ଦେଶ ସେବା କରିବେ ମହୁମାଛି : ସୀମାରେ ଅନୁପ୍ରବେଶ ରୋକିବା ପାଇଁ ବିଏସଏଫର ଅଭିନବ ଉପାୟ

The Sakala Picture
Published On

ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ସୀମା ଅଞ୍ଚଳ ଏହାର ଜୈବ ବିବିଧତା ଏବଂ ଉଭୟ ପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ପାଇଁ ଜଣାଶୁଣା। ଯେଉଁଥି ପାଇଁ ଏହି ସୀମାରେ ଚୋରା ଚାଲାଣ ଏବଂ ଅନୁପ୍ରବେଶ ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଗୋରୁ ଚୋରା ଚାଲାଣ ଓ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ମଧ୍ୟ ଚାଲାଣ ହେଉଛି। ଯାହା ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ପାଇଁ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରୁଛି। ଭାରତ-ବାଂଲାଦେଶ ସୀମା ଅଞ୍ଚଳରେ ବୃଦ୍ଧି ପାଉଥିବା ଅପରାଧୀକ […]

ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ସୀମା ଅଞ୍ଚଳ ଏହାର ଜୈବ ବିବିଧତା ଏବଂ ଉଭୟ ପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ପାଇଁ ଜଣାଶୁଣା। ଯେଉଁଥି ପାଇଁ ଏହି ସୀମାରେ ଚୋରା ଚାଲାଣ ଏବଂ ଅନୁପ୍ରବେଶ ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଗୋରୁ ଚୋରା ଚାଲାଣ ଓ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ମଧ୍ୟ ଚାଲାଣ ହେଉଛି। ଯାହା ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ପାଇଁ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରୁଛି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଭାରତ-ବାଂଲାଦେଶ ସୀମା ଅଞ୍ଚଳରେ ବୃଦ୍ଧି ପାଉଥିବା ଅପରାଧୀକ କାର୍ଯ୍ୟକଳାପ ପାଇଁ ଏକ ଅଭିନବ ଉପାୟ ଅପଣାଇଛି ବିଏସ୍ଏଫ୍। ସୀମାରେ ଅନୁପ୍ରବେଶକାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଏବେ ମହୁମାଛିର ସାହାଯ୍ୟ ନେବ ସୀମା ସୁରକ୍ଷା ବାହିନୀ । ଏହା କେବଳ ଅନୁପ୍ରବେଶକାରୀଙ୍କୁ ଉପରେ ଲଗାମ ଲଗାଇବ ନାହିଁ ବରଂ ସ୍ଥାନୀୟ ଲୋକଙ୍କୁ ରୋଜଗାର ମଧ୍ୟ ଦେବ।ସୀମାନ୍ତ ଗ୍ରାମଗୁଡିକରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶିତ ଜୀବନ୍ତ ଗ୍ରାମ କାର୍ଯ୍ୟକ୍ରମ ଅଧୀନରେ ପାଇଲଟ ପ୍ରକଳ୍ପ ଭାବରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହା କେବଳ ସୀମା ଅନୁପ୍ରବେଶ ଏବଂ ଚୋରା ଚାଲାଣ ବନ୍ଦ କରିବ ନାହିଁ ବରଂ ଚାଷୀଙ୍କୁ ମଧ୍ୟ ଉପକୃତ କରିବ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ବିଏସ୍ଏଫ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୀମାରେ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ମହୁମାଛି ସହିତ ଯୋଡ଼ିବା ପାଇଁ ନଦିଆ ଜିଲ୍ଲାର ସୀମାନ୍ତ ଅଂଚଳରେ ବିଏସଏଫର ୩୨ ତମ ବାଟାଲିୟନ ଦ୍ୱାରା ଏହାର ପ୍ରଥମ ପ୍ରକାର ଯୋଜନା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ମାଧ୍ୟମରେ ବିଏସ୍ଏଫ୍ ସୀମାରେ ରହୁଥିବା ଗ୍ରାମବାସୀଙ୍କୁ ମହୁଚାଷ କରିବାକୁ ପ୍ରୋତ୍ସାହନ ଯୋଗାଇବ । ଏଥିରେ ବିଏସ୍ଏଫ୍ କେନ୍ଦ୍ର ସରକାରଙ୍କ ସହାୟତା ନେଉଛି। ସୀମାବର୍ତ୍ତୀ ଗ୍ରାମବାସୀମାନେ ମହୁଚାଷରୁ ଆୟର ସେମାନଙ୍କ ଭାଗ ମଧ୍ୟ ପାଇବେ। ଏହାଛଡ଼ା ମହୁମାଛିଙ୍କୁ ଅନୁପ୍ରବେଶକାରୀଙ୍କ ବିରୋଧରେ ଅସ୍ତ୍ର ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ ।

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

ସୂଚନାଯୋଗ୍ୟ, ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରାୟ ୪ ହଜାର କିଲୋମିଟର ସୀମା ମଧ୍ୟରୁ ପ୍ରାୟ ୨୨୦୦ କିଲୋମିଟର ପଶ୍ଚିମବଙ୍ଗରେ ଅଛି। ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ବିଏସ୍ଏଫ୍ ବର୍ତ୍ତମାନ ମହୁମାଛି ମାଧ୍ୟମରେ ଅନୁପ୍ରବେଶ ଏବଂ ଚୋରା ଚାଲାଣ ରୋକିବା ଉପରେ କାମ କରୁଛି ।

ବିଏସ୍ଏଫ୍ ସୀମାରେ ଲାଗିଥିବା ତାରବାଡ଼ ନିକଟରେ ମହୁମାଛି ବସା ତିଆରି କରୁଛି । ଯଦି କୌଣସି ଅନୁପ୍ରବେଶକାରୀ କିମ୍ବା ଚୋରା ଚାଲାଣକାରୀ ବାଡକୁ ଛୁଇଁବେ ତେବେ ସେମାନେ ମହୁମାଛିଙ୍କ ଆକ୍ରମଣର ଶିକାର ‌ହେବେ । ଏହି ଉପାୟରେ ମହୁମାଛିମାନେ ବର୍ତ୍ତମାନ ସୀମାରେ ବିଏସଏଫକୁ ସହାୟତା କରିବେ। ଯଦି ଏହି ଯୋଜନା ସଫଳ ହୁଏ, ତେବେ ସୀମା ସୁରକ୍ଷା କ୍ଷେତ୍ରରେ ବିଏସ୍ଏଫକୁ ଅତିରିକ୍ତ ସହାୟତା ମିଳିବ ।

କେବଳ ଏତିକି ନୁହେଁ, ବିଏସ୍ଏଫ୍ ଏକ ପାଦ ଆଗକୁ ଯାଇ ଆୟୁଷ ମନ୍ତ୍ରଣାଳୟକୁ ମହୁମାଛି ଏବଂ ମିଶ୍ରିତ ବାଡ଼କୁ ସଠିକ୍ ଭାବରେ ସ୍ଥାପନ କରିବା ପାଇଁ ଆବଶ୍ୟକ ଜ୍ଞାନକୌଶଳ ଯୋଗାଇ ଦେବାକୁ ଅନୁରୋଧ କରିଛି। ଏଥି ସହିତ ଔଷଧୀୟ ଉଦ୍ଭିଦ ଯୋଗାଇ ଦେବାପାଇଁ ମଧ୍ୟ କହିଛି। ଯାହା ମହୁମାଛିମାନଙ୍କୁ ଆହୁରି ସକ୍ରିୟ କରିବ। ବିଏସ୍ଏଫ୍ ସୀମାରେ ଏପରି ଗଛ ଏବଂ ଫୁଲ ଲଗାଉଛି ଯାହା ସେଠାରେ ମହୁମାଛିଙ୍କୁ ଆକର୍ଷିତ କରିବ। ମହୁମାଛିରୁ ମିଳିଥିବା ମହୁକୁ ବିଏସ୍ଏଫ୍ ‘ଓ୍ବାଇଭସ୍ ୱେଲଫେୟାର ଆସୋସିଏସନ୍’ କିଣିବେ ଏବଂ ପରେ ଏହାକୁ ବିକ୍ରି କରାଯିବ । ଏଥିରୁ ମିଳୁଥିବା ଲାଭାଂଶରୁ ଅଧା ଗ୍ରାମବାସୀମାନଙ୍କୁ ମଧ୍ୟ ଦିଆଯିବ । ଗୋଟିଏ କାର୍ଯ୍ୟରୁ ଦୁଇଟି ଲାଭ ହେବ । ସୀମାରେ ଅତିରିକ୍ତ ସୁରକ୍ଷା ମିଳିବା ସହ ସ୍ଥାନୀୟ ଲୋକେ ରୋଜଗାର ବି ପାଇବେ।

08 Nov 2023 By The Sakala

ଦେଶ ସେବା କରିବେ ମହୁମାଛି : ସୀମାରେ ଅନୁପ୍ରବେଶ ରୋକିବା ପାଇଁ ବିଏସଏଫର ଅଭିନବ ଉପାୟ

ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ସୀମା ଅଞ୍ଚଳ ଏହାର ଜୈବ ବିବିଧତା ଏବଂ ଉଭୟ ପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ପାଇଁ ଜଣାଶୁଣା। ଯେଉଁଥି ପାଇଁ ଏହି ସୀମାରେ ଚୋରା ଚାଲାଣ ଏବଂ ଅନୁପ୍ରବେଶ ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଗୋରୁ ଚୋରା ଚାଲାଣ ଓ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ମଧ୍ୟ ଚାଲାଣ ହେଉଛି। ଯାହା ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ପାଇଁ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରୁଛି।

ଭାରତ-ବାଂଲାଦେଶ ସୀମା ଅଞ୍ଚଳରେ ବୃଦ୍ଧି ପାଉଥିବା ଅପରାଧୀକ କାର୍ଯ୍ୟକଳାପ ପାଇଁ ଏକ ଅଭିନବ ଉପାୟ ଅପଣାଇଛି ବିଏସ୍ଏଫ୍। ସୀମାରେ ଅନୁପ୍ରବେଶକାରୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଏବେ ମହୁମାଛିର ସାହାଯ୍ୟ ନେବ ସୀମା ସୁରକ୍ଷା ବାହିନୀ । ଏହା କେବଳ ଅନୁପ୍ରବେଶକାରୀଙ୍କୁ ଉପରେ ଲଗାମ ଲଗାଇବ ନାହିଁ ବରଂ ସ୍ଥାନୀୟ ଲୋକଙ୍କୁ ରୋଜଗାର ମଧ୍ୟ ଦେବ।ସୀମାନ୍ତ ଗ୍ରାମଗୁଡିକରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶିତ ଜୀବନ୍ତ ଗ୍ରାମ କାର୍ଯ୍ୟକ୍ରମ ଅଧୀନରେ ପାଇଲଟ ପ୍ରକଳ୍ପ ଭାବରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହା କେବଳ ସୀମା ଅନୁପ୍ରବେଶ ଏବଂ ଚୋରା ଚାଲାଣ ବନ୍ଦ କରିବ ନାହିଁ ବରଂ ଚାଷୀଙ୍କୁ ମଧ୍ୟ ଉପକୃତ କରିବ।

ବିଏସ୍ଏଫ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୀମାରେ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ମହୁମାଛି ସହିତ ଯୋଡ଼ିବା ପାଇଁ ନଦିଆ ଜିଲ୍ଲାର ସୀମାନ୍ତ ଅଂଚଳରେ ବିଏସଏଫର ୩୨ ତମ ବାଟାଲିୟନ ଦ୍ୱାରା ଏହାର ପ୍ରଥମ ପ୍ରକାର ଯୋଜନା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ମାଧ୍ୟମରେ ବିଏସ୍ଏଫ୍ ସୀମାରେ ରହୁଥିବା ଗ୍ରାମବାସୀଙ୍କୁ ମହୁଚାଷ କରିବାକୁ ପ୍ରୋତ୍ସାହନ ଯୋଗାଇବ । ଏଥିରେ ବିଏସ୍ଏଫ୍ କେନ୍ଦ୍ର ସରକାରଙ୍କ ସହାୟତା ନେଉଛି। ସୀମାବର୍ତ୍ତୀ ଗ୍ରାମବାସୀମାନେ ମହୁଚାଷରୁ ଆୟର ସେମାନଙ୍କ ଭାଗ ମଧ୍ୟ ପାଇବେ। ଏହାଛଡ଼ା ମହୁମାଛିଙ୍କୁ ଅନୁପ୍ରବେଶକାରୀଙ୍କ ବିରୋଧରେ ଅସ୍ତ୍ର ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ ।

