚାର ଚଳାଇଥିଲେ। ମଧ୍ୟପ୍ରଦେଶର ୫ କୋଟି ୬୦ ଲକ୍ଷ ଭୋଟର ରାଜ୍ୟ ନିମନ୍ତେ ସରକାର […]

ଭୋପାଳ: ମଧ୍ୟପ୍ରଦେଶ ୨୩୦ ବିଧାନସଭା ଆସନ ନିମନ୍ତେ ନଭେମ୍ବର ୧୭ ତାରିଖରେ ଭୋଟ ଗ୍ରହଣ ହେବ। ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ୪୮ ଘଣ୍ଟା ପୂର୍ବରୁ ବୁଧବାର ନିର୍ବାଚନ ପ୍ରଚାର ଶେଷ ହୋଇଛି। ନିର୍ବାଚନ ପାଇଁ ଏବେ ମାତ୍ର ୨ ଦିନ ବାକି, ତେବେ ପାଖାପାଖି ୧ ମାସ ହେବ ବିଜେପି ଓ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ଜୋରଦାର ପ୍ରଚାର ଚଳାଇଥିଲେ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

ମଧ୍ୟପ୍ରଦେଶର ୫ କୋଟି ୬୦ ଲକ୍ଷ ଭୋଟର ରାଜ୍ୟ ନିମନ୍ତେ ସରକାର ନିର୍ବାଚନ କରିବେ। ଡିସେମ୍ବର ୩ ତାରିଖ ଦିନ ଫଳାଫଳ ଘୋଷଣା କରାଯିବ। ସବୁ ଦଳର ନେତାମାନେ ସାରା ରାଜ୍ୟରେ ବଡବଡ ଜନସଭାକୁ ଯାଇ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ଏଥିରେ ନେତାମାନେ ସବୁ ଅଞ୍ଚଳର ଜନତାଙ୍କୁ ସାଧିବାକୁ ଉଦ୍ୟମ କରିଥିଲେ।

ଆହୁରି ପଢ଼ନ୍ତୁ: "ଏଠାରୁ ଟ୍ରାଫିକ୍ ହଟାଅ": ରାଲି ଯୋଗୁଁ ରାସ୍ତା ଜାମ୍ ହେବାରୁ ମନ୍ତ୍ରୀ ଗିରୀଶ ମହାଜନଙ୍କ ଉପରେ ବର୍ଷିଲେ ମୁମ୍ବାଇର ମହିଳା

ଖବର ଅନୁଯାୟୀ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ଅକ୍ଟୋବର ୯ ତାରିଖରୁ ଆଦର୍ଶ ଆଚରଣ ସଂହିତା ଲାଗୁ କରାଯାଇଥିଲା। ଆଦର୍ଶ ଆଚରଣ ସଂହିତା ଲାଗୁ ହେବା ପରେ ରାଜନୈତିକ ପାର୍ଟି ଓ ସେମାନଙ୍କ ପ୍ରାର୍ଥୀମାନେ ନିଜନିଜର ବିଜୟ ପାଇଁ ଜୋରଦାର ପ୍ରଚାର ପ୍ରସାର ଆରମ୍ଭ କରିଦେଇଥିଲେ। ମଧ୍ୟପ୍ରଦେଶର ସବୁ ୨୩୦ ଆସନ ନିମନ୍ତେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।

ଆହୁରି ପଢ଼ନ୍ତୁ: ପ୍ରାଣଘାତୀ ଆକ୍ରମଣରେ ଗୁରୁତର ଇରାନର ସୁପ୍ରିମ୍ ଲିଡର୍ ମୋଜତାବା ଖାମେନେଇ: ଗୋଡ଼ର ୩ ଥର ଅସ୍ତ୍ରୋପଚାର, ଜଳିଯାଇଛି ମୁହଁ

15 Nov 2023 By The Sakala

ମଧ୍ୟପ୍ରଦେଶରେ ସରିଲା ନିର୍ବାଚନ ପ୍ରଚାର: ୨୩୦ ବିଧାନସଭା ଆସନ ପାଇଁ ୧୭ରେ ହେବ ଭୋଟ ଗ୍ରହଣ

ଭୋପାଳ: ମଧ୍ୟପ୍ରଦେଶ ୨୩୦ ବିଧାନସଭା ଆସନ ନିମନ୍ତେ ନଭେମ୍ବର ୧୭ ତାରିଖରେ ଭୋଟ ଗ୍ରହଣ ହେବ। ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ୪୮ ଘଣ୍ଟା ପୂର୍ବରୁ ବୁଧବାର ନିର୍ବାଚନ ପ୍ରଚାର ଶେଷ ହୋଇଛି। ନିର୍ବାଚନ ପାଇଁ ଏବେ ମାତ୍ର ୨ ଦିନ ବାକି, ତେବେ ପାଖାପାଖି ୧ ମାସ ହେବ ବିଜେପି ଓ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ଜୋରଦାର ପ୍ରଚାର ଚଳାଇଥିଲେ।

ମଧ୍ୟପ୍ରଦେଶର ୫ କୋଟି ୬୦ ଲକ୍ଷ ଭୋଟର ରାଜ୍ୟ ନିମନ୍ତେ ସରକାର ନିର୍ବାଚନ କରିବେ। ଡିସେମ୍ବର ୩ ତାରିଖ ଦିନ ଫଳାଫଳ ଘୋଷଣା କରାଯିବ। ସବୁ ଦଳର ନେତାମାନେ ସାରା ରାଜ୍ୟରେ ବଡବଡ ଜନସଭାକୁ ଯାଇ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ଏଥିରେ ନେତାମାନେ ସବୁ ଅଞ୍ଚଳର ଜନତାଙ୍କୁ ସାଧିବାକୁ ଉଦ୍ୟମ କରିଥିଲେ।

ଖବର ଅନୁଯାୟୀ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ଅକ୍ଟୋବର ୯ ତାରିଖରୁ ଆଦର୍ଶ ଆଚରଣ ସଂହିତା ଲାଗୁ କରାଯାଇଥିଲା। ଆଦର୍ଶ ଆଚରଣ ସଂହିତା ଲାଗୁ ହେବା ପରେ ରାଜନୈତିକ ପାର୍ଟି ଓ ସେମାନଙ୍କ ପ୍ରାର୍ଥୀମାନେ ନିଜନିଜର ବିଜୟ ପାଇଁ ଜୋରଦାର ପ୍ରଚାର ପ୍ରସାର ଆରମ୍ଭ କରିଦେଇଥିଲେ। ମଧ୍ୟପ୍ରଦେଶର ସବୁ ୨୩୦ ଆସନ ନିମନ୍ତେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର