‘ଗଗନାୟନ’ ମିଶନର ପ୍ରଥମ ପରୀକ୍ଷଣ ସଫଳ, ‘କ୍ର୍ୟୁ ମଡ୍ୟୁଲ’ର ହେଲା ସଫଳ ଲଞ୍ଚିଂ
ନୂଆଦିଲ୍ଲୀ: ଗଗନାୟନ ମିଶନର ସଫଳ ଉତ୍କ୍ଷେପଣ । କ୍ର୍ୟୁ ମଡ୍ୟୁଲ TV-D1ର ସଫଳ ପରୀକ୍ଷଣ କଲା ଇସ୍ରୋ । ଆଜି ପୂର୍ବାହ୍ନ ୧୦ଟାରେ ଶ୍ରୀହରିକୋଟାର ସ୍ପେଶ ସେଣ୍ଟରରୁ ଏହାର ସଫଳ ପରୀକ୍ଷଣ ହୋଇଛି । ଗଗନାୟନ ମିଶନର ‘କ୍ର୍ୟୁ ମଡ୍ୟୁଲ’ର ସଫଳ ଲଞ୍ଚିଂ ହୋଇଛି । ଇସ୍ରୋ ପକ୍ଷରୁ TV-D1ର ପ୍ରଥମ ସଫଳ ପରୀକ୍ଷଣ ସହ କ୍ରୁ ମଡ୍ୟୁଲର ଲଞ୍ଚିଂ ସଫଳ ହୋଇଥିବା ନେଇ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି। ୨୦୨୫ ସୁଦ୍ଧା ମହାକାଶକୁ ମଣିଷ […]
ନୂଆଦିଲ୍ଲୀ: ଗଗନାୟନ ମିଶନର ସଫଳ ଉତ୍କ୍ଷେପଣ । କ୍ର୍ୟୁ ମଡ୍ୟୁଲ TV-D1ର ସଫଳ ପରୀକ୍ଷଣ କଲା ଇସ୍ରୋ । ଆଜି ପୂର୍ବାହ୍ନ ୧୦ଟାରେ ଶ୍ରୀହରିକୋଟାର ସ୍ପେଶ ସେଣ୍ଟରରୁ ଏହାର ସଫଳ ପରୀକ୍ଷଣ ହୋଇଛି । ଗଗନାୟନ ମିଶନର ‘କ୍ର୍ୟୁ ମଡ୍ୟୁଲ’ର ସଫଳ ଲଞ୍ଚିଂ ହୋଇଛି । ଇସ୍ରୋ ପକ୍ଷରୁ TV-D1ର ପ୍ରଥମ ସଫଳ ପରୀକ୍ଷଣ ସହ କ୍ରୁ ମଡ୍ୟୁଲର ଲଞ୍ଚିଂ ସଫଳ ହୋଇଥିବା ନେଇ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି। ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ ।
ଆଜି ସକାଳ ୮ଟା ୪୫ରେ ଗଗନଯାନ ମିଶନର ଉତ୍କ୍ଷେପଣ ନିମନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। କାଉଣ୍ଟଡାଉନ୍ ଆରମ୍ଭ ହୋଇ ସାରିଥିବା ବେଳେ ମାତ୍ର ୫ ସେକେଣ୍ଡ ପୂର୍ବରୁ ଉତ୍କ୍ଷେପଣକୁ ସ୍ଥଗିତ କରାଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଏହାକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା ।
ତେବେ ଉକ୍ତ ତ୍ରୁଟିକୁ ସଂଶୋଧନ କରି ଗଗନଯାନ ମିଶନ କ୍ରୁ ମଡ୍ୟୁଲର ସଫଳ ଲଞ୍ଚିଂ କରାଯାଇଛି। ଭୂପୃଷ୍ଠରୁ ୧୭ କିମି ଉପରକୁ ଯାଇ ସମୁଦ୍ର ମଧ୍ୟରେ ଖସିଲା ମାନବବିହୀନ ଏହି କ୍ରୁ ମଡ୍ୟୁଲ। ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଯୋଜନା ରଖିଛି ଇସ୍ରୋ । ଆଜିର ମିଶନ ସଫଳ ହୋଇଥିବାରୁ ଗଗନାୟନ ମିଶନର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଇସ୍ରୋ ଅଧ୍ୟକ୍ଷ ।