ସୂଚନାଯୋଗ୍ୟ, ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରାୟ ୪ ହଜାର କିଲୋମିଟର ସୀମା ମଧ୍ୟରୁ ପ୍ରାୟ ୨୨୦୦ କିଲୋମିଟର ପଶ୍ଚିମବଙ୍ଗରେ ଅଛି। ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ବିଏସ୍ଏଫ୍ ବର୍ତ୍ତମାନ ମହୁମାଛି ମାଧ୍ୟମରେ ଅନୁପ୍ରବେଶ ଏବଂ ଚୋରା ଚାଲାଣ ରୋକିବା ଉପରେ କାମ କରୁଛି ।

ବିଏସ୍ଏଫ୍ ସୀମାରେ ଲାଗିଥିବା ତାରବାଡ଼ ନିକଟରେ ମହୁମାଛି ବସା ତିଆରି କରୁଛି । ଯଦି କୌଣସି ଅନୁପ୍ରବେଶକାରୀ କିମ୍ବା ଚୋରା ଚାଲାଣକାରୀ ବାଡକୁ ଛୁଇଁବେ ତେବେ ସେମାନେ ମହୁମାଛିଙ୍କ ଆକ୍ରମଣର ଶିକାର ‌ହେବେ । ଏହି ଉପାୟରେ ମହୁମାଛିମାନେ ବର୍ତ୍ତମାନ ସୀମାରେ ବିଏସଏଫକୁ ସହାୟତା କରିବେ। ଯଦି ଏହି ଯୋଜନା ସଫଳ ହୁଏ, ତେବେ ସୀମା ସୁରକ୍ଷା କ୍ଷେତ୍ରରେ ବିଏସ୍ଏଫକୁ ଅତିରିକ୍ତ ସହାୟତା ମିଳିବ ।

କେବଳ ଏତିକି ନୁହେଁ, ବିଏସ୍ଏଫ୍ ଏକ ପାଦ ଆଗକୁ ଯାଇ ଆୟୁଷ ମନ୍ତ୍ରଣାଳୟକୁ ମହୁମାଛି ଏବଂ ମିଶ୍ରିତ ବାଡ଼କୁ ସଠିକ୍ ଭାବରେ ସ୍ଥାପନ କରିବା ପାଇଁ ଆବଶ୍ୟକ ଜ୍ଞାନକୌଶଳ ଯୋଗାଇ ଦେବାକୁ ଅନୁରୋଧ କରିଛି। ଏଥି ସହିତ ଔଷଧୀୟ ଉଦ୍ଭିଦ ଯୋଗାଇ ଦେବାପାଇଁ ମଧ୍ୟ କହିଛି। ଯାହା ମହୁମାଛିମାନଙ୍କୁ ଆହୁରି ସକ୍ରିୟ କରିବ। ବିଏସ୍ଏଫ୍ ସୀମାରେ ଏପରି ଗଛ ଏବଂ ଫୁଲ ଲଗାଉଛି ଯାହା ସେଠାରେ ମହୁମାଛିଙ୍କୁ ଆକର୍ଷିତ କରିବ। ମହୁମାଛିରୁ ମିଳିଥିବା ମହୁକୁ ବିଏସ୍ଏଫ୍ ‘ଓ୍ବାଇଭସ୍ ୱେଲଫେୟାର ଆସୋସିଏସନ୍’ କିଣିବେ ଏବଂ ପରେ ଏହାକୁ ବିକ୍ରି କରାଯିବ । ଏଥିରୁ ମିଳୁଥିବା ଲାଭାଂଶରୁ ଅଧା ଗ୍ରାମବାସୀମାନଙ୍କୁ ମଧ୍ୟ ଦିଆଯିବ । ଗୋଟିଏ କାର୍ଯ୍ୟରୁ ଦୁଇଟି ଲାଭ ହେବ । ସୀମାରେ ଅତିରିକ୍ତ ସୁରକ୍ଷା ମିଳିବା ସହ ସ୍ଥାନୀୟ ଲୋକେ ରୋଜଗାର ବି ପାଇବେ।

https://www.thesakala.in/national-international/bsf-installs-beehives-along-bangladesh-india-border-to-prevent-crimes/article-27116
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର