ବିହାର ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହେଲା ସଂରକ୍ଷଣ ସଂଶୋଧନ ବିଲ୍

The Sakala Picture
Published On

ବିହାର: ବିହାର ରାଜନୀତିରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ବିହାର ବିଧାନସଭାରେ ୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ୍ ସମସ୍ତ ପକ୍ଷ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ଏହି ବିଲ ମୁତାବକ ବିହାରରେ ବର୍ତମାନ ଖାଲି ପଡିଥିବା ସରକାରୀ ପଦ, ପଦବୀରେ ଅନୁସୂଚିତ ଜାତିକୁ ୨୦ ପ୍ରତିଶତ, ଅନୁସୂଚିତ ଜନଜାତିକୁ ୨ ପ୍ରତିଶତ, ପଛୁଆ ବର୍ଗଙ୍କୁ ୧୮ ପ୍ରତିଶତ, ଏବଂ ଅତ୍ୟଧିକ ପଛୁଆ ବର୍ଗଙ୍କୁ ୨୫ ପ୍ରତିଶତ ସଂରକ୍ଷଣ ମିଳିବ । ଏହି […]

ବିହାର: ବିହାର ରାଜନୀତିରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ବିହାର ବିଧାନସଭାରେ ୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ୍ ସମସ୍ତ ପକ୍ଷ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ଏହି ବିଲ ମୁତାବକ ବିହାରରେ ବର୍ତମାନ ଖାଲି ପଡିଥିବା ସରକାରୀ ପଦ, ପଦବୀରେ ଅନୁସୂଚିତ ଜାତିକୁ ୨୦ ପ୍ରତିଶତ, ଅନୁସୂଚିତ ଜନଜାତିକୁ ୨ ପ୍ରତିଶତ, ପଛୁଆ ବର୍ଗଙ୍କୁ ୧୮ ପ୍ରତିଶତ, ଏବଂ ଅତ୍ୟଧିକ ପଛୁଆ ବର୍ଗଙ୍କୁ ୨୫ ପ୍ରତିଶତ ସଂରକ୍ଷଣ ମିଳିବ । ଏହି ସଂରକ୍ଷଣ ସମୁଦାୟ ୬୫ ପ୍ରତିଶତ । ତେବେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗର ଲୋକଙ୍କ ପାଇଁ ପୂର୍ବରୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଯୁଜ୍ୟ ରହିଛି । ଏହି ଧାରାରେ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନ ଗୁଡିକରେ ସଂରକ୍ଷଣ ପରିସର ବର୍ତମାନ ୭୫ ପ୍ରତିଶତ ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସଦସ୍ୟମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ସମସ୍ତ ସଦସ୍ୟଙ୍କ ସହ କଥାବାର୍ତ୍ତା ପରେ ସଂରକ୍ଷଣ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ବିଲ୍‌ ଗୃହରେ ଉପସ୍ଥାପିତ ହୋଇଛି। ତେଣୁ ସମସ୍ତ ସଦସ୍ୟ କୌଣସି ଆପତ୍ତି ନ ଉଠାଇ ସର୍ବସମ୍ମତି କ୍ରମେ ବିଲ୍ ପାସ୍ କରାନ୍ତୁ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ସୂଚନାଯୋଗ୍ୟ, ବିହାର ହେଉଛି ଦେଶର ପ୍ରଥମ ରାଜ୍ୟ, ଯେଉଁଠି ସଂରକ୍ଷଣ ସୀମା ୭୫%କୁ ବୃଦ୍ଧି କରିବାକୁ ସରକାର ପ୍ରସ୍ତାବ ପାରିତ କରିଛନ୍ତି। ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବିହାର କ୍ୟାବିନେଟ ମଙ୍ଗଳବାର ରାଜ୍ୟରେ ଅନ୍ୟ ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ କୋଟା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଥିଲା। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୁପ୍ରିମକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ୫୦% ସୀମାରୁ ବଢ଼ାଇ ୬୫% କରିବାର ପ୍ରସ୍ତାବ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର