ଆମେରିକାରେ ଜୟଶଙ୍କରଙ୍କ ବଡ଼ ବୟାନ: ରାଜନୈତିକ ଫାଇଦା ପାଇଁ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି କାନାଡ଼ା

The Sakala Picture
Published On

ୱାଶିଂଟନ୍: ଭାରତ-କାନାଡା ବିବାଦକୁ ନେଇ ଏବେ ତୁମ୍ବି ତୋଫାନ ଚାଲିଥିବା ବେଳେ ଆମେରିକାରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବଡ଼ ବୟାନ ଜାରି କରିଛନ୍ତି। କେବଳ ରାଜନୈତିକ ଫାଇଦା ଉଠାଇବାକୁ କାନାଡା ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛି ବୋଲି ସେ ସ୍ପଷ୍ଟ କହିଛନ୍ତି। ଭାରତ ବିରୋଧରେ କାନାଡାର ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଜୟଶଙ୍କର କହିଛନ୍ତି ଯେ ଆମେ ଏ ବିଷରେ ପ୍ରମାଣ ମାଗିଛୁ, କିନ୍ତୁ ଏପର୍ଯ୍ୟନ୍ତ ଆମେ କୌଣସି ପ୍ରମାଣ ପାଇନାହୁଁ। ଯଦି ପ୍ରମାଣ ପାଇବୁ, ତେବେ […]

ୱାଶିଂଟନ୍: ଭାରତ-କାନାଡା ବିବାଦକୁ ନେଇ ଏବେ ତୁମ୍ବି ତୋଫାନ ଚାଲିଥିବା ବେଳେ ଆମେରିକାରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବଡ଼ ବୟାନ ଜାରି କରିଛନ୍ତି। କେବଳ ରାଜନୈତିକ ଫାଇଦା ଉଠାଇବାକୁ କାନାଡା ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛି ବୋଲି ସେ ସ୍ପଷ୍ଟ କହିଛନ୍ତି। ଭାରତ ବିରୋଧରେ କାନାଡାର ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଜୟଶଙ୍କର କହିଛନ୍ତି ଯେ ଆମେ ଏ ବିଷରେ ପ୍ରମାଣ ମାଗିଛୁ, କିନ୍ତୁ ଏପର୍ଯ୍ୟନ୍ତ ଆମେ କୌଣସି ପ୍ରମାଣ ପାଇନାହୁଁ। ଯଦି ପ୍ରମାଣ ପାଇବୁ, ତେବେ ଆମେ ଏହାର ଅନୁଧ୍ୟାନ କରିବୁ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

କାନାଡା ପ୍ରସଙ୍ଗରେ ଆମେରିକାର ବୈଦେଶିକ ସଚିବ ଏବଂ ଜାତୀୟ ନିରାପତ୍ତା ଉପଦେଷ୍ଟାଙ୍କ ସହ ଆଲୋଚନା ବେଳେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ବୋଲି ଜୟଶଙ୍କର କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଆମେରିକା ପକ୍ଷରୁ ପ୍ରଶ୍ନ ଉତଥାପନ କରାଯାଇଥÒଲା ଭାରତ ପକ୍ଷରୁ ମଧ୍ୟ ଉତ୍ତର ରଖାଯାଇଥÒଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ କାନାଡା ଉଗ୍ରବାଦୀ ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି ଏବଂ ଭାରତ ଏ ସଂକ୍ରାନ୍ତରେ ଆମେରିକାକୁ ନିଜର ଉଦବେଗ ଜଣାଇଛି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର