ଆମେ ସମସ୍ତଙ୍କୁ ମୁର୍ଖ ବନାଇପାରିବା, କିନ୍ତୁ ନିଜକୁ ନୁହଁ: ସିଜେଆଇ

The Sakala Picture
Published On

ମୁମ୍ବାଇ: ଆମେ ସମସ୍ତଙ୍କୁ ମୁର୍ଖ ବନାଇପାରିବା, କିନ୍ତୁ ନିଜକୁ ନୁହଁ। ଆଇନ ପେଶା ବଢ଼ିବ କି ଛିଡ଼ିବ ତାହା ନିଜର ସଚ୍ଚୋଟତା ଉପରେ ନିର୍ଭର କରୁଛି। ସଚ୍ଚୋଟତା ଆଇନ ପେସାର ମୁଖ୍ୟ ସ୍ତମ୍ଭ। ଏହା ଝଡ଼ ତୋଫାନରେ ଲୋପ ପାଇଯାଏ ନାହିଁ। ବିଚାରପତି ଏବଂ ଓକିଲଙ୍କ ଦ୍ବାରା ହେଉଥିବା ଛୋଟ ମୋଟ ସାଲିସ୍‌ ଏବଂ ଚୁକ୍ତି ଯୋଗୁଁ ସଚ୍ଚୋଟତା ଲୋପ ପାଇଥାଏ। ଆମେ ସମସ୍ତେ ବିବେକର ସହ ଶୟନ କରୁଛେ। ରବିବାର ନାଗପୁର ସ୍ଥିତ ମହାତ୍ମା ଗାନ୍ଧୀ […]

ମୁମ୍ବାଇ: ଆମେ ସମସ୍ତଙ୍କୁ ମୁର୍ଖ ବନାଇପାରିବା, କିନ୍ତୁ ନିଜକୁ ନୁହଁ। ଆଇନ ପେଶା ବଢ଼ିବ କି ଛିଡ଼ିବ ତାହା ନିଜର ସଚ୍ଚୋଟତା ଉପରେ ନିର୍ଭର କରୁଛି। ସଚ୍ଚୋଟତା ଆଇନ ପେସାର ମୁଖ୍ୟ ସ୍ତମ୍ଭ। ଏହା ଝଡ଼ ତୋଫାନରେ ଲୋପ ପାଇଯାଏ ନାହିଁ। ବିଚାରପତି ଏବଂ ଓକିଲଙ୍କ ଦ୍ବାରା ହେଉଥିବା ଛୋଟ ମୋଟ ସାଲିସ୍‌ ଏବଂ ଚୁକ୍ତି ଯୋଗୁଁ ସଚ୍ଚୋଟତା ଲୋପ ପାଇଥାଏ। ଆମେ ସମସ୍ତେ ବିବେକର ସହ ଶୟନ କରୁଛେ। ରବିବାର ନାଗପୁର ସ୍ଥିତ ମହାତ୍ମା ଗାନ୍ଧୀ ମିଶନ ବିଶ୍ବବିଦ୍ୟାଳୟରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଏହି ମନ୍ତବ୍ୟ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

ସେ କହିଛନ୍ତି ଯେ, ଆମେ ସମସ୍ତେ ବିବେକର ସହ ଶୋଉଛେ। ଏହା ପ୍ରତି ରାତିରେ ନିଜକୁ ପ୍ରଶ୍ନ ପଚାରି ଥାଏ। ସଚ୍ଚୋଟତାର ସହ ଜୀବିତ ରହିବା, ନଚେତ୍‌ ନିଜେ ନିଜକୁ ଧ୍ବଂସ କରିଦେବା। ବିଚାରପତିଙ୍କୁ ସମ୍ମାନ ଦେଲେ ଓକିଲଙ୍କୁ ସମ୍ମାନ ମିଳେ ଏବଂ ଓକିଲଙ୍କୁ ସମ୍ମାନ ଦେଲେ ବିଚାରପତିଙ୍କୁ ସମ୍ମାନ ମିଳିଥାଏ। ଏହା ସେତେବେଳ ହୋଇଥାଏ ଯେତେବେଳେ ଉଭୟେ ନିଜକୁ ନ୍ୟାୟ ଚକର ଗୋଟିଏ ଅଂଶ ବୋଲି ଭାବିଥାନ୍ତି।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲ୍ୟାବ୍ ମାଲିକଙ୍କ ବିରୋଧରେ ୬୬ ନିୟୁତ ଡଲାରର କୋଭିଡ୍ ଟେଷ୍ଟ୍ ଜାଲିଆତି ଅଭିଯୋଗ

ନ୍ୟାୟପାଳିକାରେ ମହିଳାଙ୍କ ବିଷୟରେ ଆଲୋଚନା କରି ସିଜେଆଇ କହିଛନ୍ତି ଯେ ଏହା କେବଳ ମହିଳା ନୁହେଁ, ବରଂ ପୁରୁଷଙ୍କ ପ୍ରସଙ୍ଗ ମଧ୍ୟ। ଭାରତୀୟ ଆଇନ ପେସାକୁ ସମାନ ସୁଯୋଗ ଥିବା ପେସା ବନାଇବା ସବୁଠାରୁ ଆହ୍ବାନର ବିଷୟ। କାରଣ ଏବେକାର ଆଇନ ବ୍ୟବସ୍ଥାର ସରଞ୍ଚନା ୩୦ରୁ ୪୦ ବର୍ଷ ପରେ ପ୍ରତିଫଳିତ ହେବ।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର